ଆମ ଜିଲା ଖବର

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଇ-ଅଭିଯୋଗ ଦରଖାସ୍ତ: ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଅନିବାର୍ଯ୍ୟ

ଛତ୍ରପୁର,୫ା୧(ଡି.ଏନ.ଏ.)-ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଇ-ଅଭିଯୋଗ ଦରଖାସ୍ତଗୁଡିକ ତଦାରଖ ପାଇଁ ଗଞ୍ଜାମ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସିଥାଏ। ସମ୍ପୃକ୍ତ ବିଭାଗଗୁଡିକ ଉକ୍ତ ଅଭିଯୋଗର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅନିବାର୍ଯ୍ୟ । ଛତ୍ରପୁରରେ ଅନୁଷ୍ଠିତ ଇ-ଅଭିଯୋଗ ଦରଖାସ୍ତ ଉପରେ ସମୀକ୍ଷା…

ଅନିଶ୍ଚିତତାରେ କନିଆଁନୁକା ନାଳ କଲଭର୍ଟ ନିର୍ମାଣ: କଷ୍ଟ ଭୋଗୁଛନ୍ତି ୱାର୍ଡବାସୀ, ଯାତ୍ରୀ

ଚମ୍ପୁଆ, ୫ା୧(ଡି.ଏନ୍‌.ଏ.)- ଚମ୍ପୁଆ ଏନଏସି ଗଠନ ହେବାର ୫ ବର୍ଷ ପୂରିବାକୁ ଆଉ ଅଳ୍ପ କିଛି ମାସ ବାକି ରହିଥିବା ବେଳେ ୱାର୍ଡବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ୱାର୍ଡବାସୀ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ…

ରାଣୀତାଲରେ ଦୁର୍ଘଟଣା, ଭିଡ଼ରେ ଫସିଲେ ମନ୍ତ୍ରୀ: ଗଳାପୋଲ ଦାବି ଜଣାଇଲେ ଆନ୍ଦୋଳନକାରୀ

ଭଦ୍ରକ ଅଫିସ, ୫।୧- ଭଦ୍ରକ ରାଣୀତାଲରେ ଗଳାପୋଲ ନିର୍ମାଣ ଦାବିରେ ଆନ୍ଦୋଳନ ଜାରି ରହିଛି। ଶନିବାର ଏହି ଆନ୍ଦୋଳନ ୧୨ ଦିନରେ ପହଞ୍ଚିଛି। ଏପରି ସ୍ଥିତିରେ ଶନିବାର ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥରେ କାମ କରୁଥିବା କନଷ୍ଟ୍ରକ୍‌ସନର ଦୁଇଜଣ କର୍ମଚାରୀ…

ବର୍ଷାରେ ଭିଜିଲା ଅମଳ ଧାନ

ବନ୍ତ,୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକରେ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜାଇଛି। ଗତ ନଭେମ୍ବରରେ ବୁଲବୁଲ୍‌ ବାତ୍ୟାରେ ଧାନ ଫସଲ ନଷ୍ଟ ହୋଇଥିଲା। ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ କ୍ଷତିପୂରଣ ମିଳି ନ ଥିବାବେଳେ ଏବେ ଅଦିନିଆ ବର୍ଷା ଦାଉ ସାଧୁଛି।…

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ: ପ୍ରତିବାଦରେ ସହର ପରିକ୍ରମା

ବାଲେଶ୍ୱର ଅଫିସ, ୫।୧-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନାଗରିକ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି), ନୂତନ ପଦ୍ଧତିରେ ଜନଗଣନା (ଏନ୍‌ଆରପି)କୁ ବିରୋଧ କରି ବାଲେଶ୍ୱର ପ୍ରୋଗ୍ରେସିଭ୍‌ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଶନିବାର ସୁନହଟସ୍ଥିତ ଦରଘା ମଇଦାନରୁ ଶତାଧିକ…

ଜଳେଶ୍ୱରରେ ଏସ୍‌ଟିଏଫ୍‌ର ଚଢ଼ାଉ: ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର, ୫।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଝାଡ଼େଶ୍ୱରପୁର ଗ୍ରାମରେ ଭୁବନେଶ୍ୱରରୁ ଆସିଥିବା ଏସ୍‌ଟିଏଫ୍‌ର ଏକ ୧୫ଜଣିଆ ଟିମ୍‌ ଚଢାଉ କରି ଶେଖ ଲାଲବାବୁଙ୍କୁ ଗିରଫ କରିବା ସହ ୩୦ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଶନିବାର ସକାଳେ ଏହି ଟିମ୍‌ ଭଦ୍ରକ ରୁରାଲ ଥାନା…

ଖଇରା ବଜାରରେ ବାରମ୍ବାର ଦୁର୍ଘଟଣା: ପ୍ରତିବାଦରେ ରାସ୍ତା ଅବରୋଧ

ଖଇରା, ୫।୧(ଡି.ଏନ.ଏ.)-ସୋର-କୁପାରୀ ରାଜ୍ୟ ରାଜପଥର ଖଇରା ବଜାରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ କ୍ରମାଗତ ଦୁର୍ଘଟଣା ଘଟୁଛି। ରାସ୍ତାରେ ବାଲି ଜମା ହେବା ଯୋଗୁ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହାର ପ୍ରତିବାଦ କରି ଶନିବାର ସ୍ଥାନୀୟ ବ୍ୟବସାୟୀ ଓ…

ଏନ୍‌ଏଲ୍‌ୟୁରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ପାଇଁ ୨୫% ସିଟ୍‌ ସଂରକ୍ଷଣ

କଟକ ଅଫିସ,୪ା୧- ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌ ଝାବେରୀଙ୍କର ଶନିବାର ଥିଲା କାର୍ଯ୍ୟକାଳର ଅନ୍ତିମ ଦିବସ। ଏହି ଶେଷ ଦିନରେ ଜଷ୍ଟିସ ଝାବେରୀ ରାଜ୍ୟ ପାଇଁ ଏକ ବଡ଼ ଖୁସି ଖବର ଆଣି ଦେଇଛନ୍ତି। କଟକ ଜିଲା ନରାଜସ୍ଥିତ…

ଛାତ୍ରୀଙ୍କ ତଣ୍ଟି କାଟିଥିବା ଶିକ୍ଷକ ପଶ୍ଚିମବଙ୍ଗରୁ ଗିରଫ

ଭୋଗରାଇ, ୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଦେହୁର୍ଦ୍ଦା ଗ୍ରାମର ବିଶ୍ୱଜିତ୍‌ ନାଥ (୨୮) ନାମକ ଟ୍ୟୁଶନ ଶିକ୍ଷକ ଯୁକ୍ତ ୨ କଲେଜ ଛାତ୍ରୀଙ୍କୁ ଗତ ୨ ତାରିଖ ରାତିରେ ତଣ୍ଟି କାଟି ଫେରାର ହୋଇଯାଇଥିଲେ। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର…

ଅପହୃତା ନାବାଳିକା ଉଦ୍ଧାର: ଅଭିଯୁକ୍ତ ଗିରଫ

ରୂପ୍‌ସା, ୪।୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଶନିବାର ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଦୀପକ ମାଝିଙ୍କୁ ଗିରଫ କରିଛି। ତାଙ୍କ ଘର ବାହାର୍ଦ୍ଦା ଗ୍ରାମରେ। ଏଥିସହ ଅଭିଯୁକ୍ତଙ୍କ ଘରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର…

ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ

ସଜନାଗଡ଼, ୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁର ବଜାରରୁ ଦୁର୍ବୃତ୍ତମାନେ ଶନିବାର ଅପରାହ୍ନ ସାଢ଼େ ୩ଟାରେ ୪ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ମିତ୍ରପୁର ଟ୍ରକ୍‌ ଆସୋସିଏଶନ କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା (ବାବୁ ପଣ୍ଡା) ପେପର ମିଲ୍‌ସ୍ଥିତ ବାଲଗୋପାଳପୁର ଷ୍ଟେଟ୍‌ବ୍ୟାଙ୍କରୁ ୪ଲକ୍ଷ…

ଚାଉଳ ବୋଝେଇ ୨ ଟ୍ରକ୍‌ ଅଟକ

ତିହିଡ଼ି, ୪।୧(ଡି.ଏନ.ଏ.)- ଭଦ୍ରକରୁ ଚାଉଳ ବୋଝେଇ ହୋଇ ତିହିଡ଼ିକୁ ଆସିଥିବା ୨ଟି ଟ୍ରକ୍‌କୁ ସ୍ଥାନୀୟ ତହସିଲଦାର ଶନିବାର ଅପରାହ୍ନରେ ଅଟକ ରଖିଛନ୍ତି। ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ମହାପାତ୍ର ଓ କେଦାରନାଥ ନାୟକ, ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?