ଜାତୀୟସ୍ତରରେ ବ୍ରହ୍ମପୁରର ତବଲା ବାଦକ ଦୀପ୍ତ ପୁରସ୍କୃତ

ବ୍ରହ୍ମପୁର ଅଫିସ,୬ା୨-ବୟସ ମାତ୍ର ୧୪ ବର୍ଷ । କିନ୍ତୁ ଏହି ବୟସରେ ତାଙ୍କର ତବଲା ବାଦନ ଆଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତିି । ନିଜର ପ୍ରତିଭା ପ୍ରଦର୍ଶନ କରି ସେ ଜାତୀୟସ୍ତରରେ ପୁରସ୍କୃତ ହୋଇ ଗଞ୍ଜାମ ଜିଲା ପାଇଁ ଗୌରବ ଅଣିଛନ୍ତି । ସେ ହେଲେ ବ୍ରହ୍ମପୁର ଆମ୍ବପୁଆ ଅର୍ଚ୍ଚନା ବିହାରର ଦୀପ୍ତ ସୁନ୍ଦର ପାତ୍ର । ସ୍ଥାନୀୟ ରାମହରିନଗର ଶିଶୁ ମନ୍ଦିରରେ ନବମ ଶ୍ରେଣୀରେ ପଢ଼ୁଥିବା ଦୀପ୍ତ ଚଳିତ ବର୍ଷ ସ୍କୁଲ ପକ୍ଷରୁ ଏନ୍‌ସିସିରେ ଭାଗନେଇ ଦିଲ୍ଲୀସ୍ଥିତ ରିପ୍ଲବିକ ଡେ କ୍ୟାମ୍ପରେ ଭାଗ ନେବାପାଇଁ ମନୋନୀତ ହୋଇଥିଲେ। ଓଡ଼ିଶାର ୩୦ଜଣିଆ ଦଳ ମଧ୍ୟରେ ଗଞ୍ଜାମ ଜିଲାରୁ ଏକମାତ୍ର କୁନି ତବଲା ବାଦକ ଭାବେ ଭାଗନେଇ ପ୍ରଥମେ ଭୁବନେଶ୍ୱର ପଳାଶପଲ୍ଲୀସ୍ଥିତ ଏୟାର ସ୍କ୍ବାଡ୍ରନରେ ତାଲିମ ନେଇଥିଲେ । ଏହାପରେ ସାଂସ୍କୃତିକ ଦଳରେ ଦିଲ୍ଲୀ ଯାତ୍ରା କରିଥିଲେ । ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶା ଦଳ ପକ୍ଷରୁ ଭାଗନେଇ ଜୁନିୟର ବିଭାଗରେ ସାରା ଭାରତରେ ପ୍ରଥମସ୍ଥାନ ଅଧିକାର କରି ଗଞ୍ଜାମ ଜିଲା ଏବଂ ଓଡିଶା ପାଇଁ ଗୌରବ ହାସଲ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତିନି ସେନା ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ମୁଖରେ ନିଜର କୁନି ହାତରେ ଚମତ୍କାର ତବଲା ବାଦନ କରି ଦୀପ୍ତ ଲାଇନ୍‌ ଏରିଆ ବିର୍‌ଫ୍ରି, ରିପ୍ଲବିକ୍‌ ଡେ କ୍ୟାମ୍ପ, ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖ ରାଲିରେ ଶ୍ରେଷ୍ଠ ଜୁନିୟର ଡିଭିଜନରେ ପ୍ରଥମ ହେବା ସହ ଶ୍ରେଷ୍ଠ କଳାକାର ଭାବେ ସେ ସମୁଦାୟ ୪ ମେଡାଲ ଓ ସିଲ୍‌ ହାସଲ କରିଛନ୍ତି। ମଙ୍ଗଳବାର ଦୀପ୍ତ ବ୍ରହ୍ମପୁରରେ ପହଞ୍ଚିବା ପରେ ରେଳ ଷ୍ଟେଶନରେ ଶିଶୁ ମନ୍ଦିରର ସମସ୍ତ ଗୁରୁମାଗୁରୁଜୀଙ୍କ ସମେତ ବୃଦ୍ଧିଜୀବୀ, ଶିକ୍ଷାବିତ୍‌, ତାଙ୍କ ପରିବାରବର୍ଗ ଓ ସ୍କୁଲର ଶିକ୍ଷକମାନେ ତାଙ୍କୁ ଷ୍ଟେଶନ୍‌ରେ ଶୁଭେଚ୍ଛା ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କ ସଫଳତା ପଛରେ ବାପା ଅଧ୍ୟାପକ ଦୀନବନ୍ଧୁ ପାତ୍ର, ମା’ ଅସ୍ମିତା ପାତ୍ର, ଭଉଣୀ ଦୀପାଲି ପ୍ରିୟଦର୍ଶିନୀଙ୍କ ପ୍ରେରଣା ରହିଥିବା ସେ କହିଛନ୍ତି ା ସୂଚନାଯୋଗ୍ୟ, ଏହା ପୂର୍ବରୁ ଦୀପ୍ତ ୨୦୧୩ରେ ରାଜ୍ୟସ୍ତରୀୟ କୁନି ତବଲା ବାଦକ ଚମ୍ପିୟନଶିପ୍‌ରେ ଭାଗନେଇ ଶ୍ରେଷ୍ଠ ବାଦକଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରାକ୍ତନ ଏମ୍‌ପି ପ୍ରସନ୍ନ ପାଟଶାଣୀଙ୍କଠାରୁ ରାଜ୍ୟସ୍ତରରେ ପୁରସ୍କାର ହାସଲ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri