ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା
ବନ୍ତ, ୩୦।୫(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଆଗରପଡା ଥାନା ଅଞ୍ଚଳର ଜଣେ ଯୁବକ ବିବାହ ପ୍ରତିଶ୍ରୁତ ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏବେ ଗର୍ଭବତୀ ଅଛନ୍ତି ା…
ବାରିପଦାରୁ ଭୁବନେଶ୍ୱର ଗଡ଼ିଲା ବସ୍
ବାରିପଦା ଅଫିସ,୩୦ା୫- ଦୀର୍ଘ ୨ ମାସ ପରେ ବାରିପଦାରୁ ଭୁବନେଶ୍ୱରକୁ ଗଡ଼ିଛି ବସ୍। ଶୁକ୍ରବାର ୩ଟି ବସ୍ରେ ୨୬ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ପ୍ରଥମ ବସ୍ଟି ସକାଳ ୫ଟା ୩୦ରେ ବାରିପଦା ଛାଡ଼ିଥିବା ବେଳେ ସେଥିରେ ୧୧ ଜଣ, ୧୦ଟା୪୫ରେ ଯାଇଥିବା…
ମାଛ ଚାଷ ଦେଇଛି ପରିଚୟ
ବାରିପଦା ଅଫିସ,୩୦ା୫- ବର୍ତ୍ତମାନ ସମୟରେ ଜୀବିକା ବଞ୍ଚାଇବା କଷ୍ଟକର ହୋଇପଡ଼ିଛି। କରୋନା ମହାମାରୀ ଯୋଗୁ ପ୍ରବାସୀମାନେ ଘରମୁହାଁ ହେଉଛନ୍ତି। ସେହିଭଳି ଅନେକ ସ୍ଥାନରେ ଯୁବତୀଯୁବକମାନେ ଚାକିରି ପଛରେ ଗୋଡ଼ାଇ ନ ପାରି ନିରାଶ ହୋଇ ଘରେ ବସି ରହୁଛନ୍ତି। ହେଲେ ମୟୂରଭଞ୍ଜ…
ବିଦ୍ୟୁତ୍ ବିଲ୍କୁ ନେଇ ଚିନ୍ତାରେ ଉପଭୋକ୍ତା
ଚିତ୍ରଡା,୩୦ା୫(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲାର ମୋରଡ଼ା ବ୍ଲକ ଅଞ୍ଚଳରେ ନେସ୍କୋ ପକ୍ଷରୁ ଚଳିତ ମାସରେ ପ୍ରଦାନ କରାଯାଇଥିବା ବିଦ୍ୟୁତ୍ ବିଲ୍କୁ ନେଇ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲକ୍ଡାଉନ ଯୋଗୁ ସରକାରଙ୍କ ଘୋଷଣା କ୍ରମେ ବିଲ୍ ପ୍ରଦାନ କରାଯାଇ ନ ଥିଲା ବେଳେ ଦୀର୍ଘ…
ଏମ୍ଜିଏନ୍ଆର୍ଇଜିଏସ୍ କାମ ବନ୍ଦ ପ୍ରତିବାଦରେ ବ୍ଲକ ଘେରାଉ
ବାଙ୍ଗିରିପୋଷି,୩୦ା୫(ଡି.ଏନ.ଏ.)- ଏମ୍ଜିଏନ୍ଆର୍ଇଜିଏସ୍ କାମ ବନ୍ଦ ପ୍ରତିବାଦରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ବୁଢୀଖମାରୀ ପଞ୍ଚାୟତ ଅନ୍ତର୍ଗତ ଯୋକା (ଆତନାବେଡା) ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ସମସ୍ତ ଅଧିକାରୀଙ୍କୁ ତାଲାବନ୍ଦ କରି ଅଟକ…
ପିଆରଏମ୍ ମେଡ଼ିକାଲ୍ରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ
ବାରିପଦା ଅଫିସ,୩୦ା୫- ବାରିପଦା ପିଆରଏମ୍ ମେଡ଼ିକାଲ୍ରେ ଦିନକୁ ଦିନ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଲମ୍ବିବାରେ ଲାଗିଛି। କିଛି ଦିନ ତଳେ ଶିଶୁ ପୁତ୍ର ଅଦଳବଦଳ ହୋଇଥିବା ଘଟଣା ମନରୁ ନ ଲିଭୁଣୁ ପୁଣି ଜଣେ ଶିଶୁକନ୍ୟାର ଚିକିତ୍ସା ଅବହେଳାରୁ ମୃତ୍ୟୁ…
‘ବନ୍ଦେ ଉତ୍କଳ ଜନନୀ’ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ବାନ
ବାଲେଶ୍ୱର ଅଫିସ, ୩୦।୫- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ କରୋନା ବିରୋଧରେ ସଂଗ୍ରାମ ଉଦ୍ଦେଶ୍ୟରେ ୩୦ ତାରିଖ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ…
ଘରୋଇ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି
ବାଲେଶ୍ୱର ଅଫିସ, ୩୦।୫-ବାଲେଶ୍ୱର ଜିଲା ତଥା ସହରରେ ଥିବା ଘରୋଇ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ଥିବା କାରଣରୁ ଛାତ୍ରୀଛାତ୍ରଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଶିକ୍ଷା ପ୍ରଦାନରେ ବ୍ୟାଘାତ ସୃଷ୍ଟି ହେବା ସହିତ ଉକ୍ତ ସଂସ୍ଥାଗୁଡ଼ିକରେ…
ଏମ୍ଜିଏନ୍ଆର୍ଇଜିଏସ୍ରେ ରେକର୍ଡ
ଢେଙ୍କାନାଳ ଅଫିସ, ୩୦ା୫ କରୋନା ସଙ୍କଟ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)କୁ ସଫଳତାର ସହ କାର୍ଯ୍ୟକାରୀ କରି ନୂଆ ରେକର୍ଡ ସୃଷ୍ଟି କରିଛି ଢେଙ୍କାନାଳ ଜିଲା। କେବଳ ମେ’ ମାସରେ ଏହି ଯୋଜନାରେ ୪ଲକ୍ଷ…
କ୍ୱାରାଣ୍ଟାଇନ୍ରେ ସରିଯାଉଛି କର୍ତ୍ତବ୍ୟ
ଛେଣ୍ଡିପଦା,୩୦।୫(ସ୍ବ.ପ୍ର.) ମଜୁରି ନ ଦେଇ ଖାଲି ହାତରେ ମାଲିକ ବିଦା କରିଦେବା ପରେ ଓଡ଼ିଶା ସରକାରଙ୍କ ଭରସାରେ ସେମାନେ ତେଲଙ୍ଗାନାରୁ ଚାଲିବା ଆରମ୍ଭ କରିଥିଲେ। ବହୁ କଷ୍ଟରେ ଶହ ଶହ କିଲୋମିଟର ଅତିକ୍ରମ କରି ବୌଦ୍ଧ ଓ ଆଠମଲ୍ଲିକ କ୍ୱାରାଣ୍ଟାଇନ୍ ସେଣ୍ଟରରେ…
ଚାଲି ଚାଲି ଫେରୁଥିବା ଦୁଇ ଶ୍ରମିକ ପରିବାର ଉଦ୍ଧାର
ବୌଦ୍ଧ,୨୯ା୫(ସ୍ବ.ପ୍ର.)-ଶୁକ୍ରବାର ବୌଦ୍ଧ ଜିଲାରେ ପୁଣି ୧୩୦ ଜଣ ପ୍ରବାସୀ ଶ୍ରମିକ ପହଞ୍ଚିଥିବା ଜଣାଯାଇଛି। ଫଳରେ ଜିଲାକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨୭୬୧ରେ ପହଞ୍ଚତ୍ଛି । ସେହିପରି ଅନୁଗୋଳ ଜିଲାର ଦୁଇ ଶ୍ରମିକ ପରିବାରର ୭ ଜଣ ଚାଲି ଚାଲି ଘରକୁ…
ଛତୁଆ ବିଲ୍ ପାସ୍ କରିବା ନେଇ ମହିଳାଙ୍କୁ ଅସଦାଚରଣ : ଯୋଡା ବିଡିଓଙ୍କ ନାମରେ ଏତଲ।
ଯୋଡା, ୨୯ା୫(ଡି.ଏନ୍.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବିଡିଓ ଛତୁଆ ବିଲ୍ ପାସ୍ କରିବା ଆଳରେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଶୁକ୍ରବାର ଯୋଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ବ୍ଲକରେ ବିଭିନ୍ନ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଛତୁଆ ଯୋଗାଣ କରୁଥିବା ଗାୟତ୍ରୀ…

