ମଣ୍ଡଳସ୍ତରୀୟ ପରିବର୍ଦ୍ଧିତ ତଥ୍ୟ ସଂଗ୍ରହ ବ୍ୟବସ୍ଥା ସମ୍ପର୍କିତ ତାଲିମ: ଏଣିକି ଅନ୍‌ଲାଇନ୍‌ରେ ପିଲାଙ୍କ ତଥ୍ୟ ପୂରଣ ହେବ

ଜଗତ୍‌ସିଂହପୁର ଅଫିସ୍‌,୬ା୨: ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କ ନାମ ଲେଖାଠାରୁ ଆରମ୍ଭ କରି ବିଦ୍ୟାଳୟ ଛାଡିବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଫାଇଲ୍‌ରେ ରଖାଯାଉଛି। ଯଦ୍ଦ୍ବାରା ଅଯଥା କାଗଜପତ୍ର କାମ ସାଙ୍ଗକୁ ଅନେକ କିଛି ତ୍ରୁଟି ପରିଲକ୍ଷିତ ହେଉଛି। କିନ୍ତୁ ଏଣିକି ସେଭଳି ଆଉ ହେବନାହିଁ। କମ୍ପ୍ୟୁଟର ଟେକ୍ନୋଲୋଜିର ପ୍ରୟୋଗ ଦ୍ୱାରା ସମଗ୍ର ଶିକ୍ଷାକୁ ସରଳୀକରଣ କରାଯିବ। ଅର୍ଥାତ୍‌: ପିଲାମାନଙ୍କ ତଥ୍ୟ ସମେତ ମଧ୍ୟାହ୍ନଭୋଜନ, ପାଠ୍ୟପୁସ୍ତକ, ପୋଷାକ ବିତରଣ ଆଦି ଅନ୍‌ଲାଇନ୍‌ ମାଧ୍ୟମରେ ସୁରୁଖୁରୁରେ କରାଯାଇ ପାରିବ। ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଏ ସଂକ୍ରାନ୍ତରେ ତାଲିମ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଓସେପା(ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି)ଙ୍କ ନିର୍ଦ୍ଦେଶକ୍ରମେ ଜିଲାରେ ଏହି ମଣ୍ଡଳସ୍ତରୀୟ ପରିବର୍ଦ୍ଧିତ ତଥ୍ୟ ସଂଗ୍ରହ ବ୍ୟବସ୍ଥା ସମ୍ପର୍କିତ ତାଲିମ ୩ ତାରିଖରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ଜିଲାର ୧,୭୧୪ ବିଦ୍ୟାଳୟର ଶିକ୍ଷକଙ୍କୁ ଜିଲା ଓ ବ୍ଲକ ଶିକ୍ଷା ବିଭାଗର ଏମ୍‌ଆଇଏସ୍‌ ଅଧିକାରୀମାନେ ତାଲିମ ଦେଉଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ବିଦ୍ୟାଳୟ ପ୍ରଥମେ କମ୍ପ୍ୟୁଟର୍‌ ଲଗ୍‌ ଇନ କଲାପରେ ଛାତ୍ରୀଛାତ୍ରଙ୍କ ସମ୍ପର୍କିତ ୩୬ଟି ମାନଙ୍କ ପୂରଣ କରିବେ। ଏଥିରେ ବିଶେଷକରି ପିଲାମାନଙ୍କ ଆଧାର ସଂଯୋଗ ରହିବ। ପରେ ନିର୍ଦ୍ଦିଷ୍ଟ କୋଡ୍‌ ଚିହ୍ନଟ ହେବ। ସେଥିରେ ଛାତ୍ରୀଛାତ୍ରଙ୍କ ସ୍ଥାନାନ୍ତର, ନୂତନ ନାମଲେଖା, ଅଧ୍ୟୟନ ସମାପ୍ତ ଆଦି ପୂରଣ ହୋଇପାରିବ। ଏଥିସହିତ ପ୍ରଧାନଶିକ୍ଷକ ପିଲାମାନଙ୍କ ପରୀକ୍ଷା ଫଳ, ଦୈନିକ ଉପସ୍ଥାନ ମଧ୍ୟ ଅନଲାଇନ୍‌ ପୋର୍ଟାଲରେ ଲିପିବଦ୍ଧ କରିପାରିବେ। ଏହି ବ୍ୟବସ୍ଥା ଫଳରେ ବିଦ୍ୟାଳୟଗୁଡିକରେ ଅଧାରୁ ପାଠ ଛାଡୁଥିବା, ୨ଟି ସ୍ଥାନରେ ନାମ ଥିବା, ମିଥ୍ୟ ଉପସ୍ଥାନ ଓ ତଥାକଥିତ ଭୂତ ପିଲାମାନଙ୍କ ସଂଖ୍ୟା ହ୍ରାସ ପାଇପାରିବ। ବିଦ୍ୟାଳୟସ୍ତରରେ ଶୈକ୍ଷିକ ବ୍ୟବସ୍ଥାରେ ସୁଧାର ଆସିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ପ୍ରତ୍ୟେକ ଅଭିଭାବକମାନଙ୍କ ମୋବାଇଲ ନମ୍ବର ସଂଯୋଗକୁ ଉକ୍ତ ତଥ୍ୟରେ ବାଧ୍ୟତାମୂଳକ କରାଯାଇଛି। ଏହି ସୂଚନା ଦେଇଛନ୍ତି ସମଗ୍ର ଶିକ୍ଷା ଅଭିଯାନର ଜିଲା ତଥ୍ୟ ଓ ପରିଚାଳନାର ବରିଷ୍ଠ ସଂଯୋଜକ ଚନ୍ଦ୍ରଜିତ ପରିଜା। ସେ ଏକଥା ମଧ୍ୟ କହିଛନ୍ତି, ଅନ୍‌ଲାଇନ୍‌ ପୋର୍ଟାଲ ମାଧ୍ୟମରେ ତଥ୍ୟ ସଂଗ୍ରହ ହେଲେ ଛାତ୍ରୀଛାତ୍ର, ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତ୍ୟେକ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?