ଆଇଟିଡିଏ କାର୍ଯ୍ୟାଳୟରେ ତାଲା ପକା ଘଟଣା: ଏମ୍‌ପି ଓ ବିଧାୟକଙ୍କ ନାଁରେ ମାମଲା

ରାଇରଙ୍ଗପୁର,୧୦ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟର ପ୍ରକଳ୍ପ ପ୍ରଶାସକ (ପିଏ)ଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ମୟୂରଭଞ୍ଜ ଏମ୍‌ପି ଇଂ.ବିଶ୍ୱେଶ୍ୱର ଟୁଡୁ ଏବଂ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ଉପସ୍ଥିତିରେ ଗୁରୁବାର ସମର୍ଥକଗଣ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଥିଲେ। ଏନେଇ ଆଇଟିଡିଏ ପିଏ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ଅଭିଯୋଗ କ୍ରମେ ଟାଉନଥାନା ପୋଲିସ ଏମ୍‌ପି ଓ ବିଧାୟକଙ୍କ ସହ ତାଙ୍କର କେତେକ ସମର୍ଥକଙ୍କ ନାମରେ ଏକ ମାମଲା(ନଂ.୮/୨୦) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଏମ୍‌ପି ଟୁଡୁ ଏବଂ ମାଝୀଙ୍କ ନେତୃତ୍ୱରେ କେତେକ ଜିଲାପରିଷଦ ସଦସ୍ୟ ଓ ଯୁବକର୍ମୀ ଆଇଟିଡିଏ କାର୍ଯ୍ୟାଳୟ ପିଏଙ୍କ ଅଫିସ ଚାମ୍ବରକୁ ଯାଇ ରାଇରଙ୍ଗପୁର ସବ୍‌ଡିଭିଜନ୍‌ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ୨୦୧୮-୧୯ ଆର୍ଥିକ ବର୍ଷରେ ରାଇରଙ୍ଗପୁର ସବ୍‌ଡିଭିଜନର ବିଭିନ୍ନ ବ୍ଲକ୍‌ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ତଥ୍ୟ ମାଗିବା ବେଳେ ସେ ଅସହଯୋଗ କରି ବିଶୋଇ ଅଞ୍ଚଳକୁ ଯିବାକୁ ବାହାରିଥିଲେ। ଏଥିରେ ଏମପି ଟୁଡୁ ଓ ତାଙ୍କ ସମର୍ଥକ କ୍ଷୋଭ ପ୍ରକାଶ କରିଥିଲେ। ଏହା ପରେ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟରୁ ବାହାର କରି ତାଲା ପକାଇଥିଲେ। ଖବର ପାଇ ରାଇରଙ୍ଗପୁର ସର୍କଲ ଏସ୍‌ଡିପିଓ ସ୍ନେହାଶିଷ ସାହୁ ଏବଂ ସ୍ଥାନୀୟ ଟାଉନ୍‌ଥାନା ଅଧିକାରୀ ରେଣୁବାଳା ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ରାଇରଙ୍ଗପୁର ଉପଜିଲାପାଳ ଧର୍ମାନନ୍ଦ ବେହେରା, ଆଇଟିଡିଏ ପିଏ ସିଂ ଲାଗୁରୀଙ୍କ ଉପସ୍ଥିତିରେ ପୋଲିସ ଆଇଟିଡିଏ କାର୍ଯ୍ୟାଳୟ ଗ୍ରିଲ୍‌ ଭାଙ୍ଗିବା ପରେ ଲାଗୁରୀ ଓ ଅନ୍ୟ କର୍ମଚାରୀ କାର୍ଯ୍ୟାଳୟକୁ ପଶିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରିବା ସମ୍ପର୍କରେ ବିଧାୟକ ମାଝୀଙ୍କୁ ପଚାରିବାରୁ ସେ ତାଲା ପକାଇବା ଘଟଣାକୁ ସ୍ବୀକାର କରିଥିଲେ ମଧ୍ୟ ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri