ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ, ଖୋଲିଲେ ଏସବୁ ପୋଲ୍‌

ମାଲକାନଗିରି,୧୨ା୭(ସ୍ବ.ପ୍ର.): ରବିବାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ଏହି ଦୁଇଜଣ ହେଲେ କାନା ମାଢି ଓ ମହିଳା ମାଓବାଦୀ ଲାକେ ପୁନେମ। ଦୀର୍ଘଦିନ ଧରି ଉଭୟ ମାଓବାଦୀ ସଙ୍ଗଠନରେ ସକ୍ରିୟ ରହିଥିଲେ। ତେବେ ଏମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି । ଆଉ ଏହା ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍‌କା ବୋଲି କୁହାଯାଉଛି।


ସୂଚନାଯୋଗ୍ୟ, କାନା ମାଢ଼ି ମାଓବାଦୀ ସଙ୍ଗଠନରେ ଏସିଏମ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେହିପରି ଲାକେ ପୁନେମ ମାଓବାଦୀ ସଙ୍ଗଠନର ସଦସ୍ୟା ଥିଲେ। ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଏମାନେ ଉଭୟ ସ୍ବାଭିମାନ ଅଞ୍ଚଳ ମାଓବାଦୀ ସଙ୍ଗଠନରେ କାର୍ଯ୍ୟରତ ଥିଲେ। ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ସ୍ବାଭିମାନ ଅଞ୍ଚଳ ରୂପେ ପରିଣତ ହେବା ପରେ ଏହା ଏମାନଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଅଞ୍ଚଳର ବିକାଶ ଓ ପୋଲିସର ପଦକ୍ଷେପ ଇତ୍ୟାଦି ପରେ ଦୁହେଁ ମାଓବାଦୀ ସଙ୍ଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଆତ୍ମସମର୍ପଣ କରି ସଙ୍ଗଠନର ପୋଲ୍‌ ଖୋଲିଛନ୍ତି। ମାଓବାଦୀ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ତେଲୁଗୁ କ୍ୟାଡରମାନେ ଅନ୍ୟ ମାଓବାଦୀଙ୍କୁ ଶୋଷଣ କରୁଥିଲେ। ମାଓବାଦୀ ସଙ୍ଗଠନରେ ତେଲଗୁ କ୍ୟାଡରଙ୍କ ବିଶେଷ ପ୍ରଭାବ ରହିଥିବା ଏମାନେ ଅଭିଯୋଗ ମଧ୍ୟ କରିଛନ୍ତି। ଉଭୟ ସିଲାକୋଟା ଏନ୍‌କାଉଣ୍ଟର ଏବଂ ଜଣେ ବିଧାୟକଙ୍କ ହତ୍ୟାକାଣ୍ଡ ଆଦିି ବଡ଼ ବଡ଼ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ। ପୋଲିସ ଏମାନଙ୍କ ନାଁରେ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ତେବେ ଏମାନେ ଆତ୍ମସମର୍ପଣ କରିବା ପରେ ଅନ୍ୟ ମାଓବାଦୀଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଲକାନଗିରି ଏସ୍‌ପି ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରୋନ ଯୋଗେ ଶ୍ରୀମନ୍ଦିରର ଭିଡିଓ ରେକର୍ଡିଂ, ୟୁଟ୍ୟୁବରେ ଭାଇରାଲ ପରେ ସୁରକ୍ଷା ନେଇ ପ୍ରଶ୍ନବାଚୀ

ପୁରୀ ଅଫିସ,୩।୧୨: ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ କ୍ୟାମେରା। ଆକାଶ ମାର୍ଗରୁ ଏହାର ଭିଡିଓ ଉତ୍ତୋଳନ କରାଯାଇ ୟୁଟ୍ୟୁବ୍‌ରେ ଶେୟାର କରାଯାଇଛି। ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀ...

ପାଣି ଭାବି ଏସିଡ୍‌ ପିଇଦେଲେ ଛାତ୍ର: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଡେରାବିଶ,୧୬।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଚାନ୍ଦେଳ ପଞ୍ଚାୟତ ପନାପଡ଼ା ଗ୍ରାମର ଜଣେ ଛାତ୍ରଙ୍କର ଶୁକ୍ରବାର ଏସିଡ୍‌ ପିଇ ମୃତ୍ୟୁ ଘଟିଛି। ସେ ହେଲେ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାକୁ ନେଇ ଭାଜପା ଏବଂ ଶାସକ ବିଜେଡି ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ସରକାର ୬୦...

ଆଜି ଭୋଟଗଣତି, ପ୍ରସ୍ତୁତି ଶେଷ: ୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଢେଙ୍କାନାଳ ଅଫିସ, ୨୩ା୫ ସାଧାରଣ ନିର୍ବାଚନର ଫଳାଫଳକୁ ମାତ୍ର କେଇଘଣ୍ଟା ବାକି। ରାଜ୍ୟରେ ଅନ୍ୟତମ ଚର୍ଚ୍ଚିତ ଢେଙ୍କାନାଳ ଲୋକ ସଭା ଆସନ ଉପରେ ଏବେ ସମସ୍ତଙ୍କ...

ପେଟ ପାଇଁ ଜୀବନ ବିପଦମୁହାଁ

ମହାକାଳପଡ଼ା, ୧୮ା୧୦ (ଡି.ଏନ୍‌.ଏ.): ପାରାଦୀପ ବନ୍ଦରକୁ ଟ୍ରେନ୍‌ ଯୋଗେ କୋଇଲା ଆସିଥାଏ। ପରେ ଏହି କୋଇଲାକୁ ବିଦେଶକୁ ରପ୍ତାନି ହେଉଥିବା ଜାହାଜରେ ଭର୍ତ୍ତି ସମୟରେ ଗୁଣ୍ଡସବୁ...

ଠକେଇ ପାଇଁ ଜାଲ୍‌ କମ୍ପାନୀ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ଠକେଇ ପାଇଁ ଜାଲ୍‌ କମ୍ପାନୀ ଖୋଲିଥିଲେ। ଜାଲ୍‌ କର୍ମଚାରୀଙ୍କ ନାଁରେ ଜାଲ୍‌ କାଗଜପତ୍ର ତିଆରି କରି ଏକ ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୦ଲକ୍ଷ ଋଣ...

ବଡ଼ଦାଣ୍ଡରେ ହେବାକୁ ଥିବା ପଦଯାତ୍ରାକୁ ଅନୁମତି ଦେଲାନି ପୁରୀ ପ୍ରଶାସନ

ପୁରୀ ଅଫିସ,୨୬।୪: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ଓ ଶହେ ମିଟର ପରିଧି ମଧ୍ୟରେ ବ୍ୟାପକ ଖନନକୁ ବିରୋଧ କରି ବୁଧବାର ଭୁବନେଶ୍ୱର ଏମ୍‌ପି ଅପରାଜିତା...

ବିଧାୟକଙ୍କ ଡ୍ରାଇଭର, ପିଏସ୍‌ଓଙ୍କ ଉପରେ ଆକ୍ରମଣ

ଲୋଇସିଂହା,୧୨।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡ଼ା ଛକରେ ୨ ଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ମଙ୍ଗଳବାର ଲୋଇସିଂହା ବିଧାୟକଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ଆହତ...

Advertisement
Archives

Model This Week