ଆମ ଜିଲା ଖବର

ଛତିଶଗଡ଼ର ୧୬ ଇଟାଭାଟି ଶ୍ରମିକ ଦିଗପହଣ୍ଡିରୁ ଉଦ୍ଧାର: ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାରଙ୍କ ତଦନ୍ତ ଆରମ୍ଭ

ଦିଗପହଣ୍ଡି,୨୩ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ରାସ୍ତାକଡ଼ରୁ ଛତିଶଗଡ଼ ଅଞ୍ଚଳର ୧୬ ଜଣ ଇଟାଭାଟି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଶିଶୁଙ୍କ ସମେତ ୭ ମହିଳା ଥିବା ଜଣାପଡ଼ିଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଛୁଇଁଲା

ଭୁବନେଶ୍ୱର,୨୩।୪(ବ୍ୟୁରୋ) – ରାଜ୍ୟରେ ପୁଣି ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଁଚିଛି। ଏ ସମ୍ପର୍କରେ ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି। ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି…

ମନ୍ଦିରକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ଯାଇଥିଲେ: ଜୀବନ ଗଲା

ବରଗଡ଼ ଅଫିସ୍‌,୨୩।୪: ବରଗଡ଼ ବ୍ଲକ ଖଣ୍ଡହଥା ନିକଟ ନୂଆଗଡ଼ ଗ୍ରାମରେ ବିଦ୍ୟୁତ ଆଘାତରେ ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଏହି ଗ୍ରାମର ଅନିଲ ସାହୁ। ସେ ଗାଁ ପାଖ ତେଲିଟିକ୍ରାରେ ରହିଥିବା ଏକ ମନ୍ଦିରକୁ ବିଦ୍ୟୁତ୍‌…

ଭିଡ଼ିଓ କନଫେରେନ୍ସିଂରେ ଧାନ ସଂଗ୍ରହ କମିଟି ବୈଠକ: ମେ ପହିଲାରୁ ମଣ୍ଡି ଖୋଲିବାକୁ ଦାବି କଲେ ଚାଷୀ ପ୍ରତିନିଧି

ବରଗଡ଼ ଅଫିସ୍‌,୨୩।୪-ରବିଋତୁ ଧାନ ସଂଗ୍ରହ ପାଇଁ ଗୁରୁବାର ବରଗଡ଼ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼, ଅତାବିରା, ପଦ୍ମପୁର, ବରପାଲି, ବିଜେପୁର ଆଦି ସ୍ଥାନର ଓସୱାନ ହଲ ଗୁଡ଼ିକରେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଏହ…

କରୋନା ମାଡ଼ରେ ରୋଜଗାର ଠପ୍‌: ସ୍କୁଲ ଫି’ ଛାଡ଼ କରିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୨୩।୪- କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ୍‌ ଯୋଗୁ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ନିଜେ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ସେମାନେ ନିଜ ପିଲାଙ୍କ ସ୍କୁଲ ଫି’ ଦେଇପାରିବେ ନାହଁି। ଏଣୁ ମାର୍ଚ୍ଚଠାରୁ ଜୁନ ପର୍ଯ୍ୟନ୍ତ ସ୍କୁଲ ଫି’…

ବୈଦୁତିକ ଗଣମାଧ୍ୟମରେ କଂଗ୍ରେସ ଅଧ୍ୟକ୍ଷାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ: ବଲାଙ୍ଗୀର ଟାଉନ୍‌ ଥାନାରେ ନରସିଂହଙ୍କ ଅଭିଯୋଗ

ବଲାଙ୍ଗୀର ଅଫିସ, ୨୩।୪- ମହାରାଷ୍ଟ୍ରର ପାଲାଘର ଠାରେ ସଂଘଟିତ ହତ୍ୟା ଘଟଣାକୁ ନେଇ ଏକ ଜାତୀୟସ୍ତରର ବୈଦ୍ୟୁତିକ ଗଣମାଧ୍ୟମରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦେଇ ଏହାର ପ୍ରସାରଣ କରାଯାଇଥିବା ଅଭିଯୋଗ କରି ବଲାଙ୍ଗୀର…

ସୋସୋରେ ମାତିଛି ଦନ୍ତା: ଅଞ୍ଚଳବାସୀ ଭୟଭୀତ

ହାଟଡିହୀ,୨୩ା୪(ଡି.ଏନ୍‌.ଏ.) : କରୋନା ସାଙ୍ଗକୁ ହାତୀ ଭୟ ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଅଞ୍ଚଳରେ ଏକ ଦନ୍ତା ମାତିଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏଥିସହ ହାତୀଟି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଚାଲିଛି। ବାଡ଼ିବଗିଚାରେ…

ପେଟ୍ରୋଲ ପମ୍ପରେ ଷ୍ଟାଫ୍‌, ଭାରୀଯାନ ଚାଳକଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ; ବିନା ମାସ୍କରେ ପକାଇ ପାରିବେନି ତେଲ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୩।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ପାଇଁ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତି ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଆସୁଥିବା ସମସ୍ତ ଭାରୀଯାନର…

ବାରିପଦା, ବଲାଙ୍ଗୀରରେ କୋଭିଡ୍‌-୧୯ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଦାବିକଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୩ା୪: ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାର ପ୍ରଭାବରେ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି। ତେବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।…

ହଂସପୁର ଗ୍ରାମରେ ୭୦୦ଶହ ଲୋକଙ୍କ ପାଇଁ ଚାଲିଥିଲା ଭୋଜି: ଖାଇବାକୁ ବସିବା ବେଳେ ପ୍ରଶାସନର ଚଢ଼ାଉ, ଛତ୍ରଭଙ୍ଗ କଲେ ଲୋକେ

ଛତ୍ରପୁର, ୨୩।୪(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ହଂସପୁର ଗାଁରେ ବୁଧବାର ରାତିରେ ୭୦୦ ଲୋକଙ୍କ ପାଇଁ ଭୋଜି ରନ୍ଧା ସରିଥିଲା। ଏପରିକି ଲୋକେ ଭୋଜି ଖାଇବାକୁ ବସିଥିଲେ। ହେଲେ ଗ୍ରାମ ରାସ୍ତା ଦେଇ ପ୍ରଶାସନର ଏକ ଟିମ୍‌…

ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଡିଓ

ଶେରଗଡ଼,୨୩ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାରଠାରୁ ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବରମୁଣ୍ଡଳୀ ଓ ଧବଲପୁର ପଞ୍ଚାୟତରେ ଏହି ଶୁଖିଲା ଖାଦ୍ୟ ବିଡିଓ ସୁରଞ୍ଜନ କୁମାର ସାହୁ,ସାମାଜିକ ସୁରକ୍ଷା ଅଧିକାରୀ ଭୀମସେନ ବାରିକଙ୍କ ଉପସ୍ଥିତିରେ ବରମୁଣ୍ଡଳୀ…

ଅନ୍ୟ ଜିଲାରୁ ଚୌଦ୍ୱାର ଫେରୁଛନ୍ତି ଲୋକେ: ସଚେତନ ହେଲେ, କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଆସିଲେ

ଚୌଦ୍ୱାର,୨୩।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବାହାରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଡାକ୍ତରୀ ପରୀକ୍ଷା କରାଇ ସ୍ଥାନୀୟ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବା ବ୍ୟବସ୍ଥା ସରକାରଙ୍କ ତରଫରୁ ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳରେ କରାଯାଇଛି। ଏଥିସହିତ ସଂକ୍ରମଣକୁ ରୋକିବା ଦିଗରେ ସହରାଞ୍ଚଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri