ଦାଦନ ଯାଇ ବଛ୍‌ରେ ହେଲା ଲାପତା: ସୁନାଧରକଁର ବାଟ୍‌ ଚାହିଁଛନ୍‌ ପରିବାର ଲୋକ୍‌

ଖପ୍ରାଖୋଲ, ୩୧ା୧(ଡି.ଏନ୍‌.ଏ.)-ରାଏଜ୍‌ ସରକାର ଦାଦନ ସମସିଆର ସଂଗେ ଯୁଝ୍‌ବାର ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ପଶ୍ଚିମ ଓଡ଼ିଶାରେ ଦାଦନ ସମସିଆ ଥମ୍‌ବାର ନଁା ନାଇଁଧରବାର। କେତେବେଲେ ଗଁାକେ ଦାଦନ ଶ୍ରମିକ ଶବ ହେଇ ଫିରୁଛେ ତ ଆର କେତେବେଲେ ହାତ୍‌ଗୋଡ଼ ହରେଇ ଅକରମା ହେଇ ଫିରୁଛେ। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଦାଦନ ପରବନ ଅଂଚଲ ହିସାବେ ଜନାଶୁନା। ଫିବଛର ବ୍ଲକରୁ ହଜାର ହଜାର ଲୋକ ପେଟ୍‌ପାଟନାର ଲାଗି କୁଟୁମବସିଆ ଦାଦନ ଖଟିଯାଉଛନ୍‌। ଇ ହିସାବେ ଖପ୍ରାଖୋଲ ବ୍ଲକ ଲୁହାସିଂହା ପଁଚେତ୍‌ ଗଉଡ଼ପାଲି ଗଁାର ଝନେ ଶ୍ରମିକ ଦାଦନ ଯାଇ ବଛ୍‌ରେ ହେଲା ଲାପତା ହେଇଯାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଲୁହାସିଂହା ପଁଚେତ୍‌ ଗଉଡ଼ପାଲିର ସୁନାଧର ହାତୀ(୫୨)। ପରିବାର କହେଲେ ମାଏକିନା ଚଏଁତୁଲା, ପୁଓ କୁଲମଣି, ବହ ମାଳତୀ ଆର ୮ ମାସର ଗୁଟେ ନାତି ରହିଛନ୍‌। ପରିବାରଟା ନିହାତି ଗରିବ୍‌। ଏନ୍‌ତା ଅଭାବିଆ ପରିସ୍ଥିତିରେ ପୁଓ କୁଲମଣି ରୋଗ୍‌ଥି ଶଢ଼ୁଥିଲାବେଲେ ୮ ମାସିଆ ନାତି ହୁରୁଦ୍‌ ରୋଗ୍‌ ସଂଗେ ଯୁଝୁଛନ୍‌। ଅଭାବ ଅନାଟନ ଲାଗି ଗଲା ବଛର ଜାନୁୟାରୀ ମାସେ ଗଉଡ଼ପାଲି ଆର ସାନଉଡେନ ଗଁାର ଶ୍ରମିକମାନକର ସଂଗେ ମିଶି ସୁନାଧର ଦାଦନ ଖଟିଯାଇଥିଲେ। ଇମାନେ ସଭେ ବେଲପଡ଼ା ଥାନା ରେଙ୍ଗାଲି ଗଁାର ଦାଦନ ସରଦାର କ୍ଷମାନିଧି ମେହେରକଁର ଜରିଆରେ ତେଲେଙ୍ଗାନା ରାଏଜ୍‌ ଗୋଦାବରୀ କାନି ଅଂଚଲ ଗଞ୍ଜାପାଡ଼ୁର ଗୁଟେ ଇଟା ଭାଟିରେ କାମ୍‌ କରୁଥିଲେ। ସୁନାଧର ସେଠାନେ ଦେଢ଼ମାସ ତକ୍‌ କାମ କଲାଉତାରୁ ହଠାତ୍‌ ଦିନେ ନିଖୋଜ ହେଇଯାଇଥିବାର କଥା ସାଥି ଶ୍ରମିକମାନେ ତାକର ପରିବାର ଲୁକ୍‌କୁ କହିଛନ୍‌। ଏହେଦେ ବାକି ଶ୍ରମିକମାନେ ଘରକେ ଫିରିଥିଲାବେଲେ ବଛ୍‌ରେ ହେଲା ସୁନାଧର ଘରକେ ନାଇଁଫିରି। ଇ ବାବ୍‌ଦେ ପରିବାର ଲୋକ୍‌ ଦାଦନ ସରଦାରକୁଁ କହିଲାରୁ ସେ ସୁନାଧରକୁଁ ଖୁଜିଆନବାକେ କଥା ଦେଇଥିଲେ। ହେଲେ ପଛେ ସେ ପରିବାର ଲୁକ୍‌କୁ ଧମକ୍‌ ଚମକ୍‌ ଦେଉଥିବାର ସୁନାଧରକଁର ମାଏକିନା କହିଛନ୍‌। ଇ ବାବ୍‌ଦେ ପରିବାର ଲୋକ୍‌ ପୁଲିସକେ ଜନେଇଛନ୍‌। ହେଲେ ଘଟନାଟା ବାହାର ରାଏଜେ ଘଟିଥିବାର ଲାଗି ପୁଲିସ ମାମଲା ରୁଜୁ କରବାକେ ମନା କରିଥିବାର ପରିବାର ଲୋକ୍‌ ଅଭିଯୋଗ କରିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ପରିବାର ଲୋକ୍‌ ଗଲା ୨୦ ତାରିଖ ଜିଲାପାଳକଁର ଅଭିଯୋଗ ଶୁନାନିରେ ଲିଖିତ ଅଭିଯୋଗ କରିଥିବାର ଜନାଯାଇଛେ। ଇଆଡ଼େ ଘରର ରୁଜ୍‌ଗାରିଆ ଲୋକ୍‌ ଦାଦନ ଯାଇ ଘରକେ ନାଇଁ ଫିରିଥିଲାବେଲେ ପୁଓ ଆର ନାତିର ଚିକିଛା ସଂଗେ ପରିବାର ଚଲାବାରଟା ଚଏଁତୁଲାକଁର ଲାଗି ଭିଡ଼ ହେଇଯାଉଛେ। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ସୁନାଧରକଁର ପତା ଲଗେଇ ଫିରେଇ ଆନ୍‌ବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବୀରଗୋବିନ୍ଦପୁର ନିକଟରେ ଅଜଣା କାର୍ ଧକ୍କା ଯୁବକଙ୍କ ମୃତ୍ୟୁ; ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ବଞ୍ଚୋ, ୧୮।୭(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ…

ପ୍ରତିଦିନ ୮ ଘଣ୍ଟାର ଅଧ୍ୟବସାୟ: ଦ୍ୱିତୀୟ ପ୍ରୟାସରେ ନିଟ୍‌ରେ ସଫଳ ହେଲେ ଚିନ୍ମୟନନ୍ଦ

ଅମରପାଲି, ୧୮।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ଗ୍ରାମ ପଞ୍ଚାୟତର ତିକୁଡ଼ା ଗ୍ରାମର ପ୍ରତିଭାବାନ ଛାତ୍ର ଚିନ୍ମୟନନ୍ଦ ମିଶ୍ର ଚଳିତ ବର୍ଷର ନିଟ୍…

ମସ୍ତିଷ୍କ ରୋଗରେ ଆକ୍ରାନ୍ତ ଯୁବକଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ, କଲେ ଆର୍ଥିକ ସହାୟତା

ଗଞ୍ଜାମ, ୧୮।୭(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଦ୍ୟାଧର ପଲାଇ ବର୍ତ୍ତମାନ ଏକ ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି।…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘର ଛାତରୁ ଖସି ପଡ଼ିଲେ ମହିଳା: ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଦିଗପହଣ୍ଡି, ୧୮।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଘର…

ପ୍ରେରଣାର ଉତ୍ସ ଯୁବ ସ୍ୱେଚ୍ଛାସେବୀ: ଜନ୍ମଦିନରେ ମୃତ୍ୟୁଞ୍ଜୟଙ୍କ ରକ୍ତଦାନ ଓ ବୃକ୍ଷରୋପଣ

ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡ଼ରମ୍ପାସ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ମୃତ୍ୟୁଞ୍ଜୟ ବେହେରା ନିଜ ଜନ୍ମଦିନକୁ ଅତ୍ୟନ୍ତ ନିଆରା ଓ ପ୍ରେରଣାଦାୟକ…

ହାଟଡିହୀ ବ୍ଲକର ଗୌରବ: ନିଟ୍ ପରୀକ୍ଷାରେ ଚନ୍ଦନ, ଅଭିଜିତ ଓ ଆଶୁତୋଷଙ୍କ ବାଜିମାତ୍

ହାଟଡିହୀ, ୧୮।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩ ଜଣ ମେଧାବୀ ଛାତ୍ର ଜାତୀୟ ସ୍ତରର ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍ (UG)’ରେ ଚମତ୍କାର…

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…

ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…

ରାସ୍ତା ଜଳମଗ୍ନ ଯୋଗୁ ଉତ୍ତେଜନା: ଯୁଗପୁରା ବଜାରଠାରେ ଟାୟାର ଜାଳି ରାସ୍ତାରୋକ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ବୈଶିଙ୍ଗା, ୧୮।୭ (ରତନ ଦାଶ): ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶନିବାର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri