ଜଙ୍ଗଲରୁ ଶିଶୁପୁତ୍ର ଉଦ୍ଧାର
ଚିତ୍ରଡା,୩୧।୫(ଡି.ଏନ.ଏ.)-ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧିନରେ ଥିବା ଚିତ୍ରଡା ଜଙ୍ଗଲରୁ ଶନିବାର ସାରେ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଘଟଣାରୁ ଜଣାପଡ଼ିଛି, ମୁଲୁକଚାନ୍ଦ ମହନ୍ତ ଜଣେ ବୃଦ୍ଧ ଉକ୍ତ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସେହି ସମୟରେ ସେ ଏକ…
ମାଲକାନଗିରିରେ ଭୀଷଣ ବଜ୍ରପାତ ସମ୍ଭାବନା: ୪ଟାରୁ ୧୦ ଯାଏ ସତର୍କ ରହିବାକୁ ପରାମର୍ଶ
ଭୁବନେଶ୍ୱର,୩୧।୫(ବ୍ୟୁରୋ): ରବିବାର ଅପରାହ୍ନ ୪ଟାରୁ ୧୦ ମଧ୍ୟରେ ମାଲକାନଗିରିରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି। ଜିଲାର ୨ ବ୍ଲକ କୋରକୁଣ୍ଡା ଓ କୁଡ଼ୁମୁଲଗୁମାରେ ବଜ୍ରପାତ ହୋଇପାରେ। ଆର୍ଥ ନେଟ୍ଓ୍ବାର୍କର ସୂଚନା ଆଧାରରେ ଏ ନେଇ ଏସ୍ଆର୍ସି ସତର୍କ ରହିବାକୁ ପରାମର୍ଶ…
ବାଲେଶ୍ୱର ସହରରେ ଲାଗିଛି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର
ବାଲେଶ୍ୱର ଅଫିସ,୩୧ା୫: ବାଲେଶ୍ୱର ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଖୋଜ ହୋଇଥିବା ପୋଷ୍ଟର ରବିବାର ପୂର୍ବାହ୍ନରେ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରଟି ଇଂରାଜୀ ଭାଷାରେ ଲିଖିତ। ‘ ଆମର ଏମ୍ପି ପ୍ରତାପ ଷଡ଼ଙ୍ଗୀ ନିଖୋଜ’…
ସୀତାନଦୀରେ ଭାସୁଛି ଅଜଣା ମୃତଦେହ
ପାଟଣା,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳି ପଶି ପଞ୍ଚାୟତ ନୂଆପଡ଼ା ଚିନାବାଳିପଶି ଆର୍ଡି ରାସ୍ତାର ନୂଆପଡ଼ା ନିକଟରେ ଥିବା ସୀତାନଦୀ ପୋଲଠାରୁ ୨୦୦ ମିଟର ତଳକୁ ନଦୀ ଭିତରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ରବିବାର ଅପରାହ୍ନରେ…
ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ଦୁଇ ଛାତ୍ର
ବୌଦ୍ଧ,୩୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମହାନଦୀର କୁଶାସିଙ୍ଗା ଘାଟରେ ଗାଧୋଇବା ବେଳେ ଦୁଇ ଛାତ୍ରଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ହରଭଙ୍ଗା ବ୍ଲକ ଅରଖପଦର ଗ୍ରାମର ୫ ଜଣ ପିଲା ଗାଧୋଇବା ପାଇଁ କୁଶାସିଙ୍ଗା ଘାଟକୁ ରବିବାର ପୂର୍ବାହ୍ନରେ ଯାଇଥିଲେ।…
ଶ୍ରୀମନ୍ଦିରରେ ଏଏସ୍ଆଇ ଟିମ୍
ପୁରୀ ଅଫିସ,୩୧।୫: ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଥିବା ଭାରତୀୟ ପତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଏକ ଟିମ୍ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ଏଏସ୍ଆଇ ସୁପରିଟେଣ୍ଡଣ୍ଟଙ୍କୁ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ପ୍ରଥମେ ସ୍ନାନ ମଣ୍ଡପ ବୁଲିଥିଲେ। ଆସନ୍ତା…
ପୁରୀରେ ଆଉ ୪ କରୋନା ରୋଗୀ ଚିହ୍ନଟ: ୯୧ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା
ପୁରୀ ଅଫିସ,୩୧।୫: ପୁରୀ ଜିଲାରୁ ପୁଣି ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୧ରେ ପହଞ୍ଚିଛି। ଏଥିମଧ୍ୟରୁ ୪୪…
କରୋନା ଯୋଦ୍ଧା ଭାବେ ଗଞ୍ଜାମ ଆଇଆଇସି ସମ୍ବର୍ଦ୍ଧିତ
ଗଞ୍ଜାମ,୩୧ା୫(ଡି.ଏନ୍.ଏ.): ସାରା ବିଶ୍ୱରେ କରୋନା ପାଇଁ ଲୋକେ ଚିନ୍ତିତ। ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି। ଏଥିପାଇଁ ଡାକ୍ତର, ନର୍ସ, ଅଙ୍ଗନଓ୍ବାଡି କର୍ମୀ, ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଦିନ ରାତି ଏକ କରିଛନ୍ତି। ଏହି…
କେନ୍ଦୁଝରରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ, ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଲା
କେନ୍ଦୁଝର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରବିବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଏହି ୩ ଜଣ ତାମିଲନାଡୁରୁ ଫେରି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିଲେ। ସେମାନଙ୍କ ଘର…
ହତ୍ୟା ଉଦ୍ୟମ ମାମଲା: ଜେଲ୍ ଗଲେ ଦୁଇ ଭାଇ
ଦିଗପହଣ୍ଡି,୩୧ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ ବ୍ରାହ୍ମଣ ନୂଆପଡ଼ା ଗାଁର ଦୁଇ ଭାଇ ବି. ଶ୍ୟାମସୁନ୍ଦର ଏବଂ ବି. ଶ୍ରୀରାମୁଲୁଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛିି। ଉଭୟଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରାଯାଇଥିବା ଆଇଆଇସି…
ଲକ୍ଡାଉନ୍ର ରାତି ସ୍ବପ୍ନ ନୁହେଁ, ଭୋକ ଦେଇଛି
କଟକ ଅଫିସ,୩୧।୫: ଭଦ୍ରକର ବାସିନ୍ଦା ହେଲେ ଗୌରହରି। ପିଲାଟି ବେଳୁ ପୋଲିଓ ଆକ୍ରାନ୍ତ ହୋଇ ତାଙ୍କର ଡାହାଣ ଗୋଡ଼ କାମ କରୁନି। ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା କେବେ ପରିବାର ଉପରେ ବୋଝ ହୋଇ ନ ଥିଲେ। ଏକ ହୋଟେଲରେ କାମ କରି…
ଲକ୍ଡାଉନ ବେଳର କଳାକୃତି: ପଥରରେ ଦଶଭୁଜା
କଟକ ଅଫିସ,୩୧।୫: ଲକ୍ଡାଉନ୍ ବେଳେ ନିହାଣ ମୁନରେ ନିଜ ଚମତ୍କାର କଳା ପ୍ରତିଭା ଦେଖାଇଛନ୍ତି କଟକ ମହାନଦୀ ବିହାର ଅଞ୍ଚଳର ଯୁବଶିଳ୍ପୀ ହିମାଂଶୁ ଶେଖର ପରିଡ଼ା (୩୩)। ପଥରରେ ଦୁର୍ଗାଙ୍କ ଦଶଭୁଜା ମୂର୍ତ୍ତି ତିଆରି କରି ସେ ଲକ୍ଡାଉନ୍ ଅବସରକୁ ସୃଜନ…

