ଆମ ଜିଲା ଖବର

ହସ୍ପିଟାଲ କଟକଣା ଅସମ୍ଭାଳ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜଧାନୀ ବସ୍ତି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ନୂଆ ନିୟମାବଳୀ ଜାରି କରାଯାଇଛି। ଘରୋଇ ହସ୍ପିଟାଲରେ ବସ୍ତି ଅଞ୍ଚଳରୁ ଆସି କାମ କରୁଥିବା କର୍ମଚାରୀଙ୍କ…

ଚାକିରିରୁ ତଡ଼ା ଖାଇଲେ ବୀରମିତ୍ରପୁର ଥାନା ଅଧିକାରୀ

କଟକ ଅଫିସ,୧।୭: ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ବଳାତ୍କାର ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ତାଙ୍କୁ ଚାକିରିରୁ ବରଖାସ୍ତ…

ପ୍ରଫେସର ଦତ୍ତେଶ୍ୱର ହୋତା ଏସ୍‌ସିବି ପ୍ରିନ୍ସିପାଲ

କଟକ ଅଫିସ,୧ା୭: ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ୪୯ତମ ଡିନ୍‌ ତଥା ପ୍ରିନ୍ସିପାଲ ଭାବେ ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ୱର ହୋତା ମଙ୍ଗଳବାର ଦାୟିତ୍ୱ ନେଇଛନ୍ତି। ଡା. ଜୟଶ୍ରୀ ମହାନ୍ତି ଅଧ୍ୟକ୍ଷ ପଦବୀରୁ ଅବସର ନେବା ପରେ ଡା.…

ବାହୁଡୁଛନ୍ତି ମହାପ୍ରଭୁ

ପୁରୀ ଅଫିସ, ୧।୭: ନବଦିନାତ୍ମକ ଯାତ୍ରା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାପ୍ରଭୁ। ସେଥିପାଇଁ ସଅଳ ନୀତିକାନ୍ତି ପରେ ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ଅର୍ଥାତ୍‌ ୭.୨୫ରେ ବାହାଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ ପହଣ୍ଡି…

ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା: କ୍ରାଇମ୍‌ବ୍ରାଞ୍ଚ ନେଲା ତଦନ୍ତ ଭାର

କଟକ/ପୁରୀ ଅଫିସ/ସୁନ୍ଦରଗଡ଼(ଡି.ଏନ୍‌.ଏ.),୧ା୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ଓ ଗର୍ଭପାତ ଘଟଣାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ପ୍ରଦାନ କରାଯାଇଛି। ମଙ୍ଗଳବାର ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ନାବାଳିକା ବଳାତ୍କାର ମାମଲାର…

ଶୋଷ ମେଣ୍ଟାଉଛି ଚୂଆପାଣି

ବାଲିଗୁଡ଼ା,୧ା୭(ଡି.ଏନ୍‌.ଏ.)- ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ। ବାରମ୍ବାର ଗୁହାରି ପରେ ମଧ୍ୟ ସମସ୍ୟା ସୁଧୁରୁନି। କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ ସବାରକିଆ ଗାଁ ରେ ଦେଖିବାକୁ ମିଳିଛି…

ନୂଆ ନିର୍ଦ୍ଦେଶନାମା ଜାରି କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧ା୭ (ଡି.ଏନ୍‌.ଏ.)-କେନ୍ଦ୍ର ଓ ରାଜ୍ୟ ସରକାର ଅନ୍‌ଲକ୍‌-୨ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ମଙ୍ଗଳବାରଠାରୁ ଏହା କାର୍ଯ୍ୟକାରୀ ହେବ। ଏହି କ୍ରମରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ କେତେକ ନିର୍ଦ୍ଦେଶନାମା ମଙ୍ଗଳବାର ଜାରି କରିଛନ୍ତି। ବୁଧବାରଠାରୁ ଜିଲାର ସମସ୍ତ…

କରୋନା ଭୟ, ମିଳିଲାନି କାନ୍ଧ

କବିସୂର୍ଯ୍ୟନଗର,୧ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଲୋକେ ମଧ୍ୟ ଭୟଭୀତ ହୋଇଗଲେଣି। କରୋନା ଭୟରେ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି ଆତ୍ମୀୟସ୍ବଜନ। ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ପରିବାର ଲୋକେ ଜେସିବିରେ ଗାତଖୋଳି ମୃତଦେହ ପୋତି…

ବାପା, ମା’ ଛେଉଣ୍ଡ ଯୁବତୀଙ୍କ ବାହାଘର କଲେ ଗ୍ରାମବାସୀ

ଦିଗପହଣ୍ଡି,୧ା୭(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଜଣେ ବାପା, ମା’ ଛେଉଣ୍ଡ ଯୁବତୀ ଜ୍ୟୋତି ସାହୁଙ୍କୁ ମଙ୍ଗଳବାର ଗ୍ରାମବାସୀ ବିବାହ କରାଇଛନ୍ତି। ବିବାହ ପାଇଁ ଗ୍ରାମବାସୀ ଆବଶ୍ୟକ ସହାୟତା ସହ ଘର କରଣା ସାମଗ୍ରୀ ମଧ୍ୟ ଦେଇଛନ୍ତି। ବିବାହ କାର୍ଯ୍ୟ ପାଇଁ…

କୋଭିଡ୍‌ ନିୟମ ନମାନି ଭୋଜି, ସଙ୍ଗରୋଧ କେନ୍ଦ୍ରରେ ବଣ୍ଟାହେଲା ଖାଦ୍ୟ

ଦିଗପହଣ୍ଡି,୧ା୭(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ କୋଟିନଡା ପଞ୍ଚାୟତ ସିଦ୍ଧଖଣ୍ଡି ଗ୍ରାମରେ ମଙ୍ଗଳବାର ସରକାରଙ୍କ କୋଭିଡ-୧୯ ନିୟମ ଉଲ୍ଲଂଘନ କରି ବିବାହ ଭୋଜି ଚାଲିଥିବାବେଳେ ତହସିଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢାଉ କରିଥିଲା। ହଣ୍ଡାହାଣ୍ଡି ଜବତ କରିବା ସହ ଜବତ ରନ୍ଧାଖାଦ୍ୟ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ…

କୋଭିଡ୍‌ ଗାଡିରେ ଅରଗୁଣା କନ୍ଦା ଚୋରାଚାଲାଣ

ଭଞ୍ଜନଗର,୧ା୭(ଡି.ଏନ.ଏ)- କୋଭିଡ୍‌ ପାଇଁ ଔଷଧ ନେବାଆଣିବାରେ ବ୍ୟବହୃତ ଏକ ଟ୍ରକରେ ବେନିୟମ ଭାବେ ଅରଗୁଣା କନ୍ଦା ଚୋରା ଚାଲାଣ ହେଉଥିଲା। ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କର୍ମଚାରୀ ସୋମବାର ରାତିରେ ଟ୍ରକଟିକୁ ଜବତ କରିଛନ୍ତି। ସେଥିରୁ ୧୮୦ ବସ୍ତା…

ଆରମ୍ଭ ହେଲା ଯୁକ୍ତ ୩ ମୂଲ୍ୟାଙ୍କନ

ଭଞ୍ଜନଗର୩୦।୬(ଡି.ଏନ.ଏ)- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ଠାରୁ ଯୁକ୍ତ୩ ଷଷ୍ଠ ସେମିଷ୍ଟାର ପରୀକ୍ଷା ଖାତାର ମୂଲ୍ୟାଙ୍କନ ଆରମ୍ଭ ହୋଇଛି। ଏଥିସହ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଆଉ ୫ ସ୍ଥାନରେ ମଧ୍ୟ ମୂଲ୍ୟାଙ୍କନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?