ଆମ ଜିଲା ଖବର

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ : ଫୁଲବାଣୀ ଭବାନୀ କ୍ଲବ ଚାମ୍ପିୟନ

ଖଜୁରିପଡା,୧୦ା୧- ଖଜୁରିପଡା ବ୍ଲକ ଆର.ନୂଆଗାଁ ପଞ୍ଚାୟତ ଗରାକୁମ୍ପାରେ (ଇନସା) କ୍ଲବ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ସେମି ଫାଇନାଲ ଫୁଲବାଣୀ ଭବାନୀ କ୍ଲବ ଓ ଆର.ନୂଆଗାଁ କ୍ଲବ ସହିତ ହୋଇଥିବା ବେଳେ ଭବାନୀ...

ଶୀତ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ମନ ମୋହିଲା ଘୁମୁରା, ଛଉ, ଗୋଟିପୁଅ ନୃତ୍ୟ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ.ଏ.)- ଦାରିଙ୍ଗବାଡିରେ ଅନୁଷ୍ଠିତ ଶୀତ ଉତ୍ସବର ଦ୍ୱିତୀୟ ଅର୍ଥାତ ଗୁରୁବାର ସନ୍ଧ୍ୟାର କାର୍ଯ୍ୟକ୍ରମକୁ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟ...

ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ୍‌,୧୦ା୧- ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ସୁଦ୍ଧା ଅଦ୍ୟାବିଧି ୯ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ ଜିଲା ପ୍ରଶାସନ ଓ ବାଳାଶ୍ରମ ଅଧିକାରୀଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।...

କଳାବ୍ୟାଜ୍‌ ପରିଧାନ କଲେ ଚିନିଶିଳ୍ପ ଶ୍ରମିକ

ଆସିକା,୧୦ା୧(ଡି.ଏନ୍‌.ଏ.): ଆସିକା ସମବାୟ ଚିନିଶିଳ୍ପରେ ଚଳିତବର୍ଷର ଆଖୁପେଡା ଲାଗି କାରଖାନା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏପଟେ କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଦୀର୍ଘ ଦିନର ଦାବି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରି ଗୁରୁବାର ଶ୍ରମିକମାନେ କଳାବ୍ୟାଜ...

୨୨ ମହଣର ପଥର ବଖାଣୁଛି ବୀରତ୍ୱ ଗାଥା

ବାସୁଦେବପୁର, ୧୦।୧(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ଏକ ଐତିହ୍ୟ ସମ୍ପନ୍ନ ଅଞ୍ଚଳ। କଥିତ ଅଛି, ମଧ୍ୟଯୁଗରେ ବାସୁଦେବପୁର ଏକ ପ୍ରଗଣା ଭାବେ ଗଢ଼ି ଉଠିଥିଲା। ବର୍ତ୍ତମାନର ବାସୁଦେବପୁର ସହରର ଅଂଶବିଶେଷ ଭେଡ଼ାଆଙ୍କୁଡ଼ାରେ ଥିଲା ରାଜଉଆସ। ରାଜା ଶାସନର ଅବସାନ ପରେ...

ଇଉଫୋରିଆ-୨୦୨୦ ଉଦ୍‌ଘାଟିତ:୨୮ ଶିକ୍ଷାନୁଷ୍ଠାନର ୩୮୯ ଛାତ୍ରୀଛାତ୍ର ଭାଗନେଲେ

ବାରିପଦା ଅଫିସ,୧୦ା୧- ବାରିପଦା ସହରସ୍ଥିତ ଶହୀଦ ସ୍ମୃତି ଭବନଠାରେ ୨୩ତମ ରାଜ୍ୟସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ -୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟର ୨୮ଟି ଶିକ୍ଷାନୁଷ୍ଠାନର ୩୮୯ ଛାତ୍ରୀଛାତ୍ର ଏଥିରେ ଯୋଗ ଦେଇଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆୟୋଜକ କମିଟିର...

ଆଇଟିଡିଏ କାର୍ଯ୍ୟାଳୟରେ ତାଲା ପକା ଘଟଣା: ଏମ୍‌ପି ଓ ବିଧାୟକଙ୍କ ନାଁରେ ମାମଲା

ରାଇରଙ୍ଗପୁର,୧୦ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟର ପ୍ରକଳ୍ପ ପ୍ରଶାସକ (ପିଏ)ଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ମୟୂରଭଞ୍ଜ ଏମ୍‌ପି ଇଂ.ବିଶ୍ୱେଶ୍ୱର ଟୁଡୁ ଏବଂ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ଉପସ୍ଥିତିରେ ଗୁରୁବାର ସମର୍ଥକଗଣ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ...

ପୂର୍ବାଞ୍ଚଳ ଆଇଜିଙ୍କ ସମେତ ପୋଲିସ୍‌କୁ ଘେରିଲେ ଗ୍ରାମବାସୀ

ବାହାନଗା, ୧୦ା୧(ଡି.ଏନ.ଏ.)-ପାରିବାରିକ କଳହକୁ ନେଇ ଗତ ଡିସେମ୍ବର ୨୯ ତାରିଖରେ ଏକ ପରିବାରର ମା ଓ ଦୁଇ ଝିଅ ଉଭୟ ବିଷ ପିଇ ଆମତ୍ହତ୍ୟା ଉଦ୍ୟମ କରିଥିଲେ ା ସେମାନେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ...

ଇଟାଭାଟି ଭାଙ୍ଗି ନ ପାରି ଫେରିଲା ପ୍ରଶାସନ

ରେମୁଣା, ୧୦ା୧(ଡି.ଏନ.ଏ.)-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ନୂଆଗଁାରେ ଘଟଣାର ପୁନରାବୃତ୍ତି ହୋଇଛି। ସେଠାରେ ଜାତୀୟ ରାଜପଥର ପ୍ରାୟ ୨ଶହ ମିଟର ଦୂରରେ ଥିବା ମୁକ୍ତା-୧ ଇଟାଭାଟିକୁ ବେଆଇନ ଦର୍ଶାଇ ଗୁରୁବାର ପ୍ରଶାସନ ପ୍ରସ୍ତୁତ ହୋଇ ସେଠାରେ ପହଞ୍ଚିଥିଲେ ମଧ୍ୟ ଲୋକଙ୍କ...

ଭାଲୁ ମୁହଁରୁ ଉଦ୍ଧାର ହେଲା ମୃତଦେହ

ନବରଙ୍ଗପୁର,୯ା୧(ବି.ପ୍ର.)- ଜଙ୍ଗଲକୁ ଶାଳପତ୍ର ଓ ଦାନ୍ତ କାଠି ଆଣିବାକୁ ଜଣେ ବୃଦ୍ଧା ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଥିଲେ। ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ତେବେ ଭାଲୁଟି ମୃତଦେହ ନିକଟରେ ଜଗି ରହିଥିଲା। ଗୁରୁବାର ବନବିଭାଗ କର୍ମଚାରୀ ଓ...

ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ:ଜେଲ୍‌ ଗଲେ ଦେଢ଼ଶୁର

ରୂପ୍‌ସା, ୯।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ରାଇସୁଆଁ ଗ୍ରାମର ଅଭିଯୁକ୍ତ ପ୍ରତାପ ଚନ୍ଦ୍ର ସାହୁଙ୍କୁ ଗୁରୁବାର ବସ୍ତା ଥାନା ପୋଲିସ ଗିରଫ କରିଛି। ପାରିବାରିକ କଳହ ଓ ଜମିଜମା ବିବାଦକୁ କେନ୍ଦ୍ର କରି ପ୍ରତାପ ତାଙ୍କ ସାନଭାଇ ଗୋପୀନାଥଙ୍କ...

୬ ବସ୍ତା ଚୋରା ମଦ ପୋଡିଲେ ମହିଳା

ସୋର, ୯ା୧(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଖଣ୍ଡାସାହି ଗ୍ରାମରେ ଗୁରୁବାର ୫ଟି ସ୍ବୟଂସହାୟକ ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ୱ ମହିଳା ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ବିପୁଳ ପରିମାଣର ଚୋରା ମଦ ଜବତ କରି ପୋଡି ଦେଇଛନ୍ତି। ଗୁରୁବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri