ପୁରୀରେ ପହଞ୍ଚିଲେ୧୩୩ ପାକିସ୍ତାନୀ ହିନ୍ଦୁ
ପୁରୀ ଅଫିସ,୪ା୧: ପୁରୀରେ ପହଞ୍ଚିଛନ୍ତି ୧୩୩ ଜଣ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ। ଶୁକ୍ରବାର ରାତି ପ୍ରାୟ ୯ଟାରେ ଏମାନେ ବସ୍ରେ ଆସି ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡସ୍ଥିତ ନାୟକ ପ୍ଲାଜାରେ ରାତ୍ରିଯାପନ କରିଛନ୍ତି। ଏମାନଙ୍କ ମଧ୍ୟରେ ୭୦ ପୁରୁଷ, ୫୦ ମହିଳା…
ମେଡିକାଲ କଲେଜ
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ରାୟଗଡ଼ା ଜିଲାରେ ଲୋକେ ଠିକ୍ ଭାବେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲାରେ ଉତ୍ତମ ଓ ଆଧୁନିକ ଚିକିତ୍ସା ଅଭାବରୁ ରୋଗୀମାନଙ୍କୁ ଜିଲା…
ସିଏଏକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାଯାଉ
ପୁରୀ ଅଫିସ,୪ା୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଜୋରସୋରରେ ଆନ୍ଦୋଳନ ଚାଲିଛି। ପୁଣି କେତେକ ଜାଗାରେ ସମର୍ଥନ ଶୋଭାଯାତ୍ରା ମଧ୍ୟ ବାହାରୁଛି। ସିଏଏକୁ ନେଇ ଦିନକୁ ଦିନ ପରିସ୍ଥିତି ସଙ୍ଗିନ ହେଉଥିବାବେଳେ ଶୁକ୍ରବାର ଏ ସମ୍ପର୍କରେ ମୁହଁ…
ଲାଞ୍ଚ: ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଗିରଫ
କଟକ ଅଫିସ, ୪ା୧: ଦେଢହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ନବରଙ୍ଗପୁରଠାରେ ଥିବା ଲାର୍ଜ ଏରିଆ ମଲ୍ଟି ପର୍ପୋଜ୍ କୋଅପରେଟିଭ ସୋସାଇଟି (ଲାମ୍ପ୍ସ)ର ପରିଚାଳନା ନିର୍ଦ୍ଦେଶକ ବାନାମ୍ବର ପଟ୍ଟନାୟକ। ଶୁକ୍ରବାର ୯୯.୩୨ କୁଇଣ୍ଟାଲ ଧାନ ମଣ୍ଡିରେ କ୍ରୟ…
ସାମାଜିକ ବାସନ୍ଦ ବିରୋଧରେ ଦୃଢ଼ ହେଲେ ପ୍ରମିଳା
ଗୁଡ଼ଭେଲା, ୩।୧ (ଡ଼ି.ଏନ.ଏ.): ବାପାଙ୍କ ମୃତଦେହ ଘରେ ୨ ଦିନ ହେଲା ପଡ଼ିଥିଲା। ମୁଣ୍ଡପିଟି କାନ୍ଦୁଥିଲେ ପରିବାର ଲୋକେ। ଶୋକରେ କାହାର ପାଟି ଫିଟୁ ନ ଥିଲା। ମୃତଦେହ ସତ୍କାର ହୋଇ ନ ଥିବାରୁ ଭୋକ ଉପାସରେ ରହିଥିଲେ ସାରା ପରିବାର।…
ଅବକାରୀ ମନ୍ତ୍ରୀଙ୍କ ଯାଜପୁର ଗସ୍ତ, ବିଭାଗୀୟ କାର୍ଯ୍ୟର ସମୀକ୍ଷା: ଚୋରା, ବିଷାକ୍ତ ମଦ ବିକ୍ରି ରୋକିବାକୁ ନିର୍ଦ୍ଦେଶ
ଯାଜପୁର ଟାଉନ,୪ା୧(ଡିଏନଏ): ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଯାଜପୁର ଜିଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲାରେ ଯେପରି କୌଣସି ବିଷାକ୍ତ ମଦ…
ମାଙ୍କଡ଼ ଆକ୍ରମଣରେ ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ
ବିଞ୍ଝାରପୁର/ବରୀ,୪ା୧ (ଡି.ଏନ.ଏ/ସ୍ବ.ପ୍ର.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରିଲୋ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କୁ ମାଙ୍କଡ଼ ଆକ୍ରମଣ କରିବାରୁ ସେ ଛାତରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ମହିଳା ହେଉଛନ୍ତି ଉକ୍ତ ଗ୍ରାମର ଅରୁଣ ସ୍ବାଇଁଙ୍କ ସ୍ତ୍ରୀ…
ଘାରିଛି ଅଜବ ନିଶା: ପାଲା ପ୍ରେମରେ ୯୦ ବର୍ଷୀୟ ବିଷ୍ଣୁଚରଣ
ରସୁଲପୁର,୪ା୧(ଡି.ଏନ.ଏ): ଏକଦା ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରଚାର, ପ୍ରସାର ଦିଗରେ ପାଲା ଏକ ବଳିଷ୍ଠ ମାଧ୍ୟମ ଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା ପରିବେଷଣକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ଆଧୁନିକ ଚାକଚକ୍ୟ ଭିତରେ ପାଲା ଗୁରୁତ୍ୱହୀନ ହୋଇପଡିଛି। ଏବେ ବିଭିନ୍ନ ସ୍ଥାନରେ…
ପ୍ରଥମଖଣ୍ଡ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା: ୨୫ଶହ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ
ରସୁଲପୁର,୪ା୧(ଡିଏନଏ): ରସୁଲପୁର ବ୍ଲକ ଅଧୀନ ୧୧ଟି ପ୍ରାଥମିକ କୃଷି ସେବା ସମିତି(ପାକ୍ସ) ରହିଛି। ସେଥିରୁ ପ୍ରଥମଖଣ୍ଡ ସେବା ସମିତି ଧାନ ମଣ୍ଡି ଖୋଲିବାରେ ଆଗୁଆ ରହିଛି। ଏହି ସମିତି ଜରିଆରେ ୨୫ଶହ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ କରାଯାଇଛି। ଏଥିପାଇଁ…
ଦାଉ ସାଧିଲା ଅଦିନିଆ ବର୍ଷା: ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ ଆଶଙ୍କା
ଜଗତ୍ସିଂହପୁର ଅଫିସ୍, ୪।୧: ଚଳିତ ଖରିଫ ଋତୁରେ ଜଗତ୍ସିଂହପୁର ଜିଲାରେ ପ୍ରାୟ ୩,୪୪,୮୦୦ ମେଟ୍ରିକ୍ ଟନ୍ ଧାନ ଅମଳ ଲକ୍ଷ୍ୟ ରଖାଯାଇଥିବା ବେଳେ ଦାଉ ସାଧିଛି ଅଦିନିଆ ବର୍ଷା। ଶୁକ୍ରବାର ବର୍ଷା ଯୋଗୁ ସହସ୍ରାଧିକ ହେକ୍ଟର ଜମିରେ ଧାନ ଚକଡ଼ା ଓଦା…
ଦୌଡ଼ିଲେ ୫ ବର୍ଷର ବାଳକ ବୁଦ୍ଧାଦିତ୍ୟ: କମ୍ ବୟସ ଯୋଗୁ ଭାଗ ନେଇପାରିଲେନି
ପାରାଦୀପ,୪ା୧(ସ୍ବ.ପ୍ର.)ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସରେ ଆୟୋଜିତ ମିନି ମାରାଥନ୍ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୫ ବର୍ଷୀୟ ବାଳକ ବୁଦ୍ଧାଦିତ୍ୟ ସ୍ବାଇଁ। ଭୁବନେଶ୍ୱରର ଦେବଦତ୍ତ ସ୍ବାଇଁଙ୍କ ପୁତ୍ର ବୁଦ୍ଧାଦିତ୍ୟ ବିଗତ ଦିନର ବିସ୍ମୟ ବାଳକ ବୁଦ୍ଧିଆ ଭଳି ହେବାକୁ ଲକ୍ଷ୍ୟ ରଖିଛନ୍ତି। ଶୁକ୍ରବାର…
ପାରାଦୀପରେ ପୁଣି କାଉ ମଡ଼କ
ପାରାଦୀପ,୪ା୧(ସ୍ବ.ପ୍ର.): ପାରାଦୀପ ସହରାଞ୍ଚଳରେ ଚଳିତବର୍ଷ ପୁଣି କାଉମଡ଼କ ହେଉଥିବା ଦେଖିବାକୁ ମିଳିଛି। ସହରର ମେଡିକାଲ ଛକ, ମାଛ ମାର୍କେଟ, ନେହେରୁ ବଙ୍ଗଳା ଆଦି ସ୍ଥାନରେ ଅନେକ କାଉ ମରିଥିବା ଦେଖାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ପ୍ରାଣୀ ଚିକିତ୍ସା ବିଭାଗ…

