ଇଟାଭାଟି ଭାଙ୍ଗି ନ ପାରି ଫେରିଲା ପ୍ରଶାସନ

ରେମୁଣା, ୧୦ା୧(ଡି.ଏନ.ଏ.)-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ନୂଆଗଁାରେ ଘଟଣାର ପୁନରାବୃତ୍ତି ହୋଇଛି। ସେଠାରେ ଜାତୀୟ ରାଜପଥର ପ୍ରାୟ ୨ଶହ ମିଟର ଦୂରରେ ଥିବା ମୁକ୍ତା-୧ ଇଟାଭାଟିକୁ ବେଆଇନ ଦର୍ଶାଇ ଗୁରୁବାର ପ୍ରଶାସନ ପ୍ରସ୍ତୁତ ହୋଇ ସେଠାରେ ପହଞ୍ଚିଥିଲେ ମଧ୍ୟ ଲୋକଙ୍କ ବିରୋଧ ଯୋଗୁ ଫେରିବାକୁ ପଡିଛି।
ରେମୁଣାର ଭାରପ୍ରାପ୍ତ ତହସିଲଦାର ଆନନ୍ଦିତା ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଅଭିଯାନ ହୋଇଥିଲା ା ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀ ୧ ପ୍ଲାଟୁନ ପୋଲିସ ସହିତ ମାଜିଷ୍ଟ୍ରେଟ୍‌ ଭାବେ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ସେଠାରେ ଉପଜିଲାପାଳ ନୀଲୁ ମହାପାତ୍ର, ଡିଏସ୍‌ପି ଉମେଶ କୁମାର ପଣ୍ଡା, ଅତିରିକ୍ତ ଏସ୍‌ପି ତୁଷାରକାନ୍ତି ଜେନା, ଶିଳ୍ପାଞ୍ଚଳ ଥାନା ଅଧିକାରୀ ପରେଶ କୁମାର ରାଉତ, ରେମୁଣା ଥାନା ଅଧିକାରୀ ଲୋପାମୁଦ୍ରା ନାୟକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀ ସନ୍ଧ୍ୟାରାଣୀ ମାର୍ଣ୍ଡି ଏବଂ ଦମକଳ ବାହିନୀ ଉପସ୍ଥିତ ଥିଲେ ା ହେଲେ ଭାଟି ପରିସରରେ ଶହ ଶହ ଶ୍ରମିକ ସେମାନଙ୍କ ପିଲାଛୁଆଙ୍କୁ ଧରି ବସିରହିଥିଲେ ା ଭାଟି ଉଚ୍ଛେଦ ହେଲେ ସେମାନଙ୍କ ପରିବାର ଉପବାସ ରହିବେ ଏବଂ ଜୀବନଜୀବିକା ହରାଇବେ ବୋଲି କହିଥିଲେ ା ବାଲେଶ୍ୱର ଜିଲା ଇଟାଭାଟି ମାଲିକ ସଂଘ ସଭାପତି ଶତ୍ରୁଘ୍ନ ସାମଲ, ସମ୍ପାଦକ ଅଶୋକ ତରେଇଙ୍କ ସମେତ ଶତାଧିକ ମାଲିକ ସେଠାରେ ପହଞ୍ଚି ଭାଟି, ମାଲିକ, ଶ୍ରମିକ ଏବଂ ସେମାନଙ୍କ ପରିବାର ବିଷୟରେ ପ୍ରକୃତ କଥା ହୃଦ୍‌ବୋଧ କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ତେଣୁ ସେମାନଙ୍କୁ ତିଆରି ଇଟା ସରିବା ପର୍ଯ୍ୟନ୍ତ ଅନ୍ୟୁନ ଏପ୍ରିଲ ମାସ ପର୍ଯ୍ୟନ୍ତ ସମୟ ଦେବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ସମସ୍ତ ଆଇନକାନୁନ ମାନିବୁ ବୋଲି ଲିଖିତ ଭାବେ ଜଣାଇଥିଲେ ା ଏନେଇ ମାଲିକ ଏବଂ ପ୍ରଶାସନ ମଧ୍ୟରେ ତୁରନ୍ତ ଏକ ବୈଠକ ଅନୁଷ୍ଠିତ ହୋଇ ନିଷ୍ପତ୍ତି ନିଆଯିବ କହି ପ୍ରଶାସନ ଅପରାହ୍ନରେ ସେଠାରୁ ଫେରିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?