ଟୁକୁଣାରେ ରାସ ପଞ୍ଚକ ଉତ୍ସବ: ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ
ଆନନ୍ଦପୁର,୧୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଟୁକୁଣା ଗ୍ରାମରେ ରାସ ପଞ୍ଚକ ଉତ୍ସବ ଧୁମ୍ଧାମ୍ରେ ପାଳିତ ହେଉଛି। ରାସ କମିଟିର ସଭାପତି ଅଜୟ ମିଶ୍ର ଓ ସମ୍ପାଦକ ଦିଲୀପ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଧାକୃଷ୍ଣଙ୍କ ମୃଣ୍ମୟୀ ପ୍ରତୀମା ଯଥାବିଧି ପୂଜା…
ଛାତରୁ ଖସି ଜଣଙ୍କ ଜୀବନ ଗଲା
ବ୍ରହ୍ମପୁର ଅଫିସ,୧୦।୧୧: ଗଞ୍ଜାମ ଜିଲା ଟାଉନ୍ଥାନା ଅନ୍ତର୍ଗତ ଗାନ୍ଧୀନଗରସ୍ଥିତ ଓଡ଼ିଶା ସେଲ୍ସ ଏକ୍ଜିକ୍ୟୁଟିଭ୍ ଆସୋସିଏଶନ (ଓସିଆ) ଛାତରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କଲିକତାର ଟି.ମହମ୍ମଦ(୫୨)ବୋଲି ପୋଲିସ କହିଛି । ରବିବାର ମୃତଦେହ ଜବତ କରି…
ଏମ୍କେସିଜିରେ ଅଚାନକ ପହଞ୍ଚିଲେ ଜିଲାପାଳ : ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍
ବ୍ରହ୍ମପୁର ଅଫିସ,୧୦।୧୧: ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ପୂର୍ବାହ୍ନରେ ଅଚାନକ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ପହଞ୍ଚିଥିଲେ। ବିଭିନ୍ନ ଓ୍ବାର୍ଡ ବୁଲିବା ସହ ରୋଗୀଙ୍କ ସହ କଥା ହୋଇଥିଲେ । ଡାକ୍ତରମାନେ ଔଷଧର…
ଏଟିଏମ୍ରୁ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ: ସମବାୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ, ସହଯୋଗୀ ଗିରଫ
ବଲାଙ୍ଗୀର ଅଫିସ,୧୦।୧୧: ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାର ରବିବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମବାୟ ବ୍ୟାଙ୍କର ଜଣେ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀ ଓ ତାଙ୍କ ସହଯୋଗୀ ସ୍ବାଗତ କୁମାର…
ଧବଳେଶ୍ୱର ପୀଠରେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼
ଖୁଣ୍ଟୁଣୀ,୧୦।୧୧(ଡି.ଏନ୍.ଏ.): ବଡ଼ଓଷା ଉପଲକ୍ଷେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କଠାରେ ରବିବାର ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଆଜି ପ୍ରତ୍ୟୁଷରେ ଠାକୁରଙ୍କ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି ଓ ପରେ ସ୍ନାନ ନୀତି ଏବଂ ବଡ଼ସିଂହାର ବେଶ ଅନୁଷ୍ଠିତ…
ବାର୍ହା ଆକ୍ରମଣରେ ଜଣେ ଗୁରୁତର
ମହାକାଳପଡ଼ା,୧୧।୧୦(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଧୀନ ଦେଉଳପଡ଼ା ପଞ୍ଚାୟତର ସ୍ଥାନୀୟ ଓରତ ଗ୍ରାମର ଜଣେ ବ୍ୟକ୍ତି ବାର୍ହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ଭ୍ରମରବର ସେଠୀ (୫୫)। ଭ୍ରମରବର ନିକଟସ୍ଥ ଚାଷ ଜମିକୁ ଯାଉଥିବା ବେଳେ ଏକ ବୁଦା ନିକଟରୁ…
‘ବୁଲ୍ବୁଲ୍’ କ୍ଷୟକ୍ଷତି ଆକଳନ: କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ଚାନ୍ଦବାଲି ଗସ୍ତ
ଚାନ୍ଦବାଲି,୧୦।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ବାତ୍ୟା ‘ବୁଲ୍ବୁଲ୍’ର କ୍ଷୟକ୍ଷତି ଆକଳନ ଲାଗି କେନ୍ଦ୍ରାଞ୍ଚଳ ଆର୍ଡିସି ଅନିଲ କୁମାର ସାମଲ ରବିବାର ଚାନ୍ଦବାଲି ଗସ୍ତ କରିଛନ୍ତି। ସେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବ୍ଲକ ସଭାଗୃହରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି।…
କାଙ୍କରାରେ ଅଗ୍ନିକାଣ୍ଡ: ଜଳିଗଲା ୭ ବଖରା
ଭଦ୍ରକ ଅଫିସ,୧୦।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କାଙ୍କରା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁଦାମ ପାତ୍ର ଓ ନିରଞ୍ଜନ ପାତ୍ରଙ୍କ ୭ ବଖରା ସହ ଏକ ଗୁହାଳ ଭସ୍ମୀଭୂତ ହୋଇଛି। ୨ ଗୋରୁ ଆହତ…
ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ବସ୍ ଦୁର୍ଘଟଣାଗ୍ରସ୍ତ: ୧୩ ଗୁରୁତର
ଜଳେଶ୍ୱର,୧୦।୧୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନାମ୍ପୋଠାରେ ରବିବାର ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍ଟି ଚନ୍ଦନେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଯାଉଥିବା…
ବସ୍ ବାଇକ୍ ମୁହାଁମୁହିଁ: ବାଇକ୍ ଚାଳକ ଗୁରୁତର
ଜେନାପୁର,୧୦।୧୧(ଡି.ଏନ୍.ଏ.): ଯାଜପୁର ଜିଲା ଜେନାପୁର ଅନ୍ତର୍ଗତ ଚଣ୍ଡିଖୋଲ-ଡ଼ୁବୁରୀ ୫୩ ନଂ. ଜାତୀୟ ରାଜପଥ କୁସୁନପୁର ଛକଠାରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ବସ୍ ଓ ବାଇକ୍ ମୁଁହାମୁହିଁ ହେବାରୁ ବାଇକ୍ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ କାଦୁଅବୋଉଳିମାଳ…
୯ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ : ଜିଲାପାଳ ଦୃଷ୍ଟି ଦେବାକୁ ଦାବି
କର୍ଲାମୁଣ୍ଡା,୧୦।୧୧(ଡି.ଏନ୍.ଏ.): ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ ସାଧାରଣ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇବାର ଲକ୍ଷ୍ୟ ନେଇ ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ କେନ୍ଦ୍ରଗୁଡ଼ିକ ଖୋଲି କର୍ମୀ ଓ ସହାୟିକାଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ଉପଯୁକ୍ତ ଭିତ୍ତିଭୂମି ନ ଥିବାରୁ ସେବା ଠିକ୍…
କହ୍ନେଇପୁର ଗାଁ ରାସ୍ତା ଶୋଚନୀୟ
ଚିଲିକା,୧୦।୧୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର କହ୍ନେଇପୁର ଗାଁ । ଏହି ଗାଁ ର ପୂର୍ବପଟରେ ରହିଛି ଜଗତି ପାହାଡ଼, ପଶ୍ଚିମରେ ୧୬ ନଂ ଜାତୀୟ ରାଜପଥ। ରାଜପଥଠାରୁ ମାତ୍ର ୫ ଶହ ମିଟର ଦୂରରେ ରହିଛି ଉକ୍ତ ଗାଁ ।…
Archives


