କରୋନାରେ ପୁଣି ଜଣେ ଖବରଦାତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି,୧୨ା୭(ସ୍ବ.ପ୍ର.)-ଗଜପତି ଜିଲାର ଜଣେ କୋଭିଡ୍‌ ଯୋଦ୍ଧା ତଥା ବରିଷ୍ଠ ଖବରଦାତା କେ. ସିଏଚ. ରତନମ୍‌ଙ୍କ ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲରେ ରବିବାର ପରଲୋକ ହୋଇଯାଇଛି। ସେ ଦୈନିକ ତେଲୁଗୁ ‘ଇନାଡୁ’ ପତ୍ରିକାରେ ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରି ଆସୁଥିଲେ ା ଗତ କିଛିଦିନ ତଳେ ତାଙ୍କ ଦେହ ହଠାତ୍‌ ଖରାପ ହେବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ହାଇଟେକ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ା ସେଠାରେ ତାଙ୍କର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା ା ତାଙ୍କୁ ରବିବାର କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯିବାର ଥିଲା ା ମାତ୍ର ତାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ତାଙ୍କ ମୃତ୍ୟୁରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ପାରଳା ବିଧାୟକ କେ.ନାରାୟଣ ରାଓ, ଭାଜପା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସିପିଆଇ ଜିଲା ସମ୍ପାଦକ ଜନା ସୁବାସ ଚନ୍ଦ୍ର ରାଓ, ପାରଳା ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ଖବରଦାତା ରବି ରଥ, ଗଜପତି ଜିଲା ସାମ୍ବାଦିକ ସଂଘ ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁଙ୍କ ସହ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର/ବଡ଼ବିଲ,୧୭।୪(ସ୍ବ.ପ୍ର.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ସହରାଇ ଓରାମଙ୍କ ଶୁକ୍ରବାର ଅପରାହ୍ନରେ ତାଙ୍କ...

ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିକୁ ୨୫ ହଜାର ସହାୟତା

ବାରିପଦା ଅଫିସ, ୭ା୪- ମହାମାରୀ କରୋନା ମୁକାବିଲା ପାଇଁ ବାରିପଦାର ବାସିନ୍ଦା ତଥା ଓଡ଼ିଶା ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ବୈଦ୍ୟନାଥ କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ...

ଲୁଟିନେଲେ ୨୯ ଟନ୍‌ ଲୁହାଛଡ଼

ପରଜଙ୍ଗ, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୧୪୯ନଂ. ଜାତୀୟ ରାଜପଥର ପରମହଂସପୁର ଛକ ନିକଟରୁ ଗୁରୁବାର ଅପରାହ୍ନରେ ବଡ଼ଧରଣର ଲୁଟ୍‌ ହୋଇଛି। ବୋଲେରୋରେ ଆସିଥିବା...

ଓଡ଼ିଶୀ ସଙ୍ଗୀତ’ ପାଇଁ ବାଟ ଖୋଲିଲା

ଭୁବନେଶ୍ୱର,୩ା୯(ବ୍ୟୁରୋ):ଦୀର୍ଘଦିନ ଧରି ନିଜ ହକ୍‌ ପାଇପାରୁ ନ ଥିବା ଓଡ଼ିଶୀ ସଙ୍ଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେବାଲାଗି ନିଆଯିବ ତ୍ୱରିତ ପଦକ୍ଷେପ।...

ଜଳକ୍ରୀଡ଼ା ବିକାଶରେ ଓଡ଼ିଶାକୁ ସାହାଯ୍ୟ କରିବ କେରଳ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଓ୍ବାଟର ସ୍ପୋର୍ଟସ ଟୁରିଜମ୍‌ ତଥା ଜଳ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ଲକ୍ଷ୍ୟରେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ...

ମହିଳାଙ୍କ ମୂତ୍ରନଳୀ କାଟିଦେବା ଘଟଣା : ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୧୮।୭: ନୟାଗଡ଼ ଜିଲା ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଉଥିବା ସମୟରେ ଡାକ୍ତର ମହିଳାଙ୍କ ମୂତ୍ରନଳୀ କାଟି ଦେଇଥିଲେ। ଏହି ଘଟଣାରେ...

ଝାରସୁଗୁଡ଼ାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା

ଝାରସୁଗୁଡା ଅଫିସ,୨୬।୫: ଝାରସୁଗୁଡ଼ା ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବେଲପାହାଡ଼ ଅଞ୍ଚଳର ହୋଇଥିବା ବେଳେ ଗତ ୨୧ ତାରିଖରେ...

୭୨ଘଣ୍ଟାରେ ୨୬୨୬ଜଣ ପଞ୍ଜୀକୃତ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ସରକାରଙ୍କ ପକ୍ଷରୁ ବିଦେଶାଗତଙ୍କ ରେଜିଷ୍ଟ୍ରେଶନ ପାଇଁ କରାଯାଇଥିବା ପୋର୍ଟାଲରେ ଗୁରୁବାର ଅପରାହ୍ନ ୨ଟା ସୁଦ୍ଧା ୨୬୨୬ଜଣ ପଞ୍ଜୀକୃତ ହୋଇଛନ୍ତି । ଗତ ୨୪ ଘଣ୍ଟା...

Coronavirus Update

Archives

Model This Week

Why Dharitri