ତାରାତାରିଣୀଙ୍କୁ ଦର୍ଶନ କଲେ ଭି.କେ. ପାଣ୍ଡିଆନ: ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପୁରୁଷୋତ୍ତମପୁର,୩୧।୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଅଚାନକ ଗଞ୍ଜାମ ଜିଲାର ମା’ତାରା ତାରିଣୀଙ୍କ ଦର୍ଶନ ଲାଗି ଶୁକ୍ରବାର ସକାଳେ ଆସି ପହଞ୍ଚିଛନ୍ତି। ସେ ମା’ଙ୍କ ଦର୍ଶନ କରିବା ସହ ମନ୍ଦିରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ମା’ଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ରୁ ଆରମ୍ଭ ହେଉଥିବାରୁ ତୁରନ୍ତ ସମସ୍ତ କାର୍ଯ୍ୟ ଶେଷ କରିବା, ଯାତ୍ରା ସମୟରେ ଭକ୍ତଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ନୂତନ ଶୈଳୀରେ ମନ୍ଦିର କାର୍ଯ୍ୟର ମାଷ୍ଟର ପ୍ଲାନ ପ୍ରସ୍ତୁତ ଲାଗି ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିରର ପ୍ରତିଷ୍ଠା ପ୍ରତି ମଧ୍ୟ ପଦକ୍ଷେପ ନେବାକୁ କହିଥିଲେ।

ଏହି ସମୟରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ପିଡି ଶିିିଦ୍ଧାର୍ଥ ଶଙ୍କର ସ୍ବାଇଁ, ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ସୀମାଞ୍ଚଳ ମହାନ୍ତି, ପୂର୍ତ୍ତ ବିଭାଗ ନିିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ମନ୍ଦିର ନିିର୍ବାହୀ ଅଧିକାରୀ ତିରୁମାଲା କୁମାର ରେଡ୍ଡୀ, ପୂଜକ ବାପୁଜୀ ରଣାଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜଳଯୋଗାଣ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ମାଛ ଧରାଳି, ପୁଅ ପାଇଲେ OAS: ବିନା କୋଚିଙ୍ଗ୍‌ରେ ମୋବାଇଲରୁ ପଢି ପାଇଲେ ସଫଳତା

ସୋରଡା,୨୭।୫( ରଜନି ମହାପାତ୍ର ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ଆୟୋଜିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୪-୨୫ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ସୋରଡା…

ମନ୍ତ୍ରୀଙ୍କ ଛାତି ଧଡ଼ପଡ଼: କାହାର ଯିବ ପଦ କିଏ ଯୋଡ଼ା ହେବେ ନୂଆ

ଭୁବନେଶ୍ୱର,୨୭।୫ ଓଡ଼ିଶାରେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ମନ୍ତ୍ରୀ ଓ ବିଧାୟକମାନଙ୍କ ମଧ୍ୟରେ ଉତ୍ସୁକତା…

ପୁଣି ଦେବାଶିଷ ଯିବେ ରାଜ୍ୟ ସଭା ନା ଆଉ କିଏ? ବଡ଼ ଇସାରା ଦେଲେ ସୁରେଶ ପୂଜାରୀ, କହିଲେ ଯିଏ ଇସ୍ତଫା ଦେଇ…

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ଉପନିର୍ବାଚନ ପାଇଁ ECI ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲି…

ଆମ୍ବ ଗୋଟାଇବାକୁ ଯାଇଥିଲେ ଗୁରୁବାରୀ: ଆକ୍ରମଣ କଲା ହାତୀ: ଆଉ ତା’ପରେ…

ତିଗିରିଆ,୨୭।୫(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବଡଭେଜିଆ ଆମ୍ବ ତୋଟାରୁ ବୁଧବାର ସକାଳେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ଗୋକର୍ଣ୍ଣଖାଲ ଗ୍ରାମର…

ବେଙ୍ଗଲରେ ୫ ଟଙ୍କାରେ ମିଳିବ ମାଛ-ଭାତ; ଜାଣନ୍ତୁ ଦେଶର କେଉଁ ରାଜ୍ୟରେ ମିଳେ ସବୁଠୁ ଶସ୍ତା ସରକାରୀ ଥାଳି?

କୋଲକାତା,୨୭।୫: ପଶ୍ଚିମବଙ୍ଗ ସରକାର ସାଧାରଣ ଏବଂ ଗରିବ ଲୋକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ସରକାରୀ ସହାୟତା ପ୍ରାପ୍ତ ସ୍ୱତନ୍ତ୍ର କ୍ୟାଣ୍ଟିନଗୁ ବର୍ତ୍ତମାନ ମାତ୍ର…

ଭାରସାମ୍ୟ ହରାଇ ଗଛରେ ପିଟିଲା ଉପଜିଲାପାଳଙ୍କ ଗାଡ଼ି, ଯୋରଦାର ଝଟକାରେ ମଝିରୁ ଭାଙ୍ଗିଲା ଗଛ

ବାଙ୍କୀ,୨୭।୬( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ଭଗିପୁର ଅଞ୍ଚଳରେ ବାଙ୍କୀ ଉପଜିଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଉପଜିଲାପାଳଙ୍କ ଗାଡ଼ି ହଠାତ୍‌ ଭାରସାମ୍ୟ…

ଏଟିଏମରୁ ଉଠାଇପାରିଲେନି ୪୦୦ଟଙ୍କା, SBI କୁ ଦେବାକୁ ପଡିଲା ୫୮,୭୦୦ ଟଙ୍କାର ଜରିମାନା, ଘଟଣା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୭।୫: ମାତ୍ର ୪୦୦ ଟଙ୍କାର ଏକ ବିବାଦ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। ଗ୍ରାହକଙ୍କ ଅଭିଯୋଗକୁ ବର୍ଷ ବର୍ଷ…

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି:ଏହି ଦିନ ହେବ ଭୋଟିଂ

ଭୁବନେଶ୍ୱର,୨୭।୫: ଓଡ଼ିଶାରେ ରାଜ୍ୟ ସଭା ରାଜ୍ୟ ସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି ଛାଡ଼ି ଭାଜପାରେ ଦେଇଥିବା ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri