କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଉନି ପ୍ରଶାସନ: ପ୍ରତିବାଦରେ ଥାନା ସମ୍ମୁଖରେ ଧାରଣା

ରାଉରକେଲା ଅଫିସ,୧୨।୭-ଜଣେ କରୋନା ସଂକ୍ରମିତଙ୍କୁ ମେଡିକାଲ ନେବା ଦାବିରେ ରବିବାର କୋଏଲନଗର ଅଞ୍ଚଳର କିଛି ଲୋକ ପ୍ରଶାସନକୁ ନେହୁରା ହୋଇଛନ୍ତି। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏହାର ପ୍ରତିବାଦରେ ସେମାନେ ଝିରପାଣି ଥାନାରେ ଧାରଣା ଦେଇଛନ୍ତି।
ସେମାନେ ଅଭିଯୋଗ କରିଛନ୍ତି, ଗତ ୭ ତାରିଖରୁ ସମ୍ପୃକ୍ତ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ ସେ ସଙ୍ଗରୋଧରେ ନାହାନ୍ତି। ବାହାରେ ବେପରୁଆ ଭାବେ ଚଲାବୁଲା କରୁଛନ୍ତି। ଏ ନେଇ କିନ୍ତୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ସୂଚନା ଦିଆଯାଇନି। ତାଙ୍କ ଘରେ ନୋଟିସ ବି ଲଗାଯାଇ ନାହିଁ କି ତାଙ୍କୁ ମେଡିକାଲ ନିଆଯାଉ ନାହିଁ। ପାଟିତୁଣ୍ଡ କଲା ପରେ ରବିବାର ଆଣି ନୋଟିସ ଲଗାଯାଇଛି। ସଂଖ୍ୟାବହୁଳ ବରିଷ୍ଠ ନାଗରିକ ବସବାସ କରୁଥିବା ଏହି ଅଞ୍ଚଳରେ ଯଦି ସଂକ୍ରମଣ ବ୍ୟାପେ ତେବେ ପରିସ୍ଥିତି ଅଣାୟତ ହେବ। ଏଣୁ ତୁରନ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାକୁ ଏମାନେ ଦାବି କରିଛନ୍ତି। ଶେଷରେ ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର ଘଟଣାରେ ହସ୍ତକ୍ଷେପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌

ଭୁବନେଶ୍ୱର,୧୪।୩(ବ୍ୟୁରୋ): ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ଦ୍ଦେଶନାମା ଜାରି କରିଛି। ବିଏମ୍‌ସି ଡେପୁଟି କମିଶନର...

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ପ୍ରସଙ୍ଗ : ପଦକ୍ଷେପ କ’ଣ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ,୪ା୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଚଞ୍ଚକତା କରି ନିଜ ବେତନ ବାବଦରେ ପ୍ରାପ୍ୟଠାରୁ ୩୦ ଲକ୍ଷରୁ...

କଶ୍ମୀରର ଅନୁଭୂତି ବାଣ୍ଟୁଛି ଦରଗୁଡ଼ିଶିଳା

ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ପରିବେଶ ବେଶ୍‌ ମନୋରମ। ବିଶେଷ କରି ଶୀତ ରୁତୁର ଆଗମନରେ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଡ଼ିକରେ ପ୍ରକୃତିରାଣୀର...

ସ୍ତ୍ରୀଙ୍କଠୁ ୨୦ ଲକ୍ଷ ଠକିନେଲେ ଅଣଓଡ଼ିଆ ସ୍ବାମୀ

ବ୍ରହ୍ମପୁର ଅଫିସ,୨୭ା୧୨: ଦିଲ୍ଲୀର ଜଣେ ଯୁବକ ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଶ୍ୱଶୁରଘର ଲୋକଙ୍କୁ ମିଛ କହି ପର୍ଯ୍ୟାୟକ୍ରମେ ପ୍ରାୟ ୨୦...

ରଜ ସଂକ୍ରାନ୍ତିରେ ମାନିଲେନି ଲକଡାଉନ୍‌

ଭଞ୍ଜନଗର,୧୬ା୬ (ଡି.ଏନ୍‌.ଏ.) – ଭଞ୍ଜନଗର ଅଞ୍ଚଳରେ ସଙ୍ଗରୋଧ କେନ୍ଦ୍ର ବାହାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଏଭଳି ସ୍ଥିତିରେ ଲୋକେ କାମ ପାଇଁ ହେଉ...

ପଦୋନ୍ନତି ପରେ ବଦଳିଲେ ୨୨ ଏଏସ୍‌ପି

କଟକ ଅଫିସ,୩୦।୭: ରାଜ୍ୟ ଗୃହ ବିଭାଗ ସୋମବାର ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛି। ପଦୋନ୍ନତି ପରେ ଏହି ୨୨ଜଣ ଏଏସ୍‌ପିଙ୍କୁ ବଦଳି...

ତିର୍ତ୍ତୋଲ-ପୋଷଳ ମହାନଦୀ ସେତୁ ନିମର୍ମାଣ ହେବ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ତିର୍ତ୍ତୋଲବାସୀଙ୍କୁ ଏକ ଭେଟି ଦେଇଛନ୍ତି। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ...

ଜଳିଗଲା ଚଳନ୍ତା କାର୍‌: ଅଗ୍ନିଶମ ବିଭାଗକୁ ଦୋଷ ଦେଲେ ମାଲିକ

ନବରଙ୍ଗପୁର,୨୬ା୧: ନବରଙ୍ଗପୁର ଜିଲା କୁର୍ଲୁଘାଟି ନିକଟରେ ମଙ୍ଗଳବାର ଏକ ଚଳନ୍ତା କାର୍‌ ଜଳିଯାଇଛି। ତେବେ ଗାଡ଼ିଟି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ମଧ୍ୟ ଏଥିରେ କେହି...

Advertisement


Archives

Model This Week