ଧାନ, ବାଦାମ ସବ୍‌ସିଡି ହେରଫେର

ଘସିପୁରା,୬।୨(ଡି.ଏନ.ଏ.)-ଘସିପୁରା ବ୍ଲକ ଦେଉଗାଁ ପଞ୍ଚାୟତ ଅନ୍ତର୍ଗତ କୋଚିଆନେଣ୍ଡି ଗ୍ରାମର ଚାଷୀଙ୍କ ନାମରେ ଧାନ ଓ ବାଦାମ ଚାଷ ବାବଦକୁ ଆସିଥିବା ସବ୍‌ସିଡି ଅର୍ଥ ବାଟ ମାରଣା ହୋଇଥିବା ଅଭିଯୋଗରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ଶ୍ରୀ ପ୍ରଣାଳୀରେ ଧାଡ଼ିରୁଆ ଧାନଚାଷ ଓ ବାଦାମ ଚାଷ ପାଇଁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ସବସିଡି ଅର୍ଥ ଯୋଗାଇ ଦେଉଥିବା ବେଳେ ଉକ୍ତ ଗ୍ରାମର ପ୍ରକୃତ ଚାଷୀଙ୍କୁ ସବସିଡି ଅର୍ଥ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ଉକ୍ତ ଗ୍ରାମର ପ୍ରାୟ ୬ଏକର ଜମିରେ ବାଦାମ ଚାଷ କରିବା ପାଇଁ ୧୮ଜଣ ଚାଷୀଙ୍କୁ ହିତାଧିକକାରୀ ଭାବେ ଚୟନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦାଶରଥି ଜେନା, ମୁରଲୀ ଚକ୍ର ଓ ଅନାଥ ଜେନାଙ୍କୁ ସବସିଡି ଅର୍ଥ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ କୃଷି କାର୍ଯ୍ୟାଳୟରେ ଯୋଗାଯୋଗ କରିବାରୁ ତାଙ୍କ ନାମରେ ସବସିଡି ଅର୍ଥ ପ୍ରଦାନ କରାଯାଇ ସାରିଥିବା ସେ ଜାଣିବାକୁ ପାଇଥିଲେ। ସେହିପରି ଧାଡ଼ିରୁଆ ଚାଷ ପାଇଁ ଉକ୍ତ ଗ୍ରାମର ବହୁ ଚାଷୀଙ୍କଠାରୁ କୃଷି କର୍ମଚାରୀ ମାନେ ଆଧାରକାର୍ଡ, ଭୋଟର ପରିଚୟ ପତ୍ର, ଫଟୋ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ନେଇ ମୋଷ୍ଟର ରୋଲରେ ଦସ୍ତଖତ କରାଇଥିଲେ। ତେବେ ସବସିଡି ବାବଦକୁ ଅର୍ଥ ସେମାନଙ୍କ ନାମରେ ଉଠାଇ ନିଆଯାଇଥିବା ବେଳେ ସେମାନଙ୍କୁ ଅର୍ଥ ମିଳି ନ ଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏପରିକି ଦେଓଗାଁ ପଞ୍ଚାୟତର ୱାର୍ଡ ମେମ୍ବର ବସନ୍ତ ଜେନା ମଧ୍ୟ ଏଭଳି ଠକେଇର ଶିକାର ହୋଇଥିବା କହିଛନ୍ତି। ୨୦୧୮-୧୯ରେ ସେ ୦.୪ ହେକ୍ଟର ଚାଷ ଜମିରେ ଶ୍ରୀ ପ୍ରଣାଳୀରେ ଧାଡ଼ିରୁଆ ଧାନଚାଷ କରିଥିଲେ। ହିତାଧିକାରୀ ତାଲିକାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସବସିଡି ବାବଦକୁ ଅର୍ଥ ତାଙ୍କ ନାମରେ ଉଠାଯାଇଛି। ମାତ୍ର ସେ କୌଣସି ଅର୍ଥ ପାଇ ନ ଥିବା ଅଭିଯୋଗ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ତଦନ୍ତ କରିବାକୁ ଚାଷୀ ମାନେ ଦାବି କରିଛନ୍ତି। ଅପରପକ୍ଷେ ଏହି ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ଖୁବଶୀଘ୍ର ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସହକାରୀ କୃଷି ଅଧିକାରୀ ସୁମିତ ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

କଂଗ୍ରେସ ଲୋକ ସଭା ପ୍ରାର୍ଥୀଙ୍କୁ ନେଇ ବିବାଦ, ସମୂହ ଇସ୍ତଫା ଦେଲେ କଂଗ୍ରେସ କାର୍ଯ୍ୟକର୍ତ୍ତା

କେନ୍ଦୁଝର,୧୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଜିଲା କମିଟିକୁ ଅବହେଳା ତଥା ଜିଲାର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ...

ସବୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କେନ୍ଦୁଝର,୧୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାର ସମସ୍ତ ବିଧାନସଭା ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଅସଂରକ୍ଷିତ ଘସିପୁରା ନିର୍ବାଚନ ମଣ୍ଡଳୀରେ ସୁବ୍ରତ ଚକ୍ରଙ୍କୁ ପ୍ରାର୍ଥୀ କରିଛି,...

ବଡ଼ ନିଷ୍ପତି ନେଲେ ଅସନ୍ତୁଷ୍ଟ ବିଜେଡି କର୍ମୀ

କେନ୍ଦୁଝର,୧୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବିଜୁ ଜନତା ଦଳ ତରଫରୁ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଓ ଏମ୍‌ପି...

ମାଧବଙ୍କ ପାଇଁ ଅଗ୍ନି ପରୀକ୍ଷା

କେନ୍ଦୁଝର,୧୪ା୪(ଦୀପକ ମିଶ୍ର)ନିର୍ବାଚନ ଆସିଲେ କେନ୍ଦୁଝର ଜିଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ବହୁ ବିବାଦୀୟ ଘଟଣା ଘଟେ। ଗତ ୨୦୧୯ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ...

ଗୋଟିଏ ସେଣ୍ଟରରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବୃଦ୍ଧି ପାଉଛି ଅସନ୍ତୋଷ

କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଅଙ୍ଗନଓ୍ବାଡ଼ିର ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି କେନ୍ଦ୍ରର ୬୧ ଜଣ ପିଲା ବସି ପଢୁଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri