ଆଜି ମାଘ ଷଷ୍ଠୀ : ସ୍ନାନମଣ୍ଡପକୁ ବିଜେ ହେବେ ୩ ମହାଦେବ

କୋଣାର୍କ,୩୧।୧(ଡି.ଏନ୍‌.ଏ.): ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ନିମନ୍ତେ ପୁରୀ ଜିଲା ପ୍ରଶାସନ ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ ନିମନ୍ତେ ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଖନନ କରାଯିବା ସହ ବ୍ଲିଚିଂ ପକାଯାଇ ଜଳକୁ ବିଶୋଧନ କରାଯାଇଛି। ପୁଷ୍କରିଣୀର ପାର୍ଶ୍ୱ ଅଞ୍ଚଳ ଓ ଲାଇଟ ହାଉସ ସମ୍ମୁଖରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୧୨୦ଟି ଅସ୍ଥାୟୀ ପାଇଖାନା ନିର୍ମାଣ କାଯର୍‌ୟ ଶେଷ ହୋଇଥିବା ବେଳେ ଦୁଇଟି ମୋବାଇଲ ପାଇଖାନାର ବ୍ୟବସ୍ଥା କରାଯାଇଛି। ପୁଷ୍କରିଣୀର ଚତୁଃପାର୍ଶ୍ୱରେ ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ସେହିପରି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ପାଇଁ ମେଳା ପଡିଆରେ ୬୦ଟି ଅସ୍ଥାୟୀ ଷ୍ଟାଣ୍ଡ ପଏଣ୍ଟ ସହ ୫ଟି ଟ୍ୟାଙ୍କରର ବ୍ୟବସ୍ଥା ହୋଇଛି। କୋଣାର୍କ ଏନ୍‌ଏସି ପକ୍ଷରୁ ଚନ୍ଦ୍ରଭାଗା ବଜାର, ମେଳାପଡିଆ, ଚନ୍ଦ୍ରଭାଗା ତେଲୁଗୁ ବସ୍ତି ରାସ୍ତା, କୋଣାର୍କ ଚନ୍ଦ୍ରଭାଗା ରାସ୍ତା, କୋଣାର୍କ ରାମଚଣ୍ଡୀ ରାସ୍ତା ଓ ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ୱରେ ଆଲୋକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ନିମନ୍ତେ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ମାଟିହାଣ୍ଡି ବ୍ୟବସାୟୀମାନେ ମେଳାପଡିଆରେ ପସରା ମେଲାଇଥିବା ଦେଖିବାକୁ ମିଳିଛି ା ମେଳାପଡିଆଠାରେ ୫ଟି ଓ୍ବାଚ ଟାଓ୍ବାର ନିର୍ମାଣ କରାଯାଇ ଅପରାଧ କାର୍ଯ୍ୟକଳାପ ଉପରେ ନଜର ରଖାଯିବା ଲାଗି ବ୍ୟବସ୍ଥା କରାଯାଇଛି। ଚନ୍ଦ୍ରଭାଗା ସମୁଦ୍ରକୂଳରେ ଅଗ୍ନିଶମ ବିଭାଗ ପକ୍ଷରୁ ୨୦ଜଣ ଲାଇଫ ଗାର୍ଡ ସହ ଆବଶ୍ୟକ ଜରୁରୀ ସାମଗ୍ରୀର ବ୍ୟବସ୍ଥା ହୋଇଛି ା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସହ କୋଣାର୍କ କଲେଜ, ମ୍ୟୁଜିୟମ ପାର୍କିଂ, ବାଣପଦା ରୋଡ, ଆଇଏଫଏସ ପାର୍କିଂ ଏବଂ ହେଲିପ୍ୟାଡଠାରେ ଦୁଇଚକିଆ ଓ ଚାରିଚକିଆ ଯାନର ପାର୍କିଂ ବ୍ୟବସ୍ଥା କରାଯାଇଛି। କୋଣାର୍କ ଏନ୍‌ଏସି ସ୍ବେଚ୍ଛାସେବୀ ସମନ୍ବୟ ସମିତି ପକ୍ଷରୁ ୩୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀଙ୍କୁ ଶ୍ରଦ୍ଧାଳୁଙ୍କ ସେବା କାର୍ଯ୍ୟ, ଟ୍ରାଫିକ ନିୟନ୍ତ୍ରଣ, ରନ୍ଧା ଖାଦ୍ୟ ବଣ୍ଟନ ଓ ମେଳାପଡିଆରେ ପଲିଥିନ ବ୍ୟବହାର ନିିଷେଧ ଉପରେ ଦୃଷ୍ଟି ରଖିବା ପାଇଁ ନିୟୋଜିତ କରାଯିବାର ବ୍ୟବସ୍ଥା ହୋଇଛି ା ମାଘ ଷଷ୍ଠୀ ରାତି ୯ଟାରେ ମାଧିପୁର ଗ୍ରାମର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁର ଗ୍ରାମର ଐଶାନେଶ୍ୱର ମହାଦେବ ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ମହାଦେବ ନିଜ ନିଜ ପୀଠରୁ ବିମାନ ଯୋଗେ କୋଣାର୍କ ଏନ୍‌ଏସି କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ରାତ୍ର ୧୨ଟା ରେ ଏନ୍‌ଏସି ଭୋଗ ମଣ୍ଡପରେ ସାମୁହିକ ପୂଜାର୍ଚ୍ଚନା ଓ ଭୋଗଲାଗି କରାଯିବାର ବ୍ୟବସ୍ଥା କରାଯାଇଛି। ତିନି ଠାକୁର କୋଣାର୍କ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ ପୂର୍ତ୍ତ ବିଭାଗ ଠାରେ ଚାଚେରୀ ଭୋଗ ଲାଗି ପରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ସ୍ନାନ ମଣ୍ଡପ ଅଭିମୁଖେ ଯାତ୍ରା କରିବେ। ସେଠାରେ ନୀତି ଅନୁଯାୟୀ ତୀର୍ଥରୁ ଜଳ ଆଣିବା ପରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ଅନୁଷ୍ଠିତ ହେବ। ଠାକୁରଙ୍କ ପୂଜାର୍ଚ୍ଚନା ସରିବା ପରେ ସାଧୁସନ୍ଥଙ୍କ ଦ୍ୱାରା ସମୁଦ୍ର ଆଳତି କାର୍ଯ୍ୟକ୍ରମ ଓ ଶନିବାର ଭୋର ୪ଟା ରେ ଶ୍ରଦ୍ଧାଳୁମାନେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ଼ ପକାଇବେ। ଏହି ମେଳା ନିମନ୍ତେ ପୁରୀ ଏସ୍‌ପି ଡ. ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ୨୮ପ୍ଳାଟୁନ ପୋଲିସ ଫୋର୍ସ, ୪ଜଣ ଅତିରିକ୍ତ ଏସ୍‌ପି, ୨୫ଜଣ ଆଇଆଇସି, ୮ଜଣ ଡିଏସ୍‌ପି ଓ ୧୦୦ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସମେତ ସାଦା ପୋଷାକଧାରୀ ପୋଲିସ, ବୋମା ନିଷ୍କ୍ରିୟ କାରୀ ଦଳ ମୁତୟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri