ବ୍ୟକ୍ତିଗତ ସ୍ବାର୍ଥରେ ଲାଗୁଛି ବିଧାୟକ ପାଣ୍ଠି

ଯାଜପୁର ଅଫିସ,୬।୨: ବ୍ୟକ୍ତିଗତ ବ୍ୟବସାୟିକ ଅନୁଷ୍ଠାନକୁ ବିଧାୟକ ପାଣ୍ଠି(ଏମଏଲଏ ଲ୍ୟାଡ) ଖର୍ଚ୍ଚ ହେବା ଘଟଣାକୁ ନେଇ ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଚାରିବାଟିଆଠାରେ ଶାସକ ଦଳର ଜଣେ କର୍ମୀଙ୍କ ପୁଅ ନାମରେ ଥିବା ଏକ ଇଟା ଫ୍ୟାକ୍ଟ୍ରିକୁ ରାସ୍ତା ନିର୍ମାଣରେ ଏହି ଅନୁଦାନରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ଏନେଇ ଗ୍ରାମବାସୀ ଦଶରଥପୁର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ କୃପାସିନ୍ଧୁ ପରିଡାଙ୍କ ନାମରେ ଏହି କାର୍ଯ୍ୟ ପାଇଁ ୱାର୍କ ଅର୍ଡର ରହିଥିଲା। ସେ କିପରି ଭାବେ ୫ଲକ୍ଷର ଟଙ୍କାର ସରକାରୀ ଅନୁଦାନକୁ ବ୍ୟକ୍ତିଗତ ବ୍ୟବସାୟ ଅନୁଷ୍ଠାନକୁ ରାସ୍ତା ନିର୍ମାଣ କରିବାକୁ ଅନୁମତି ଦେଲେ ସେ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସରକାରୀ ନୀୟମଅନୁଯାୟୀ କୌଣସି ପ୍ରକଳ୍ପର କାମ ହେଉଥିଲେ ୱାର୍କ ଅର୍ଡର ରହିଥିବା ଜେଇ ପ୍ରକଳ୍ପ ସ୍ଥାନରେ ରହି କାମର ମାନ ଯାଞ୍ଚ କରିଥାନ୍ତି। ବିରିପଟା-ଛୋଟାଗଡ଼ି ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କକୁ ଲାଗି ଇଟା ଫ୍ୟାକ୍ଟ୍ରି ପର୍ଯ୍ୟନ୍ତ ଏମଏଲଏ ଲ୍ୟାଡରେ ନିର୍ମାଣ ହୋଇଥିବା ରାସ୍ତାଟି କେବଳ ଉକ୍ତ ବ୍ୟବସାୟୀଙ୍କ ବ୍ୟତିତ ଅନ୍ୟ କାହାରି କାର୍ଯ୍ୟରେ ଲାଗିବ ନାହିଁ। ଏ ସଂକ୍ରାନ୍ତରେ ଦଶରଥପୁର ବିଡଇଓ ନାରାୟଣଚନ୍ଦ୍ର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଅଭିଯୋଗ ପାଇବା ପରେ ଆବଶ୍ୟକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ପରିଡାଙ୍କୁ ପଚାରିବାରୁ ତାଙ୍କୁ ଭୁଲ ପ୍ରକଳ୍ପର ନାମ କହି ଏହି କାର୍ଯ୍ୟ କରାଯାଇଛି ବୋଲି ସଫେଇ ଦେଇଛନ୍ତି। ତେବେ ସ୍କୁଲ ଓ ହଷ୍ଟେଲ ଗୃହ, ରାସ୍ତା ନିର୍ମାଣ, କ୍ଲବଗୃହ, ନଳକୂପ ଖନନ, ପୋଲ ଓ ବ୍ରିଜ ନିର୍ମାଣ ପ୍ରଭୁତି କାର୍ଯ୍ୟରେ ଏମ୍‌ଏଲ୍‌ଏ ଲ୍ୟାଡ ପାଣ୍ଠି କାମକୁ ଆସିଥାଏ। ହେଲେ ଏଠାରେ ଜାଣିଶୁଣି ଜଣେ କର୍ମୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସାମୁହିକ ସ୍ବାର୍ଥକୁ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri