ଏମ୍‌ପି ଅନୁଭବଙ୍କ ବିରୋଧରେ ଅଭିଯୋଗ

କେନ୍ଦ୍ରାପଡା ଅଫିସ,୩୧।୧: ବିବାଦ କେନ୍ଦ୍ରାପଡା ଏମପି ଅନୁଭବ ମହାନ୍ତିଙ୍କ ପିଛା ଛାଡୁନାହିଁ। ପୂର୍ବରୁ ତାଙ୍କ ନାମରେ କଟକର ପୁରୀଘାଟ ଥାନା ଓ କେନ୍ଦ୍ରାପଡ଼ା ଟାଉନ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାରପତ୍ର ବାବଦରେ ବାକି ଟଙ୍କା ସୁଝୁ ନ ଥିବା ଦର୍ଶାଯାଇ ସଦର ଥାନାରେ ଅଭିଯୋଗ ପତ୍ର ଦାଖଲ ହୋଇଛି। ଏହା ପୂର୍ବରୁ ଏହି ଅଭିଯୋଗ ପତ୍ର ଅନ୍‌ଲାଇନରେ କେନ୍ଦ୍ରାପଡା ଏସପି, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗକାରୀ ଗରାପୁରସ୍ଥ ବଳଦେବଜୀଉ ଆଡ ମିଡିଆ ମାଲିକ ସ୍ମୃତିରଞ୍ଜନ ସ୍ବାଇଁ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସେ କୁହନ୍ତି ଯେ, ଗତ ସାଧାରଣ ନିର୍ବାଚନ ସମୟରେ ପ୍ରଚାର ସଂକ୍ରାନ୍ତୀୟ କାର୍ଯ୍ୟ କରିଥିଲେ। ଏହି ସମୟରେ ଆଡମିଡିଆ ହାଉସର ବ୍ୟାନର, ପୋଷ୍ଟର, ଷ୍ଟିକର, ହୋର୍ଡିଂ ଓ ଭ୍ୟାନ ଡେକୋରେଶନ ବାବଦ ମୋଟ ୩୨,୫୬,୪୦୦ ଟଙ୍କା ବିଲ୍‌ ହୋଇଥିଲା। ଇତିମଧ୍ୟରେ ୨୧,୧୦,୯୯୧ ଟଙ୍କା ସେ ପଇଠ କରିଥିଲେ ମଧ୍ୟ ଅବଶିଷ୍ଟ ୧୧,୪୫,୪୩୯ ଟଙ୍କା ମିଳିନାହିଁ। ଏ ସମ୍ପର୍କରେ ବହୁବାର ଏମପି ମହାନ୍ତିଙ୍କୁ ଜଣାଇ ଥିଲେ ମଧ୍ୟ ବକେୟା ଟଙ୍କା ମିଳି ନ ଥିବାରୁ ଏନେଇ ଥାନାର ଆଶ୍ରୟ ନେଇଥିବା ଆଡମିଡିଆ ମାଲିକ ସ୍ବାଇଁ ପ୍ରକାଶ କରିଛନ୍ତି। ଏ ନେଇ ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ କହିଛନ୍ତି ଯେ, ଅଭିଯୋଗ ପତ୍ର ଥାନାରେ ପହଞ୍ଚିଛି। ଏନେଇ କାର୍ଯ୍ୟାନୁଷ୍ଠାନ ହେବ। ଅଭିଯୋଗ ସମ୍ପର୍କରେ ଏମପି ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ପ୍ରଚାର କାର୍ଯ୍ୟ ବାବଦରେ ଖର୍ଚ୍ଚ ହୋଇଥିବା ସବୁ ଟଙ୍କା ପ୍ରଦାନ କରାଯାଇଛି। ତେବେ ଗତ ଦୁଇ ଦିନ ତଳେ କେନ୍ଦ୍ରାପଡା ସ୍ବୟଂଶାସିତ କଲେଜରେ ଏକ ୟୁଥ କନ୍‌କ୍ଲେଭର ଆୟୋଜନ ହୋଇଥିଲା। ଏହି କନ୍‌କ୍ଲେଭକୁ କେନ୍ଦ୍ରାପଡାବାସୀ ସହଯୋଗ କରିଥିବା ବେଳେ କେତେକ ଖଳପ୍ରକୃତିର ବ୍ୟକ୍ତି ମତେ ବଦନାମ କରିବା ପାଇଁ ଏହି ପ୍ରଚାର ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri