ଆମ ଜିଲା ଖବର

ଖରିଫ ଶସ୍ୟବୀମା ପ୍ରଦାନ ଦାବି: ଚାଷୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ

ସମ୍ବଲପୁର, ଜମନକିରା,୪।୧(ବ୍ୟୁରୋ/ ଡି.ଏନ୍‌.ଏ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮-୧୯ ଖରିଫ ଧାନଚାଷ ବୀମାରାଶି ପ୍ରଦାନ କରାଯାଇ ନଥିଲା। ଏ ନେଇ ପୂର୍ବ ନିଷ୍ପତ୍ତିକ୍ରମେ ଶନିବାର କୁଚିଣ୍ଡା ବ୍ଲକ୍‌ ସମେତ ବାମରା ଓ ଜମନକିରା ବ୍ଲକ୍‌ ସଦର ମହକୁମା ଗୁଡ଼ିକରେ…

ଶେଷ ପର୍ଯ୍ୟାୟରେ ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ଗଣନା: କାଲିଠୁ ଖୋଲିବ ଭିତରକନିକା

ରାଜନଗର,୪।୧(ଡି.ଏନ୍‌.ଏ.): ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଡିସେମ୍ବର ୨୯ ତାରିଖଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। ଏ ନେଇ ପର୍ଯ୍ୟଟକଙ୍କ ଲାଗି ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ମାତ୍ର ଅଳ୍ପ ସମୟ ପରେ ବଉଳା…

ପୁଣି ଲଜ୍ଜା: ବଳାତ୍କାର ପାଇଁ ନେଉଥିବା ବେଳେ ଗାଡ଼ି ଦୁର୍ଘଟଣା, ଲୋକଲୋଚନକୁ ଆସିଲା ଘଟଣା

କେନ୍ଦୁଝର,୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅଞ୍ଚଳରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଶୁକ୍ରବାର ଗଣବଳାତ୍କାର ପାଇଁ ହାଟରୁ ନିଆଯାଉଥିବା ବେଳେ ବାଟରେ ଗାଡ଼ି ଦୁର୍ଘଟଣା ଘଟିବା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ଉକ୍ତ ନାବାଳିକାଙ୍କୁ ଦୁଇଥର ବଳାତ୍କାର କରାଯାଇଥିବା…

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ମଥୁରାକୁ ଦହି ବିକିଗଲେ ଗୋପାଙ୍ଗନା

ବରଗଡ଼ ଅଫିସ,୪।୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା ଦୃଶ୍ୟାଭିନୟ। ଚନ୍ଦ୍ରସେଣାଙ୍କ ସମେତ ଗୋପୀ,ଗୋପାଙ୍ଗନାମାନେ ଯମୁନା(ଜୀରାନଦୀ) ପାରି ହୋଇ ଗୋପପୁର(ଅମ୍ବାପାଲି)ରୁ ମଥୁରାନଗରୀ(ବରଗଡ଼)କୁ ପ୍ରବେଶ କରି…

ଟ୍ରେନ୍‌ରୁ ଖସି ଦାଦନ ଶ୍ରମିକ ମୃତ: ଆର୍ଥତ୍କ ସହାୟତା ଦେବାକୁ ଦାବି

ଭବାନୀପାଟଣା,୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ଯୁଧିଷ୍ଠିର ଗଉଡ (୪୦)ଙ୍କ ଟ୍ରେନ୍‌ରୁ ଖସି ମୃତ୍ୟୁ ଘଟିଛି। ଯୁଧିଷ୍ଠିର ୫ ମାସ ତଳେ କେରଳକୁ କାମ କରିବାକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ତିରଶୁଲ ଓ ପାଲକାଡି ରେଳ ଷ୍ଟେଶନ…

୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକଲେ ସ୍ବାମୀ

ଜୟପୁର,୪।୧(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନୂଆଗୁଡ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାତ୍ର ୩ ଶହ ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଶ୍ମଶାନରେ ପୋତି ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର…

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର : ଜଣେ ଗିରଫ

ମାଲକାନଗିରି,୪।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଶୁକ୍ରବାର ରାତିରେ ଜଣକୁ ଗିରଫ କରିଛି । ସେ ହେଲେ ଜୟପୁର ଇରିଗେସନ କଲୋନୀର ଧନୁର୍ଜୟ ନାୟକ। ଧନୁର୍ଜୟ ଉକ୍ତ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ…

ପେନ୍‌ସନ୍‌ ଉଠାଇ ଫେରିବା ସମୟରେ ମହିଳାଙ୍କଠାରୁ ଲୁଟ୍‌

ନିଶ୍ଚିନ୍ତକୋଇଲି,୪।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଦିନକୁ ଦିନ ଲୁଟେରାମାନଙ୍କର ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ଏକ ନିର୍ଦ୍ଦିଷ୍ଟ କଳା ପଲ୍‌ସରରେ ଲୁଟେରାମାନେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଏପରି ଏକ ଘଟଣା ଶନିବାର ପୂର୍ବାହ୍ନରେ ନିଶ୍ଚିନ୍ତକୋଇଲି ଥାନା…

ଫୋନ୍‌ରେ ସ୍ତ୍ରୀ କଥା ନ ହେବାରୁ ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ସ୍ବାମୀ

ସଜନାଗଡ଼,୪।୧(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ୯ନଂ. ୱାର୍ଡର କାହାଳିଆ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଫୋନ୍‌ରେ କଥା ନ ହେବାରୁ ଦେହରେ କିରୋସିନ ଢାଳି ନିଆଁ ଲଗାଇ ସ୍ବାମୀ ଗୁରୁତର ହୋଇଛନ୍ତି। ସେ ହେଲେ…

ଲକ୍ଷ୍ମୀ ମନ୍ଦିର ହୁଣ୍ଡିରୁ ଚୋରି

କୋଣାର୍କ,୪ା୧(ଡି.ଏନ୍‌.ଏ.): କୋଣାର୍କ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରର ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ପ୍ରାୟ ୧୦ହଜାର ଟଙ୍କା ଚୋରି କରି ନେଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପରିଚାଳକ ନିରଞ୍ଜନ ବାରିକଙ୍କ ଅଭିଯୋଗକୁ ଭିତ୍ତିକରି…

ଜେଲ୍‌ରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ଗ୍ୟାଙ୍ଗଷ୍ଟର ସକିଲଙ୍କ ଆଉ ଜଣେ ବାନ୍ଧବୀ ଗିରଫ

କଟକ ଅଫିସ, ୪ା୧: ଜେଲ୍‌ ଭିତରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଦରଘାବଜାର ପୋଲିସ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲଙ୍କ ଆଉଜଣେ ବାନ୍ଧବୀଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁରର ନସିମ ଓରଫ ନିଖାତ୍‌ ନସିମ(୨୫)।…

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ପୁରୀ ଅଫିସ,୪ା୧: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ମିଳିଛି ଶ୍ରେଷ୍ଠ ହିନ୍ଦୁ ସମ୍ମାନ। ଆମେରିକାର ହାୱାଇରୁ ପ୍ରକାଶିତ ଅନ୍ତର୍ଜାତୀୟ ପତ୍ରିକା ‘ହିନ୍ଦୁଜିମ୍‌ ଟୁଡେ’ ପକ୍ଷରୁ ସର୍ବଶ୍ରେଷ୍ଠ ହିନ୍ଦୁ ବ୍ୟକ୍ତିତ୍ୱ ଭାବେ ଶଙ୍କରାଚାର୍ଯ୍ୟଙ୍କୁ ଏହି ସମ୍ମାନ ମିଳିଛି। ପତ୍ରିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?