ଦିବ୍ୟ କୃପା ଲାଭରୁ ବଞ୍ଚିିତ ହେବେ ଶ୍ରଦ୍ଧାଳୁ

ପୁରୀ ଅଫିସ,୩୦।୬: ଆଷାଢ ଶୁକ୍ଳ ଦ୍ୱିତୀୟାଠାରୁ ଆରମ୍ଭ ହୋଇଥିବା ଶୀଗୁଣ୍ଡିଚା ଯାତ୍ରାର ଅଷ୍ଟମ ଦିବସ ତଥା ନବମୀ ତିଥିରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ। ଯିବା ଦିନ ଓ ଆସିବା ଦିନକୁ ଛାଡ଼ି ଏକ ସପ୍ତାହ ପର୍ଯ୍ୟନ୍ତ ଠାକୁରମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିଥାନ୍ତି। ମହାପ୍ରଭୁ ଆଡ଼ପ ମଣ୍ଡପରେ ଅବସ୍ଥାନ କରୁଥିବା ସମୟରେ ଯେଉଁ ଭକ୍ତ ତାଙ୍କୁ ଗୋଟିଏ ଦିନ ଦର୍ଶନ କରନ୍ତି ସେମାନେ ନୀଳାଦ୍ରିରେ ୧୦ ବର୍ଷ ଦର୍ଶନ କରିବାର ପୁଣ୍ୟଫଳ ଲାଭ କରନ୍ତି ଓ ଦିନରେ ଦର୍ଶନ କରିବା ଅପେକ୍ଷା ରାତିରେ ଦର୍ଶନ କଲେ ଦଶଗୁଣ ଫଳପ୍ରାପ୍ତି ହୁଅନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଆଡ଼ପ ମଣ୍ଡପରେ ଦାରୁଦିଅଁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରତୀକ୍ଷା ରହିଥାଏ। ମଙ୍ଗଳବାର ହେଉଛି ନବମୀ ସନ୍ଧ୍ୟା ଦର୍ଶନ। ହେଲେ ଏଥର ଭକ୍ତଙ୍କୁ ଏହି ଦିବ୍ୟ ଦର୍ଶନର ସୁଯୋଗ ମିଳିବ ନାହିଁ। ଭକ୍ତ-ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି କରୋନା। ତେଣୁ ଦିବ୍ୟ କୃପା ଲାଭର ମହାର୍ଘ ଅବସରରୁ ଶ୍ରଦ୍ଧାଳୁ ବଞ୍ଚିିତହେବେ।
ସନ୍ଧ୍ୟା ଦର୍ଶନର ବିଶେଷ ମହତ୍ତ୍ବ ରହିଛି। ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ସନ୍ଧ୍ୟା କାଳ ହେଉଛି ଭଗବାନଙ୍କୁ ଉପାସନା କରିବାର ପ୍ରକୃଷ୍ଟ ସମୟ। ବୈଦିକ ପରମ୍ପରା ଅନୁଯାୟୀ, ଆର୍ଯ୍ୟ ଋଷିଗଣ ପ୍ରତ୍ୟହ ତ୍ରିକାଳ ସନ୍ଧ୍ୟାରେ ଈଶ୍ୱରଙ୍କୁ ଆରାଧନା କରିଥାନ୍ତି। ଆଡ଼ପ ମଣ୍ଡପରେ ଏକ ସପ୍ତାହ ଧରି ଠାକୁରମାନେ ଅବସ୍ଥାନ କରୁଥିବା ବେଳେ ନବମୀ ସନ୍ଧ୍ୟାର ବିଶେଷ ଗୁରୁତ୍ୱ ରହିଛି। ଏହି ସନ୍ଧ୍ୟା ହେଉଛି ଦାରୁବିଗ୍ରହମାନଙ୍କର ଆଡ଼ପ ମଣ୍ଡପ ଅବସ୍ଥାନର ଅନ୍ତିମ ସନ୍ଧ୍ୟା। ଏହି ସନ୍ଧ୍ୟାର ପୁଣ୍ୟ ଅବସରରେ ଜନ୍ମମାଟିରେ ସମାଗତ ପ୍ରିୟ ଭକ୍ତଗଣଙ୍କୁ ଶେଷ ଦର୍ଶନ ଦେଇ ସେମାନଙ୍କୁ ଭାବ ଅନୁସାରେ ଫଳ ପ୍ରଦାନ କରିଥାନ୍ତି ମହାପ୍ରଭୁ। ସ୍କନ୍ଦ ପୁରାଣରେ କୁହାଯାଇଛି- ଶ୍ରୀଜଗନ୍ନାଥ ମହାପ୍ରଭୁ ଆଡ଼ପମଣ୍ଡପରେ ଯେଉଁ ସାତଦିନ ଅବସ୍ଥାନ କରନ୍ତି ସେହି ସମୟରେ ପୂର୍ବ ଦିବସର କାର୍ଯ୍ୟଠାରୁ ପର ଦିବସର କାର୍ଯ୍ୟ ଉତ୍ତରୋତ୍ତର ଶ୍ରେୟସ୍କର। ତଦନୁଯାୟୀ, ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଅବସ୍ଥାନର ପ୍ରଥମ ଦିବସଠାରୁ କ୍ରମରେ ଅନ୍ତିମ ଦିବସ ପର୍ଯ୍ୟନ୍ତ ଉପାସନା ଉତ୍ତରୋତ୍ତର ଶ୍ରେୟସ୍କର। ଏଣୁ ଅନ୍ତିମ ଦିବସରେ ଅନୁଷ୍ଠିତ ନବମୀ ସନ୍ଧ୍ୟା ଦର୍ଶନ ବାସ୍ତବିକ ବିଶେଷ ମହତ୍ତ୍ବ ବହନ କରିଥାଏ। ଏହିଦିନ ବହୁସଂଖ୍ୟକ ଭକ୍ତ ସନ୍ଧ୍ୟା କାଳରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଭକ୍ତିର ସହିତ ପ୍ରଦୀପ ପ୍ରଜ୍ୱଳନ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ସାରି ବ୍ରାହ୍ମଣମାନଙ୍କୁ ଶ୍ରୀମହାପ୍ରସାଦରେ ଆପ୍ୟାୟିତ କରିଥାନ୍ତି। ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜନ୍ମଭୂମିରେ ପ୍ରିୟ ଭକ୍ତଗଣଙ୍କୁ ଶେଷ ସନ୍ଧ୍ୟାରେ ଦର୍ଶନ ଦେଇ ସମସ୍ତ ମନୋବାଞ୍ଛିତ ଫଳ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଆଷାଢ ଶୁକ୍ଳ ନବମୀ ସନ୍ଧ୍ୟା ଦର୍ଶନ ହେଉଛି ପରମ କୃପାମୟ ଭକ୍ତବତ୍ସଳ ଶ୍ରୀଜଗନ୍ନାଥଙ୍କଠାରୁ ଦିବ୍ୟ କୃପା ଲାଭ କରିବାର ଏକ ମହାର୍ଘ ଅବସର। କିନ୍ତୁ ମହାମାରୀ କରୋନା ପାଇଁ ଶ୍ରଦ୍ଧାଳୁ ଏ ବର୍ଷ ସନ୍ଧ୍ୟା ଦର୍ଶନରୁବଞ୍ଚିିତ ହେବେ।

ସନ୍ଧ୍ୟା ଦର୍ଶନ ନୀତି ନିର୍ଘଣ୍ଟ

ଦ୍ୱାର ଫିଟା ସୋମବାର ରାତି ୨ଟା, ମଙ୍ଗଳ ଆଳତି ୨ଟା ୩୦, ମଇଲମ-ତଡ଼ପଲାଗି ୩ଟା, ଅବକାଶ ୪ଟା, ରୋଷହୋମ ୪ଟା ୧୫, ସୂର୍ଯ୍ୟପୂଜା ୪ଟା ୩୦, ଦ୍ୱାରପାଳ ପୂଜା ୪ଟା ୪୫, ବେଶ ଶେଷ ୫ଟା, ଗୋପାଳ ବଲ୍ଲଭ ୫ଟା ୩୦, ସକାଳ ଧୂପ ୬ଟାରୁ ୭ଟା, ଭୋଗ ମଣ୍ଡପ ୬ଟା ୩୦ରୁ ୮ଟା, ମଇଲମ ୮ଟା ୧୫, ଯାତ୍ରାଙ୍ଗୀ ମହାସ୍ନାନ ୯ଟା, ସର୍ବାଙ୍ଗ ୯ଟା ୩୦, ନୂଆଲାଗି ବେଶ ୧୦ଟା ୧୫, ମଧ୍ୟାହ୍ନ ଧୂପ ୧୧ଟାରୁ ମଧ୍ୟାହ୍ନ ୧୨ଟା, ଦ୍ୱିତୀୟ ଭୋଗ ମଣ୍ଡପ ୧୧ଟା ୧୫ରୁ ସାଢେ ୧ଟା, ବେଶ ୧ଟା ୧୫ରୁ ୨ଟା, ସନ୍ଧ୍ୟା ଆଳତି ୨ଟା ୧୦, ସନ୍ଧ୍ୟା ଧୂପ ୨ଟା ୪୦ରୁ ୪ଟା, ତୃତୀୟ ଭୋଗମଣ୍ଡପ ୨ଟା ୫୦ରୁ ୪ଟା ୫୦, ରାହାସକୁ ଦିଅଁ ବିଜେ ସାଢେ ୪ଟା, ମଇଲମ ୫ଟା, ଚନ୍ଦନ ଲାଗି ୫ଟା ୨୦, ବଡ଼ସିଂହାର ବେଶ ସନ୍ଧ୍ୟା ୬ଟା, ବଡ଼ସିଂହାର ଭୋଗ ୬ଟା ୩୦, ପହୁଡ଼ ଆଳତି ୭ଟା, ଶ୍ରୀମୁଖ ଖଣ୍ଡୁଆ ୭ଟା ୧୫, ବାହୁଟ କଣ୍ଟ ୭ଟା ୩୦, ଚାରବନ୍ଧା ୭ଟା ୪୦ରୁ ରାତି ୧୧ଟା, କୁସୁମିଲାଗି ରାତି ୧୧ଟାରୁ ଭୋର ୪ଟା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?