୪୧ ବର୍ଷ ପରେ ବି ବିଦ୍ୟାଳୟକୁ ନାହିଁ ରାସ୍ତା

ଚମ୍ପୁଆ, ୩୦।୬ (ଡି.ଏନ.ଏ.) – ଦୀର୍ଘ ୪୧ ବର୍ଷ ପରେବି ବିଦ୍ୟାଳୟକୁ ରାସ୍ତା ନ ଥିବା ପରିତାପର ବିଷୟ ପାଲଟିଛି। ଦେଶର ଭବିଷ୍ୟତ ନିର୍ମାଣ କରୁଥିବା ଏହି ବିଦ୍ୟାଳୟ ପ୍ରତି ନା ପଡୁଛି ଏନଏସିର ନଜର ନା ପଡୁଛି ଶିକ୍ଷାବିଭାଗର ନଜର। ସେଥିଲାଗି ଶିକ୍ଷକ ଠାରୁ ଆରମ୍ଭ କୁନି କୁନି ଛାତ୍ରୀଛାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚମ୍ପୁଆ ସହରର ମଧ୍ୟଭାଗରେ ଥିବା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ। ୧୯୭୯ ମସିହା ମେ’ ୨୨ ତାରିଖରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୮ ପିଲା ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ବହୁ ଛାତ୍ରୀଛାତ୍ର ଏଠାରୁ ପାଠ ପଢ଼ି ଭଲ ମଣିଷ ହୋଇଛନ୍ତି। କିନ୍ତୁ ଭବିଷ୍ୟତ ଗଢ଼ୁଥିବା ଏହି ସ୍କୁଲ ବହୁ ବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡ଼ିରହିଛି। ବିଦ୍ୟାଳୟ ପାଇଁ ଉନ୍ନତି ଅର୍ଥ ଆସୁଛି ମାତ୍ର ତାହା ବିଦ୍ୟାଳୟର କୌଣସି କାମରେ ଲାଗୁନାହିଁ। ଚମ୍ପୁଆ ପଞ୍ଚାୟତରୁ ଏନଏସି ହୋଇ ୫ ବର୍ଷ ପୂରଣ କରିବାକୁ ଗଲାଣି। ବିଦ୍ୟାଳୟର ଉଭୟ ପାର୍ଶ୍ୱରେ ପକ୍କା ସଡକ କରାଯାଇଛି। ମାତ୍ର ଏହା ବିଦ୍ୟାଳୟକୁ ସଂଯୋଗ କରାଯାଇ ନାହିଁ। ଏପରିକି ଏହି ବିଦ୍ୟାଳୟର ଅନତି ଦୂରରେ ବିଆରସିସି( ଗୋଷ୍ଠି ସାଧାନ କେନ୍ଦ୍ର) ରହିଛି। ସର୍ବ ଶିକ୍ଷା ଅଭିଯାନରେ ବିଭିନ୍ନ କାଯର୍‌ୟକ୍ରମ ଏଠାରେ ଅନୁଷ୍ଠିତ ହେଉଥିବା ବେଳେ ଶିକ୍ଷା ବିଭାଗର ବହୁ ଅଧିକାରୀ ଉକ୍ତ କେନ୍ଦ୍ରକୁ ଗସ୍ତ କରନ୍ତି। ମାତ୍ର ନିକଟରେ ଥିବା ଏହି ବିଦ୍ୟାଳୟ ପ୍ରତି କାହାର ଶୁଭ ନଜର ପଡୁ ନାହିଁ। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ନାଏକଙ୍କୁ ପଚାରିବାରୁ କହିଛନ୍ତି ଯେ, ବିଦ୍ୟାଳୟ ଉନ୍ନତି ଫଣ୍ଡରୁ ତୁରନ୍ତ ମୋରମ ପକାଯାଇ ରାସ୍ତା କରାଯିବା ପରେ ପକ୍କା ସଡକ ପାଇଁ ଏନଏସି ବିଭାଗକୁ ଚିଠି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri