ଭାଲୁ ମୁହଁରୁ ଉଦ୍ଧାର ହେଲା ମୃତଦେହ

ନବରଙ୍ଗପୁର,୯ା୧(ବି.ପ୍ର.)- ଜଙ୍ଗଲକୁ ଶାଳପତ୍ର ଓ ଦାନ୍ତ କାଠି ଆଣିବାକୁ ଜଣେ ବୃଦ୍ଧା ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଥିଲେ। ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ତେବେ ଭାଲୁଟି ମୃତଦେହ ନିକଟରେ ଜଗି ରହିଥିଲା। ଗୁରୁବାର ବନବିଭାଗ କର୍ମଚାରୀ ଓ ପୋଲିସର ମିଳିତ ଉଦ୍ୟମରେ ଭାଲୁକୁ ଘଉଡାଇ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅଧୀନ ସିନ୍ଧିଗୁଡା ଗାଁର ଗୌରୀ ଅମନାତ୍ୟ(୭୦)। ସେ ୬ ତାରିଖରେ ଜଙ୍ଗଲକୁ ଶାଳ ପତ୍ର ଓ ଦାନ୍ତ କାଠି ପାଇଁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିଲେ । ଗୁରୁବାର ସ୍ଥାନୀୟ ଲୋକ ଜଙ୍ଗଲକୁ ଯାଇ ଖୋଜିଥିଲେ । ଗୌରୀଙ୍କ ମୃତଦେହ ପଡିଥିବା ବେଳେ ନିକଟରେ ଭାଲୁ ଜଗି ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ରେଞ୍ଜର ଓ ନବରଙ୍ଗପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ଏସପି ନୀତିନ କୁସଲକର, ଥାନା ଅଧିକାରୀ ତାରିକ ଅହମ୍ମଦ, ରେଞ୍ଜର ମନୋଜ କୁମାର ପାତ୍ର, ୱାଇଲ୍ଡ ଲାଇଫ ସ୍କ୍ବାଡ ପହଞ୍ଚି ଅଖାରେ କିରୋସିନି ଢାଲି ନିଆଁ ହୁଳା ଦେଖାଇ ବାଣ ଫୁଟାଇ ଭାଲୁକୁ ଘଉଡାଇଥିଲେ । ପରେ ମୃତଦେହ ଉଦ୍ଧାର କରି ଜଙ୍ଗଲରୁ ବାହାରକୁ ଅଣାଯାଇଥିଲା । ବନବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ତୁରନ୍ତ କ୍ଷତିପୂରଣ ଦେବା ସହ ସରକାରଙ୍କ ପକ୍ଷରୁ ରହିଥିବା ନିୟମ ପ୍ରକାରେ ଅନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri