ଜିଲା ଭିଜିଲାନ୍ସ ଓ ମନିଟରିଂ କମିଟି ବୈଠକ

ଫୁଲବାଣୀ ଅଫିସ, ୬ା୨-ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଠ ଆଇନର ଜିଲାସ୍ତରୀୟ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ବୃନ୍ଦା ଡି ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା ଉପସ୍ଥିତ ରହି ବିଭିନ୍ନ ମାମଲା ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ୨୦୧୭-୧୮ରେ ୩୭ଟି ଯୁଗ୍ମ ତଦନ୍ତ ରିପୋର୍ଟ ଗ୍ରହଣ କରାଯାଇଛି। ସେହିଭଳି ୨୦୧୮ ଅକ୍ଟୋବରରୁ ୨୦୨୦ ଜାନୁୟାରୀ ସୁଦ୍ଧା କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କଠାରୁ ୨୬ଟି ଯୁଗ୍ମ ତଦନ୍ତ ରିପୋର୍ଟ ମିଳିଛି। ଏପରି ମୋଟ ୬୩ ମାମଲାର ଯୁଗ୍ମ ରିପୋର୍ଟ ମିଳିଛି। କ୍ଷତିପୂରଣ ପାଇଁ ସରକାରଙ୍କ ନିକଟକୁ ପଠାଯାଇଛି। ସେହିପରି ୨୦୧୯ ମେ ମାସରୁ ୨୦୨୦ ଜାନୁୟାରୀ ମଧ୍ୟରେ ୧୫ଟି ନିର୍ଯାତନା ମାମଲା ପଞ୍ଜୀକୃତ ହୋଇଥିବା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ୨ଟି ମାମଲାରେ ଦୋଷୀଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଥିବା ବେଳେ ୧୩ ମାମଲାର ତଦନ୍ତ ଚାଲିଛି। ୨୦୧୮-୧୯ ଆର୍ଥିକ ବର୍ଷରେ କ୍ଷତିପୂରଣ ବାବାଦରେ ୩୫ ଲକ୍ଷ ୮୮ ହଜାର ୭୫୦ ଟଙ୍କା ମିଳିଥିବା ବେଳେ ୨୫ ନିର୍ଯାତିତାଙ୍କୁ ୨୮ ଲକ୍ଷ ୨ ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଛି। କୋର୍ଟଙ୍କ ବିଚାର ଅନୁସାରେ ବଳକା ଟଙ୍କା ଦିଆଯିବ। ସେହିପରି ୨୦୧୯-୨୦ରେ ୨୩ ଜଣଙ୍କୁ ୨୩ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ କ୍ଷତିପୂରଣ ଦିଆଯାଇଛି। ୨୦୧୮-୧୯ ଓ ୨୦୧୯-୨୦ରେ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ଙ୍କ ଅଦାଲତରେ ୨୫ଟି ମାମଲାର ଫଇସଲା ହୋଇଥିବା ବେଳେ ୧୦ଟି ମାମଲା ବିଚାରାଧୀନ ରହିଛି। ୨୦୧୮-୧୯ରେ ଅସବର୍ଣ୍ଣ ବିବାହ କରିଥିବା ୬ ଦମ୍ପତିଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା, ୨୦୧୯-୨୦ରେ ଗୋଟିଏ ଦମ୍ପତିଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ବୈଠକରେ ଉପ ଜିଲାପାଳ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ପୋଲିସକୁ ଦେଖି ପଳାଉଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦାରିଙ୍ଗବାଡି, ୨୯ା୩ (ଅରୁଣ ସାହୁ ):କନ୍ଧମାଳ ଜିଲା କ. ନୂଆଗାଁ ପୋଲିସ ଏକ ଗଞ୍ଜେଇ ବୋଝେଇ କାର (ନଂ. ଓଡି ୩୩ଏଇ ୩୪୪୩ )କୁ ଧରିବା...

ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପୁଣି ବିଜେଡିର ବିଧାନସଭା ପ୍ରାର୍ଥୀ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): ବିଧାୟକ ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନଙ୍କୁ ପୁନର୍ବାର ବିଜେଡିର ପ୍ରାର୍ଥୀପତ୍ର ଘୋଷଣା କରିବା ପରେ ଦାରିଙ୍ଗବାଡ଼ିଠାରେ ବିଜୁ ଜନତା ଦଳ ସମେତ ବିଭିନ୍ନ...

ମା’ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ; ଦାରିଙ୍ଗବାଡ଼ିରେ ଭକ୍ତିମୟ ପରିବେଶ

ଦାରିଙ୍ଗବାଡି, ୨୭।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ମା’ଠାକୁରାଣୀଙ୍କ ଯାତ୍ରା -୨୦୨୪ ନିମନ୍ତେ ବୁଧବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି ଅବସରରେ ମା’ଠାକୁରାଣୀ...

ଭାଗବତ ଟୁଙ୍ଗିରେ ସଂକୀର୍ତ୍ତନ ସହ ହୋଲି

ଦାରିଙ୍ଗବାଡି,୨୬।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ବଡ଼ ଧୁମ୍‌ଧାମରେ ପାଳନ ହୋଇଛି। ବିଶେଷ କରି ଛୋଟ...

ଗାଁଠୁ ସହର ସବୁଠି ହୋଲିକୁ ନେଇ ଚଳଚଞ୍ଚଳ

ବାଲିଗୁଡା,୨୬।୩:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ରଙ୍ଗର ପର୍ବ ହୋଲି । ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଗାଁଠୁ...

ଅଭାବୀ ବିକ୍ରିର ଶିକାର ହେଉଛନ୍ତି ହଳଦୀଚାଷୀ

ଦାରିଙ୍ଗବାଡି,୨୫ା୩ (ଅରୁଣ ସାହୁ)କନ୍ଧମାଳ ହଳଦୀର ଅଭାବି ବିକ୍ରୀ ଏବେ ଚାଷୀଙ୍କୁ ସଂକଟରେ ପକାଇଛି। ଗୋଟିଏ ପଟେ ସାହୁକାର ଋଣ, ଅନ୍ୟପଟେ ଅମଳରେ ହ୍ରାସ ପାଇ ଚାଷୀ...

ବାଇକ୍‌-ଟ୍ରାକ୍ଟର ମୁହାଁମୁହିଁ: ଜଣେ ଗୁରୁତର

ଦାରିଙ୍ଗବାଡ଼ି,୨୫।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିର ଜାତୀୟ ରାଜପଥ ଉପରେ ସୋମବାର ଏକ ଦୁର୍ଘଟଣାରେ ବାଇକ୍‌ ଚାଳକ ମିଲନ ପ୍ରଧାନ ଗୁରୁତର ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri