ଜାତୀୟସ୍ତରରେ ବ୍ରହ୍ମପୁରର ତବଲା ବାଦକ ଦୀପ୍ତ ପୁରସ୍କୃତ

ବ୍ରହ୍ମପୁର ଅଫିସ,୬ା୨-ବୟସ ମାତ୍ର ୧୪ ବର୍ଷ । କିନ୍ତୁ ଏହି ବୟସରେ ତାଙ୍କର ତବଲା ବାଦନ ଆଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତିି । ନିଜର ପ୍ରତିଭା ପ୍ରଦର୍ଶନ କରି ସେ ଜାତୀୟସ୍ତରରେ ପୁରସ୍କୃତ ହୋଇ ଗଞ୍ଜାମ ଜିଲା ପାଇଁ ଗୌରବ ଅଣିଛନ୍ତି । ସେ ହେଲେ ବ୍ରହ୍ମପୁର ଆମ୍ବପୁଆ ଅର୍ଚ୍ଚନା ବିହାରର ଦୀପ୍ତ ସୁନ୍ଦର ପାତ୍ର । ସ୍ଥାନୀୟ ରାମହରିନଗର ଶିଶୁ ମନ୍ଦିରରେ ନବମ ଶ୍ରେଣୀରେ ପଢ଼ୁଥିବା ଦୀପ୍ତ ଚଳିତ ବର୍ଷ ସ୍କୁଲ ପକ୍ଷରୁ ଏନ୍‌ସିସିରେ ଭାଗନେଇ ଦିଲ୍ଲୀସ୍ଥିତ ରିପ୍ଲବିକ ଡେ କ୍ୟାମ୍ପରେ ଭାଗ ନେବାପାଇଁ ମନୋନୀତ ହୋଇଥିଲେ। ଓଡ଼ିଶାର ୩୦ଜଣିଆ ଦଳ ମଧ୍ୟରେ ଗଞ୍ଜାମ ଜିଲାରୁ ଏକମାତ୍ର କୁନି ତବଲା ବାଦକ ଭାବେ ଭାଗନେଇ ପ୍ରଥମେ ଭୁବନେଶ୍ୱର ପଳାଶପଲ୍ଲୀସ୍ଥିତ ଏୟାର ସ୍କ୍ବାଡ୍ରନରେ ତାଲିମ ନେଇଥିଲେ । ଏହାପରେ ସାଂସ୍କୃତିକ ଦଳରେ ଦିଲ୍ଲୀ ଯାତ୍ରା କରିଥିଲେ । ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶା ଦଳ ପକ୍ଷରୁ ଭାଗନେଇ ଜୁନିୟର ବିଭାଗରେ ସାରା ଭାରତରେ ପ୍ରଥମସ୍ଥାନ ଅଧିକାର କରି ଗଞ୍ଜାମ ଜିଲା ଏବଂ ଓଡିଶା ପାଇଁ ଗୌରବ ହାସଲ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତିନି ସେନା ମୁଖ୍ୟ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ମୁଖରେ ନିଜର କୁନି ହାତରେ ଚମତ୍କାର ତବଲା ବାଦନ କରି ଦୀପ୍ତ ଲାଇନ୍‌ ଏରିଆ ବିର୍‌ଫ୍ରି, ରିପ୍ଲବିକ୍‌ ଡେ କ୍ୟାମ୍ପ, ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖ ରାଲିରେ ଶ୍ରେଷ୍ଠ ଜୁନିୟର ଡିଭିଜନରେ ପ୍ରଥମ ହେବା ସହ ଶ୍ରେଷ୍ଠ କଳାକାର ଭାବେ ସେ ସମୁଦାୟ ୪ ମେଡାଲ ଓ ସିଲ୍‌ ହାସଲ କରିଛନ୍ତି। ମଙ୍ଗଳବାର ଦୀପ୍ତ ବ୍ରହ୍ମପୁରରେ ପହଞ୍ଚିବା ପରେ ରେଳ ଷ୍ଟେଶନରେ ଶିଶୁ ମନ୍ଦିରର ସମସ୍ତ ଗୁରୁମାଗୁରୁଜୀଙ୍କ ସମେତ ବୃଦ୍ଧିଜୀବୀ, ଶିକ୍ଷାବିତ୍‌, ତାଙ୍କ ପରିବାରବର୍ଗ ଓ ସ୍କୁଲର ଶିକ୍ଷକମାନେ ତାଙ୍କୁ ଷ୍ଟେଶନ୍‌ରେ ଶୁଭେଚ୍ଛା ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କ ସଫଳତା ପଛରେ ବାପା ଅଧ୍ୟାପକ ଦୀନବନ୍ଧୁ ପାତ୍ର, ମା’ ଅସ୍ମିତା ପାତ୍ର, ଭଉଣୀ ଦୀପାଲି ପ୍ରିୟଦର୍ଶିନୀଙ୍କ ପ୍ରେରଣା ରହିଥିବା ସେ କହିଛନ୍ତି ା ସୂଚନାଯୋଗ୍ୟ, ଏହା ପୂର୍ବରୁ ଦୀପ୍ତ ୨୦୧୩ରେ ରାଜ୍ୟସ୍ତରୀୟ କୁନି ତବଲା ବାଦକ ଚମ୍ପିୟନଶିପ୍‌ରେ ଭାଗନେଇ ଶ୍ରେଷ୍ଠ ବାଦକଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରାକ୍ତନ ଏମ୍‌ପି ପ୍ରସନ୍ନ ପାଟଶାଣୀଙ୍କଠାରୁ ରାଜ୍ୟସ୍ତରରେ ପୁରସ୍କାର ହାସଲ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?