ମଧୁମେହ ରୋଗୀଙ୍କ ସହ ଏହି ସବୁ ଲୋକଙ୍କୁ କରୋନା ହେବାର ରହିଛି ଅଧିକ ଆଶଙ୍କା: ଜାଣନ୍ତୁ କିପରି ହେବେ ଯତ୍ନବାନ

ବ୍ରହ୍ମପୁର ଅଫିସବ,୧୨।୭: କରୋନା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। କରୋନା ସଂକ୍ରମଣରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସରକାର ଯଥା ସମ୍ଭବ ପଦକ୍ଷେପ ନେଉଛନ୍ତି । ବିଶେଷ କରି ମଧୁମେହ (ଡାଇବେଟିସ)ରୋଗୀଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ। କାରଣ ମଧୁମେହ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ ବୋଲି ଏମ୍‌କେସିଜି ମେଡିକାଲର ଏଣ୍ଡ୍ରୋକ୍ରାଇନୋଲୋଜି ବିଭାଗର ଡାକ୍ତର ପି. ରବି କୁମାର କହିଛନ୍ତି ।
ସେହିପରି ଯେଉଁ ବ୍ୟକ୍ତିମାନେ ମଧୁମେହ ସହିତ ଉଚ୍ଚ ରକ୍ତଚାପ, ହୃଦରୋଗ, କିଡ୍‌ନୀ ଜନିତ ସମସ୍ୟାରେ ପୀଡିତ ସେମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ । ମଧୁମେହରେ ପୀଡିତ ଥିବା ୬୦ବର୍ଷ ତାଠୁ ଊର୍ଦ୍ଧ୍ୱ ବ୍ୟକ୍ତି, ମାତ୍ରାଧିକ ମଦ୍ୟପାନ ତଥା ଧୂମପାନ କରୁଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ। କରୋନା ସଂକ୍ରମଣ ହେଲେ ରକ୍ତ ଶର୍କରା ସ୍ତର ବୃଦ୍ଧି ହେବା ସହିତ ରୋଗୀ କୋମାକୁ ଚାଲିଯିବା ଭୟ ରହିଥାଏ ବୋଲି ସେ କହିଛନ୍ତି । କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ମଧୁମେହ ରୋଗୀଙ୍କୁ ଅଧିକ ସଚେତନ ରହିବାକୁ ପଡ଼ିବ । ସାମାଜିକ ଦୂରତ୍ୱ ପାଳନ କରିବା ସହିତ ରକ୍ତଶର୍କରା, ରକ୍ତଚାପକୁ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକ ଔଷଧ ଖାଇବା ଜରୁରୀ । ପ୍ରତିଦିନ ଅତି କମରେ ୩୦ ମିନଟ୍‌ ପର୍ଯ୍ୟନ୍ତ ବ୍ୟାୟମ ନ ଚେତ ଯୋଗାଭ୍ୟାସ କରିବା ଆବଶ୍ୟକ। ଆବଶ୍ୟକ ଔଷଧ, ଇନସୁଲିନ ପାଖରେ ରଖିବାକୁ ଡା. କୁମାର କହିଛନ୍ତି । ମଦ୍ୟପାନ, ଧୂମପାନଠାରୁ ନିଜକୁ ଦୂରେଇ ରଖି ପୁଷ୍ଟିକର ଖାଦ୍ୟ ଖାଇବା ସହ ଦୈନିକ ୬/୭ ଘଣ୍ଟା ଶୋଇବା ଆବଶ୍ୟକ । ଏହି ସବୁ ନିୟମ ପାଳନ କଲେ ମଧୁମେହ ରୋଗୀ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରି ପାରିବେ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri