ଆମ ଜିଲା ଖବର

ମଧ୍ୟାହ୍ନଭୋଜନ ଖାଇ ୨୫ ଛାତ୍ରୀଛାତ୍ର ଅସୁସ୍ଥ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ନରାଜ,୯।୧(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ଉପ୍ରା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଅନୁଭବ କରୁଥିବା ୨୫ଜଣ ପିଲାଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ସୂଚନାନୁଯାୟୀ, ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ସମୟରେ…

କାର୍‌ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ

ଜୟପୁର,୯।୧(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ପୋଲିସ ସୁର୍ଲି ଗ୍ରାମ ନିକଟରେ ଏକ କାର୍‌ରୁ ୧ କୁଇଣ୍ଟାଲ ୬୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ପୋଲିସ ସୂଚନାନୁଯାୟୀ, ବୁଧବାର ରାତିରେ କୋଟପାଡ଼ ପୋଲିସ ପାଟ୍ରୋଲିଂ କରିବା ସମୟରେ ସୁର୍ଲି ଗ୍ରାମ ନିକଟରେ…

ଦୁଇ ସହଯୋଗୀଙ୍କ ସହ କଫ୍‌ସିରପ୍‌ ମାଷ୍ଟରମାଇଣ୍ଡ ସାନ ନେଗୀ ଗିରଫ

ବଲାଙ୍ଗୀର ଅଫିସ, ୯।୧- କଫ୍‌ସିରପ କାରବାରର ମାଷ୍ଟରମାଇଣ୍ଡ ସାନ ନେଗୀ ଓ ତାଙ୍କର ଦୁଇ ସହଯୋଗୀ ଅଜିତ ନନ୍ଦ ଓ ବାଦଶାହ ମାନଙ୍କୁ ଗୁରୁବାର ଭୁବନେଶ୍ୱରରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ ବଲାଙ୍ଗୀର ଅଣାଯାଇ ଏକ ଗୁପ୍ତ ସ୍ଥାନରେ ପଚରାଉଚୁରା କରାଯାଉଥିବା…

ବାଲିଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ପରିବାରଲୋକଙ୍କ ରାସ୍ତାରୋକୋ

ରାସଗୋବିନ୍ଦପୁର,୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ବାଲିଖାଦାନ ନିକଟ ବାଲି ଷ୍ଟକ୍‌ ଥିବା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମୂଷାମାରୀ ଗ୍ରାମର ମିଣ୍ଟୁ ତରେଇ। ମିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।…

ବୃଦ୍ଧାଙ୍କୁ ମାରି ଜଗି ରହିଥିଲା ମା’ ଭାଲୁ, ଉଦ୍ଧାର କଲା ବନବିଭାଗ ଟିମ୍‌

ନବରଙ୍ଗପୁର,୯।୧(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡ଼ା ଗ୍ରାମର ନିଖୋଜ ବୃଦ୍ଧା ଗୋରୀ ଅମନାତ୍ୟ(୭୦)ଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ତାଙ୍କୁ ଭାଲୁ ଆକ୍ରମଣ କରି ମାରିଦେଇଥିବା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଦୁଇ ଦିନ ତଳେ ଗୋରୀ ନିଖୋଜ ହୋଇଯାଇଥିଲେ। ସେହିଦିନଠାରୁ…

ପୁଅଙ୍କ ଏମ୍‌ବିବିଏସ୍‌ ଫଳକ ଲଗାଇ ବାପା କରୁଛନ୍ତି ଚିକିତ୍ସା, ନକଲି ଔଷଧ ପ୍ରସ୍ତୁତ କରି ଚାଲିଛି ରୋଗୀଙ୍କୁ ଶୋଷଣ

ଗୋପାଳପୁର,୯।୧-ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମିର ବିକାଶ କରୁଛନ୍ତି। ରୋଗୀଙ୍କୁ ଯେଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ସେନେଇ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ…

ନିରାକାରପୁର-ଭୂଷଣ୍ଡପୁର ମଝି ରେଳଧାରଣାରେ ଅଘଟଣ: ଟ୍ରେନ୍‌ରେ ଲାଗିଲା ନିଆଁ

ନିରାକାରପୁର,୯।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର-ଭୂଷଣ୍ଡପୁର ମଝିରାସ୍ତା ରେଳଧାରଣାରେ ଗୁରୁବାର ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ତେବେ ହରିପୁର ଗେଟ୍‌ ଜଗୁଆଳି ନିଆଁ ଲାଗିଥିବା ଦେଖିବା ପରେ ନାଲି ପତାକା ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ।…

ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ଦମ୍ପତିଙ୍କଠାରୁ ଲୁଟ୍‌: ଚଳନ୍ତା ବାଇକ୍‌ରୁ ଟଙ୍କା ଛଡ଼ାଇବା ବେଳେ ଖସିପଡ଼ି ମହିଳା ଗୁରୁତର

ଦିଗପହଣ୍ଡି,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଜଣେ ଦମ୍ପତିଙ୍କଠାରୁ ୩୫ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।୨ଜଣ ଅଜଣା ଦୁର୍ବୃତ୍ତ ଚଳନ୍ତା ବାଇକ୍‌ରୁ ମହିଳାଙ୍କ ବ୍ୟାଗ୍‌ ଟାଣି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।…

ବନ୍ଦ କୋଠରିରେ ମହିଳାଙ୍କ ମୃତଦେହ ଥିବା ସନ୍ଦେହ: ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ସମ୍ବଲପୁର,୯।୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ବାହାଲପଡ଼ାସ୍ଥିତ ଏକ ବନ୍ଦ କୋଠରିରୁ ମହିଳାଙ୍କ ମୃତଦେହ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ଏନେଇ ପୋଲିସ ପାଖରେ ମଧ୍ୟ ଅଭିଯୋଗ ପହଞ୍ଚତ୍ଥିଲା । ଗୁରୁବାର ସକାଳେ ଧନୁପାଲି ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ…

୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର,୯।୧(ଡି.ଏନ୍‌.ଏ.): ଥମୁନି ଧଳା ଜହର କାରବାର। ବାଲେଶ୍ୱର ଜିଲା ଜଳେଶ୍ୱରରେ ଗୁରୁବାର ୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଶେଖବାଡ଼ ଅଞ୍ଚଳରେ ପୋଲିସ ଚଢ଼ାଉ କରି ବ୍ରାଉନ୍‌ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ…

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ପୁରୀରୁ ଗିରଫ

ଜଳେଶ୍ୱର,୯।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ରାଇବଣିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଜଳେଶ୍ୱର ନଶ୍ଚିମପୁର ଅଞ୍ଚଳର ଅଶୋକ ଦତ୍ତ। ଅଶୋକ ଉକ୍ତ ନାବାଳିକାଙ୍କୁ ଅପହରଣ…

ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଦାମୋଦର ଓରଫ ବାଲେମ ନାରାୟଣ ସ୍ବାମୀ ଓ ସ୍ତ୍ରୀ ଫୁଲବତୀ। ଦାମୋଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?