ଖୋଲୁନି ମଣ୍ଡି: ଗାଁରେ ଦଲାଲଙ୍କ ରାଜ୍‌

ବିଷମକଟକ, ୩୧।୧(ଡ଼ି.ଏନ.ଏ) – ସରକାର କୃଷକମାନଙ୍କ ଆର୍ଥତ୍କ ଅଭିବୃଦ୍ଧିର ବିକାଶ ଦିଗରେ ଗୁରୁୁତ୍ୱାରୋପ କରି ବିଭିନ୍ନ କିସମର ଚାଷ କରିବା ନିମନ୍ତେ ଚାଷୀକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିସହ ସେମାନଙ୍କ ଉତ୍ପାଦିତ କୃଷି ଜାତ ଦ୍ରବ୍ୟକୁ ବିକ୍ରି କରିବା ନିମନ୍ତେ ବଜାର ସୃଷ୍ଟି କରି ଚାଷୀକୁ ଉଚିତ୍‌ ମୂଲ୍ୟ ଦେବା ନିମନ୍ତେ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି । ଏମିତି କି ଚାଷୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ସ୍ଥାନରେ ନିୟନ୍ତ୍ରିତ ବଜାର ମଣ୍ଡି ଖୋଲି କ୍ରୟକାରୀ ସଂସ୍ଥା ମାଧ୍ୟମରେ କିଣିବାର ବ୍ୟବସ୍ଥା କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବ ଯୋଗୁ କପାଚାଷୀ ସରକାରଙ୍କ ଯୋଜନାର ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ମାଲାମାଲ ହେଉଛନ୍ତି ବିଭାଗୀୟ ଅଧିକାରୀ ଏବଂ ଦଲାଲମାନେ । ତେଣୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେବା ଆଶଙ୍କା ରହିଛି । ବିଷମକଟକ ବ୍ଲକରେ ପ୍ରତ୍ୟେକ ବର୍ଷ ହଜାର ହଜାର କୁଇଣ୍ଟାଲ କପା ଉତ୍ପାଦନ ହେଉଛି । ଏଠାରେ ଏହାକୁ ବିକ୍ରି ନିମନ୍ତେ ବଜାର ସୁବିଧା ନାହିଁ । ଏଥିସହ ସରକାରଙ୍କ ତରଫରୁ ଉକ୍ତ କପାକୁ କିଣିବା ନିମନ୍ତେ କୌଣସି ସ୍ଥାନରେ ମଣ୍ଡିର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ଗତ ବର୍ଷ ଚାଷୀ ତାର ସମସ୍ତ କପା ଦଲାଲକୁ ବିକ୍ରି କରି ଅଭାବି ବିକ୍ରିର ଶିକାର ହୋଇଥିଲେ । ୪ ମାସ ପରେ ନିୟନ୍ତ୍ରିତ ବଜାର କମିଟି, ଗୁଣପୁର ତରଫରୁ ଚାଟିକୋଣାଠାରେ ଏକ କପାମଣ୍ଡି ଖୋଲାଯାଇଥିବା ନେଇ ବିଷମକଟକ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିଲା, ଯାହା କପା ଚାଷୀଙ୍କୁ ପ୍ରଶାସନ ଉପହାସ କରୁଥିବା ଭଳି ମନେ ହେଉଥିଲା । ବର୍ତ୍ତମାନ କପା ବିକ୍ରୟର ସମୟ ଆସିଛି। ପ୍ରତ୍ୟେକ ଗାଁରେ ଦଲାଲମାନେ ଜଗି ରହି କମ୍‌ ଦରରେ କପା କିଣିବା ସହ ଓଜନରେ ଠକେଇ କରୁଥିବା ଜଣାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଷମକଟକ ବ୍ଲକରେ କପା କ୍ରୟ କରିବା ନିମନ୍ତେ କୌଣସି ସ୍ଥାନରେ ମଣ୍ଡି ଖୋଲାଯାଇନାହିଁ । ଏ ନେଇ ଗୁଣପୁର ଭାରତୀୟ କପା ନିଗମ ଅଧିକାରୀ କୁସୁମା ସୁଧାକରଙ୍କୁ ପଚାରିବାରୁ, ନିୟନ୍ତ୍ରିତ ବଜାର କମିଟି ତରଫରୁ କୌଣସି ସ୍ଥାନରେ ମଣ୍ଡି ଖୋଲାଯାଇନାହିଁ । ଆମ୍ଭକୁ ମଣ୍ଡିକୁ ଯାଇ କପା କ୍ରୟ କରିବା ନିମନ୍ତେ କୌଣସି ଲିଖିତ ସୂଚନା ପ୍ରଦାନ କରାଯାଇନାହିଁ। ତେଣୁ ଆମ୍ଭେ ବିଷମକଟକ ବ୍ଲକରେ କପା କ୍ରୟ କରୁନାହୁଁ ବୋଲି ପ୍ରକାଶ କରିଛନ୍ତି । କିନ୍ତୁ ଚାଟିକୋଣାଠାରେ କପା ମଣ୍ଡି ଖୋଲାଯାଇଛି । ଭାରତୀୟ କପା ନିଗମ ବିଭାଗର କର୍ମଚାରୀ ଅଭାବରୁ ସେମାନେ ଉକ୍ତ ମଣ୍ଡିକୁ ଯାଉନାହାନ୍ତି କି କପା କ୍ରୟ କରୁନାହାନ୍ତି ବୋଲି ଗୁଣପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଦଳପତି କାର୍ଜୀ କହିଛନ୍ତିି । ହେଲେ କ୍ରୟକାରୀ ସଂସ୍ଥା ଏବଂ ନିୟନ୍ତ୍ରିତ ବଜାର କମିଟି ଅଧିକାରୀଙ୍କ କଥାରେ କୌଣସି ତାଳମେଳ ରହୁ ନ ଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ନିଶ୍ଚିତ ହୋଇଯାଇଛି । ଗାଁ ଗାଁରେ ଦଲାଲ ରାଜ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ତରଫରୁ କୌଣସି ରୋକ ଲଗାଯାଉ ବୋଲି ଭାରତୀୟ କପା ନିଗମ ଅଧିକାରୀ ସୂଚନା ଦେଇଛନ୍ତି । ବିଷମକଟକ ବ୍ଲକସ୍ଥିତ ଚାଟିକୋଣାଠାରେ ଖୋଲାଯାଇଥିବା କପାମଣ୍ଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri