ଗୁରୁତର ହେବା ପରେ ହସ୍ପିଟାଲରେ ପହଞ୍ଚୁଛନ୍ତି କରୋନା ରୋଗୀ, ବଞ୍ଚାଇ ହେଉନାହିଁ: ଜିଲାପାଳ

ଛତ୍ରପୁର, ୨୯।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଭୟାବହତାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୈନିକ ଶତାଧିକ ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରେ ଗଞ୍ଜାମର ୮୬ ଜଣଙ୍କ ଜୀବନ ଗଲାଣି। ଅପରପକ୍ଷରେ ଜ଼ିଲାରେ ଗତ ସପ୍ତାହ ତୁଳନାରେ କରୋନାରେ ଉଭୟ ପଜିଟିଭ୍‌ ଓ ମୃତ୍ୟୁ ସଂଖ୍ୟା କମୁଥିବା ନେଇ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ଜ଼ିଲାରେ ଘରକୁ ଘର ଯାଇ ସ୍କ୍ରିନିଂ ହେଉଛି ଲକ୍ଷଣ ଚି଼ହ୍ନଟ ହେଉଛି। ଏହାପରେ କରୋନା ଟେଷ୍ଟିଂ କରାଯାଉଛି। ଏହାଫଳରେ ଗତ ସପ୍ତାହରେ ପଜିଟିଭ୍‌ ସଂଖ୍ୟା ବଢ଼ୁଥିଲା ଏବେ ବି କେତେକ ଲୋକ ଲକ୍ଷଣ ଲୁଚାଉଛନ୍ତି ବିଳମ୍ବରେ ଗୁରୁତର ହୋଇ ହସ୍ପିଟାଲକୁ ଆସୁଛନ୍ତି। ଫଳରେ ଶେଷ ସମୟରେ ଅମୁଲ୍ୟ ଜୀବନ ବଞ୍ଚାଇବାରେ ଅସୁବିଧା ହେଉଛି। ଏଣୁ ମୃତ୍ୟୁ ରୋକିବାକୁ ହେଲେ ପ୍ରାଥମିକ ଅବସ୍ଥାରେ ଲକ୍ଷଣ ଚି଼ହ୍ନଟ କରି ଚିକିତ୍ସାର ଆବଶ୍ୟକତା ରହିଥିବା ଜିଲାପାଳ କହିଛନ୍ତି। ଜ଼ିଲାରେ ୧ ପ୍ରତିଶତରୁ ୦.୮ ପ୍ରତିଶତକୁ କରୋନା ମୃତ୍ୟୁ ହାର ଖସିଛି। ଏଥିସହ କରୋନା ସୁସ୍ଥ ସଂଖ୍ୟା ୬୪ ପ୍ରତିଶତ କୁ ବୃଦ୍ଧି ହୋଇଛି। ୨୮ ତାରିଖରେ ୨୪୫ କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବେଳେ ତାର ପୂର୍ବ ୨୪ ଘଣ୍ଟାରେ ୩୩୨ ଜଣ ପଜିଟିଭ ହୋଇଥିଲେ। ୨୦ ତାରିଖରେ ୨୨୫, ୨୧ ରେ ୩୭୧, ୨୨ ରେ ୭୪୧, ୨୩ ରେ ୭୩୨, ୨୪ ରେ ୫୬୦, ୨୫ ରେ ୪୮୪, ୨୬ ରେ ୪୯୧ ଜଣ ପଜିଟିଭ ହୋଇଥିବା ଜ଼ିଲାପାଳ କହିଛନ୍ତି। ଗ୍ରାମାଞ୍ଚଳରେ ଅକ୍ସିଜେନ ରହିତ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଉଥିବା ମଧ୍ୟ ଜ଼ିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri