ଆମ ଜିଲା ଖବର

ତଲାବିରା କୋଇଲା ଖଣି ଆଗରେ ଗ୍ରାମବାସୀଙ୍କ ଧାରଣା

ରେଙ୍ଗାଲି,୭।୬(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାମ କରୁଥିବା ଏନ୍‌ଏଲ୍‌ସି କମ୍ପାନୀର ମନମୁଖି କାର୍ଯ୍ୟ ଏବଂ ବିଭିନ୍ନ ଦାବି ନେଇ ତଲାବିରା ଗ୍ରାମବାସୀ ଖଣି ସମ୍ମୁଖରେ ଶନିବାର ଧାରଣାରେ ବସିଥିଲେ । କମ୍ପାନୀ…

‘ପୋତାଧନ’ ନଁାରେ ଠକେଇ, ୩ ଗିରଫ

ବଲାଙ୍ଗୀର ଅଫିସ, ୭ା୬-ମାଟି ତଳେ ପୋତାଯାଇଥିବା ଏକ ହଣ୍ଡା ଭିତରୁ ଅସଲି ସୁନା (ପୋତାଧନ)ମିଳିଛି। ସେଥିପାଇଁ କମ୍‌ଦାମରେ ବିକ୍ରି ହେବ କହି ଜଣେ ବେପାରୀଙ୍କୁ ଠକେଇ କରିଥିବା ଏକ ର଼୍ୟାକେଟ୍‌ର ୩ ସଦସ୍ୟଙ୍କୁ ବଲାଙ୍ଗୀର ସଦର ଥାନା ପୋଲିସ ଗିରଫ କରିଛି…

ଖୋର୍ଦ୍ଧା ଉପଖଣ୍ଡରେ ୧୬ କରୋନା ପଜିଟିଭ୍‌ : ଟାଙ୍ଗୀର ସର୍ବାଧିକ ୧୧ ଚିହ୍ନଟ

ଖୋର୍ଦ୍ଧା ଅଫିସ,୭ା୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୧୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଟାଙ୍ଗୀର ସର୍ବାଧିକ ୧୧ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗଁାର ୨, ବେଗୁନିଆର ୩ଜଣ ଚିହ୍ନଟ ହୋଇଛନ୍ତି। ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସମସ୍ତଙ୍କୁ…

ହାଇଓ୍ବା ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଯୋଡ଼ା, ୭।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବାମେବାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ହାଇଓ୍ବା ଧକାରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ହାଟଡିହୀ ବ୍ଲକ ସୋସୋ ଗ୍ରାମର ଘନଶ୍ୟାମ ପ୍ରଧାନ(୫୪) ଓ ତାଙ୍କ…

୩୦ବର୍ଷରୁ ଊର୍ଦ୍ଧ୍ୱ ଅପୂଜା ଥିଲେ ଅଲାରନାଥ

ବ୍ରହ୍ମଗିରି,୭ା୬(ଡି.ଏନ୍‌.ଏ.): କରୋନା ଲାଗି ମହାପ୍ରଭୁ ଅଲାରନାଥଙ୍କ ମନ୍ଦିରରେ ୧୪୪ ଧାରା ଜାରି ରହିଛି। ଆସନ୍ତା ୨୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଫଳରେ ମନ୍ଦିରର ସିଂହଦ୍ୱାରରେ ତାଲା ଝୁଲୁଛି। ମନ୍ଦିର ପରିସରକୁ ପଶି ପାରୁନାହାନ୍ତି ସାଧାରଣ ଭକ୍ତ। ଏପଟେ…

ଜୀବନ ବଞ୍ଚାଇବାକୁ ଗଁା ଛାଡ଼ିଲେ

ବଢ଼ି ଚାଲିଲା ମୃତ୍ୟୁର ଭୟ। କାରଣ ଜାଣିବା ପୂର୍ବରୁ ଗଡ଼ି ଚାଲିଲା ମୁଣ୍ଡ। ୬ ବର୍ଷରେ ଚାଲିଗଲା ୫ ଜୀବନ। ଧୀରେ ଧୀରେ ପୁରୁଷ ଶୂନ୍ୟ ହୋଇପଡ଼ିଲା ଗୁଣ୍ଡୁରାବାରି ଗଁାର ଦଳିତସାହି। ଶେଷରେ ଘରଦ୍ୱାର ଛାଡ଼ି ଜୀବନ ବଞ୍ଚାଇବା ପାଇଁ ଗଁା…

ଆଶାକର୍ମୀଙ୍କ ପୁଅକୁ ପିଟିଲେ ସରପଞ୍ଚ

ଏରସମା,୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ସରପଞ୍ଚ ଜଣେ ଆଶାକର୍ମୀଙ୍କ ପୁଅକୁ ପିଟିଥିବା ଶନିବାର ରାତିରେ ଏରସମା ଥାନାରେ ଅଭିଯୋଗ ହୋଇଥିଲା। ରବିବାର ଏରସମା ବିଡିଓ କୈଳସ ଚନ୍ଦ୍ର ବେହେରା, ଥାନା ଆଇଆଇସି ପ୍ରଶାନ୍ତ କୁମାର ମାଝି ଏବଂ ଏରସମା…

ପ୍ରଶାସନ ଶୁଣିଲାନି: ପୋଲ ନିର୍ମାଣ କଲେ ଗ୍ରାମବାସୀ

ବାଲିଗୁଡା,୭ା୬.(ଡି.ଏନ.ଏ.)- ନାଳର ଆରପଟେ ରହିଛି ସ୍କୁଲ, ଅଙ୍ଗନଓ୍ବାଡି, ପଞ୍ଚାୟତ ଗୃହ। ନାଳ ଏପଟେ ରହିଯାଇଛନ୍ତି ଲୋକେ। ଯାତାୟାତ ପାଇଁ ନାଳ ଉପରେ ପୋଲଟିଏ ନାହିଁ। ଖରାଦିନେ ଅଳ୍ପ ପାଣି ଥିବାରୁ ନାଳରେ ପଶି ପାରି ହୋଇଯାଆନ୍ତି ଲୋକେ। ମାତ୍ର ବର୍ଷାଦିନ ଆସିଲେ…

ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି : ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଆରଡି, ୭ା୬(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସୁନ୍ଦରପୁର ମହାଳିକସାହି ଗାଁ ଦାଣ୍ଡରେ ଏବେ ଆଣ୍ଠୁଏ ପାଣି ଜମି ରହିଛି। ଦାଣ୍ଡ ଚାରିପଟେ ଥିବା ସ୍ଥାନକୁ ଲୋକେ ପୋତିଦେବାରୁ ଏପରି ଅବସ୍ଥା ଉପୁଜିଛି। ମାସମାସ ଧରି ପାଣି ଜମି ରହିବା…

ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର: ଯୋଡ଼ିହେଲା ଦୁଇ ଜଣଙ୍କ କଟା ହାତ

କଟକ ଅଫିସ,୭ା୬-ଦୁଇ ଜଣ ବ୍ୟକ୍ତିଙ୍କ କଟିଯାଇଥିବା ହାତକୁ ଯୋଡ଼ି ସେମାନଙ୍କ ଜୀବନରେ ବଞ୍ଚତ୍ବାର ନୂତନ ଆଶା ସଂଚାର କରିଛି ଏସ୍‌ସିବି ମେଡିକାଲ। ଏହାର ପ୍ଳାଷ୍ଟିକ୍‌ ସର୍ଜରୀ ବିଭାଗ ମୁଖ୍ୟ ତଥା ମେଡିକାଲ ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ପ୍ରଫେସର…

ଜାତୀୟସ୍ତର ଫିଲ୍ମ ଫେଷ୍ଟିଭାଲରେ ‘ଅଭିଳାଷ’

ବ୍ରହ୍ମପୁର ଅଫିସ,୭ା୬-ଗଞ୍ଜାମ ଜିଲା ହିଞ୍ଜିଳିକାଟୁର କଳା ଓ ନୃତ୍ୟ ଅନୁଷ୍ଠାନ ନୃତ୍ୟମର ମୁଖ୍ୟ କୃଷ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ଅଭିଳାଷ’ ଜାତୀୟସ୍ତରର ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନିତ ହୋଇଛି। କରୋନା ମୁକବିଲା ନେଇ ଘୋଷିତ ଲାକଡାଉନ ସଚେତନତା ବାର୍ତ୍ତା…

ଲକ୍‌ଡାଉନରେ ବନ୍ୟଜନ୍ତୁ ଶିକାର: ବାଇକ ସହ ବାର୍‌ହା ମାଂସ ଜବତ, ୨ ଗିରଫ

ବୁଗୁଡ଼ା,୭ା୬(ଡି.ଏନ.ଏ.)- ବୁଗୁଡ଼ା ସହର ମଦନମୋହନ ଛକଠାରେ ରବିବାର ବୁଗୁଡ଼ା ବନବିଭାଗ ତରଫରୁ ଚଢ଼ାଉ କରାଯାଇ ଏକ ବାଇକ ସହ ୫ କେଜି ବାର୍‌ହା ମାଂସ ଜବତ ହୋଇଛି। ଏଥିରେ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗାଙ୍ଗପୁର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?