ରେଳବଜେଟରେ ଯାଜପୁର ନିରାଶ

ଯାଜପୁର ଅଫିସ,୬ା୨: ରେଳବଜେଟ ୨୦୨୦-୨୧ ଓଡ଼ିଶା ଏବଂ ବିଶେଷକରି ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି। ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନରୁ ଧାମରା(ଭାୟା-ବିରଜାକ୍ଷେତ୍ର ଓ ଆରଡି)କୁ ସିଧାସଳଖ ଟ୍ରେନ ସଂଯୋଗ ପାଇଁ ଦୀର୍ଘବର୍ଷର ଦାବି ଚଳିତ ବଜେଟରେ ମଧ୍ୟ ଉପେକ୍ଷିତ ହୋଇଛି। ଏହାସହ ଯାଜପୁରରୋଡ ରେଳୱେ ଷ୍ଟେଶନରେ ଦ୍ୱିତୀୟ ଫ୍ଲାଏଓଭର ବ୍ରିଜ ପାଇଁ ମଧ୍ୟ ବଜେଟ ସମ୍ପୂର୍ଣ୍ଣ ନୀରବ ରହିଛି। ଷ୍ଟେଶନଗୁଡ଼ିକର ଆଧୁନିକୀକରଣ ତାଲିକାରେ ମଧ୍ୟ ଯାଜପୁରରୋଡ ଷ୍ଟେଶନ ସ୍ଥାନ ପାଇ ନ ଥିବାବେଳେ ଡିଭିଜନ ମାନ୍ୟତା ଦାବି ମଧ୍ୟ ମିଳି ପାରିନାହିଁ। ତେବେ ଅନୁଗୋଳ-ସୁକିନ୍ଦା ନୂତନ ରେଳପଥ ନିର୍ମାଣ ପାଇଁ ୪୫୦ କୋଟି ଓ ହରିଦାଶପୁର-ପାରାଦୀପ ନୂତନ ରେଳପଥ ନିର୍ମାଣ ପାଇଁ ୧୦୦କୋଟି ଟଙ୍କା ବଜେଟରେ ମଞ୍ଜୁର ହୋଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳରେ ରେଳବାଇର ଭିତ୍ତିଭୂମିର ବିକାଶ ପ୍ରତି ଅବହେଳା କରାଯାଇଥିବାରୁ ରେଳବଜେଟକୁ ନେଇ ନିରାଶା ପ୍ରକାଶ ପାଇଛି।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳପଥ ପକ୍ଷରୁ ଯାଜପୁର ରୋଡରୁ ଧାମରା ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ନିମନ୍ତେ ୨୦୧୨-୧୩ରେ ସର୍ବେକ୍ଷଣ ହୋଇଥିଲା। ୨୦୧୫ ଏପ୍ରିଲରେ ରେଳ ମନ୍ତ୍ରଣାଳୟ ଅଧିନସ୍ଥ ରେଳବାଇ ବୋର୍ଡ଼ ନିକଟରେ ଏ ସଂକ୍ରାନ୍ତୀୟ ନଥିପତ୍ର ଦାଖଲ କରାଯାଇଥିଏେ। ଦୀର୍ଘ ୯୯.୯୫ କିମିର ଏହି ରେଳପଥ ନିର୍ମାଣ ପାଇଁ ୯୯୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେତେବେଳ ଆକଳନ ମଧ୍ୟ ହୋଇଥିଲା। ଏହି ରେଳପଥ ନିର୍ମାଣ ହେଲେ ପୂର୍ବତଟ ରେଳବାଇ ବର୍ଷକୁ ୩୩ପ୍ରତିଶତ ଲାଭବାନ ହେବ ବୋଲି ସର୍ଭେ କରିଥିବା ଅଧିକାରୀମାନେ ଜଣାଇଛନ୍ତି। ଯାଜପୁରରେ ବିଶ୍ୱପ୍ରସିଦ୍ଧ କ୍ଷେତ୍ରେଶ୍ୱରୀ ମା’ ବିରଜାଙ୍କ ଶକ୍ତିପୀଠ ଥିବାବେଳେ ଭଦ୍ରକ ଜିଲାର ଆରଡ଼ିଠାରେ ବିଶ୍ୱପ୍ରସିଦ୍ଧ ଆଖଣ୍ଡଳମଣୀ ଧାମ ରହିଛି। ଏହି ଦୁଇଟି ସ୍ଥାନକୁ ପ୍ରତ୍ୟେକ ଦିନ ଦେଶ ବିଦେଶରୁ ଯାତ୍ରୀମାନେ ଆସି ଦର୍ଶନଲାଭ କରିଥାନ୍ତି। ଏହି ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ଭବ ହେବ। ଯାଜପୁର ଜିଲାର କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ରାଜଧାନୀଭାବେ ପରିଗଣିତ ହୋଇସାରିଲାଣି। ଏଠାରୁ ଧାମରା ଦେଇ ଦେଶ ବିଦେଶକୁ ମାଲ ପରିବହନ କରିବା ପାଇଁ ସୁଗମ ହେବ। ଏହି ରେଳପଥ ନିର୍ମାଣ ଦ୍ୱାରା ଜିଲାର ଉତ୍ପାଦିତ କୃଷିଜାତ ଦ୍ରବ୍ୟର ପରିବହନ ଉନ୍ନତି ଆସିବା ସହିତ ଖାଉଟି ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚତ୍ବା ଅଧିକ ସୁବିଧାଜନକ ହେବ ବୋଲି ଦାବି ହୋଇ ଆସିଛି। ହେଲେ ଚଳିତ ବଜେଟରେ ଏହି ପ୍ରକଳ୍ପକୁ ସ୍ଥାନ ମିଳି ନ ଥିବାରୁ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାସହ ଗତ ଲୋକ ସଭା ଶୀତ ଅଧିବେଶନରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ସ୍ବତନ୍ତ୍ର ରେଳ ଡିଭିଜନ ମାନ୍ୟତା ଦେବାକୁ ଦାବି କରିଥିଲେ। ସେତାଙ୍କ ଦାବିରେ ଦର୍ଶାଇଥିଲେ ଯେ, କେନ୍ଦ୍ର ସରକାର ଯାଜପୁର ଜିଲାର କଳିଙ୍ଗନଗରକୁ ଏସିଆର ବୃହତ ଶିଳ୍ପ ହବ୍‌ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଜପୁରରେ ଏକ ରେଲୱେ ଡିଭିଜନ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ଏଥିସହିତ ଏଠାରେ ଆବଶ୍ୟକୀୟ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲାରେ ବିଶ୍ୱର ୯୮ପ୍ରତିଶତ କ୍ରୋମାଇଟ ସହିତ ବିପୁଳ ପରିମାଣରେ ଖଣିଜ ସମ୍ପଦ ଭରପୁର ରହିଛି। ଏହାବାଦ ଜିଲାରେ ପର୍ଯ୍ୟଟନର ସୁବିଧା ରହିଛି। ପଡୋଶୀ ଜିଲାରେ ରହିଥିବା ଧାମରା ଓ ପାରାଦୀପ ବନ୍ଦର ସହ ବାଣିଜି୍ୟକ କାରବାର ବୃଦ୍ଧି ପାଇଁ ଏହି ଡିଭିଜନର ଆବଶ୍ୟକତା ରହିଛି । ଏହାବାଦ ଧାମରାକୁ ନୂତନ ରେଳପଥ ସଂଯୋଗ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। କିନ୍ତୁ ରାଜନୈତିକ ବିଦ୍ୱେଷ ମନୋଭାବ ରଖି ଏହି ପ୍ରକଳ୍ପକୁ ଅଣଦେଖା କରାଯାଉଛି ବୋଲି ଜିଲାବାସୀ ମତପୋଷଣ କରିଛନ୍ତି। ଜିଲାର ଦୁଷ୍ମନ୍ତ କୁମାର ରାଉତ, ପ୍ରଫୁଲ୍ଲ ନାୟକ, ସତ୍ୟପ୍ରକାଶ ବେହୁରିଆ, ଦିଗାମ୍ବର ସାହୁ ପ୍ରମୁଖ ଉଦ୍‌ବେଗ ପ୍ରକାଶ କରିବା ସହିତ ଶୋଇଲା ପୁଅର ଭାଗ ନାହିଁ, ଯାଜପୁର ବନ୍ଦ ଡାକରା ଦେବା ସହିତ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ପଡିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’: ଗୋପାଳପୁର ବନ୍ଦର ଓ ଆର୍ଯ୍ୟପଲ୍ଲୀ ଜେଟିରେ ୩୬ ମାଛଧରା ଡଙ୍ଗାକୁ…

ଛତ୍ରପୁର / ଗୋପାଳପୁର,୨୭।୧୦(ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ),୨୭/୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ସାମ୍ନା କରିବା ପାଇଁ ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ…

କେଭାଡ଼ିଆ ଗଲେ କୋରାପୁଟର ୫୦ ପ୍ରତିନିଧି

କୋରାପୁଟ,୨୭।୧୦(ଅମିତାଭ ବେହେରା): ଗୁଜରାଟର କେଭାଡିଆଠାରେ ଆସନ୍ତା ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋରାପୁଟ ଜିଲାର…

ମାଡ଼ି ଆସୁଛି ବାତ୍ୟା: କଟକରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କଟକ,୨୭।୧୦(ପ୍ରଭୁକଲ୍ୟାଣ ପାଲ୍‌): ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା,…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ବିକ୍ରି ହେବ ଏହି ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୨୭।୧୦: ଆଜିକାଲି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଅଂଶଧନ କିଣିବା ଏବଂ ଅଧିଗ୍ରହଣ (Acquisition)କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବନ୍ଧନ ବ୍ୟାଙ୍କ (Bandhan Bank)କୁ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?