ଆମ ଜିଲା ଖବର

ଚାଇନା ସେନା ସହ ଲଢ଼ି ଶହୀଦ ହୋଇଥିବା ନନ୍ଦୁରାମଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା

ରାଇରଙ୍ଗପୁର,୨୦।୬(ଡି.ଏନ୍‌.ଏ.): ପୂର୍ବ ଲଦାଖ ସୀମା ଗଲଓ୍ବାନ୍‌ ଉପତ୍ୟକାରେ ଚାଇନା ସେନା ସଂଘର୍ଷରେ ଦେଶ ପାଇଁ ଶହୀଦ ଓଡ଼ିଆ ଯବାନ ରାଇରଙ୍ଗପୁର ବିଜାତଳା ବ୍ଲକ ବଡ଼ ଚମ୍ପାଉଦା ଗ୍ରାମର ନନ୍ଦୁରାମ ସୋରେନଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ…

ଚୋରି ଉଦ୍ୟମ ପଣ୍ଡ: ୪ ଚୋରଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଚିତ୍ରଡ଼ା,୨୦।୬: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଭୋଳାଗଡ଼ିଆ ଆଶ୍ରମ ସ୍କୁଲକୁ ଚୋରି କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଛନ୍ତି ୪ ଯୁବକ। ପରେ ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା ବେଳେ ୩ ଜଣ ହେଲେ…

ରାୟଗଡ଼ାରେ ୫ କରୋନା ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ଗୋଟିଏ ପରିବାରର ମା’, ବାପା ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା ଅଫିସ,୨୦।୬: ରାୟଗଡ଼ା ଜିଲାରେ ଶନିବାର ୫ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗୁଣୁପୁର ବ୍ଲକର ୪ ଜଣ। ଅନ୍ୟ ଜଣେ ରାମନାଗୁଡ଼ା ବ୍ଲକର ବୋଲି ଜଣାପଡ଼ିଛି l ଆକ୍ରାନ୍ତଙ୍କ ମଧ୍ୟରୁ ୩ ମହିଳା, ଜଣେ ପୁରୁଷ ହୋଇଥିବା ବେଳେ…

ପାଟଣା ୧, ସାହାରପଡା ବ୍ଲକରୁ ୩ ନୂଆ କରୋନା ପଜିଟିଭ ଚିହ୍ନଟ: ମାଛଗଡ଼ ପଞ୍ଚାୟତ ୭୨ ଘଣ୍ଟା ଶର୍ଟଡାଉନ ଘୋଷଣା

ପାଟଣା,୨୦।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଚିହ୍ନଟ ଜଣକ ଚେମେଣା ପଞ୍ଚାୟତର ଦିଲ୍ଲୀ ଫେରନ୍ତା ୩୫ ବର୍ଷୀୟ ବ୍ୟକ୍ତି ବୋଲି ଶୁକ୍ରବାର ରାଜ୍ୟ…

ଖୋର୍ଦ୍ଧା ଉପଖଣ୍ଡରେ ୫ କରୋନା ପଜିଟିଭ୍‌ ଚିହ୍ନଟ

ଖୋର୍ଦ୍ଧା ଅଫିସ,୨୦।୬: ଖୋର୍ଦ୍ଧା ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଜିଲାରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ପ୍ରସାଶନ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟଙ୍କ ମଧ୍ୟରେ ବାଲୁଗାଁ ନଈରୀର ଜଣେ ୩୫ ବର୍ଷୀୟା…

ନାବାଳିକାଙ୍କୁ ବଳାତ୍କାର କରି ଯୁବକ କୋର୍ଟଚାଲାଣ

ପଦ୍ମପୁର,୨୦।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣୀଡିହି ପୋଲିସ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଶନିବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ପୁରୁଷୋତ୍ତମପୁର ଗ୍ରାମର ଦେବଦତ୍ତ ବେହେରା। ସୂଚନାଯୋଗ୍ୟ, ବୁଧବାର ନାବାଳିକା ଶୋଇଥିବାବେଳେ ଦେବଦତ୍ତ ତାଙ୍କୁ ବଳାତ୍କାର କରିବା…

ଦୁଇ ପୁଅଙ୍କ ଠେଙ୍ଗା ମାଡ଼ରେ ବାପାଙ୍କ ଜୀବନ ଗଲା, ମା’ ଗୁରୁତର

ପୋଲସରା, ୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ପଞ୍ଚାୟତ ବଡ଼ସାହି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ୨ ପୁଅଙ୍କ ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ମୃତ ବାପା…

ଗଞ୍ଜାମ ଜିଲାରେ ୩ ଦିନରେ ୧୫୫ ପଜିଟିଭ୍‌ ଚିହ୍ନଟ: ଅଛନ୍ତି ୩୧ କରୋନା ଯୋଦ୍ଧା

ଛତ୍ରପୁର,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଗମ୍ଭୀର ହେଲାଣି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୧ ଜଣ କରୋନା ଯୋଦ୍ଧା ରହିଛନ୍ତି।…

ବରଗଡ଼ରେ ପୁଣି ୨ ନୂଆ କରୋନା ପଜିଟିଭ ଚିହ୍ନଟ: କଟାପାଲି ଗ୍ରାମକୁ କଣ୍ଟେନମେଣ୍ଟ, ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବଫର ଜୋନ ଘୋଷଣା

ବରଗଡ଼ ଅଫିସ,୨୦।୬: ବରଗଡ଼ ଜିଲାରେ ଶନିବାର ପୁଣି ୨ଜଣ ନୂଆ କରୋନା (କୋଭିଡ -୧୯) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତ ବରଗଡ଼ ବ୍ଲକ କଟାପାଲି ଗ୍ରାମର ଏବଂ ସେମାନଙ୍କ…

ପୁରୀ ରଥଯାତ୍ରା ପାଇଁ ଆଉ ୨ ପିଟିସନ୍‌: ସହରକୁ ଶଟ୍‌ଡାଉନ କରି ରଥଯାତ୍ରା କରାଯାଉ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ଏ ବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗତ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶନିବାର ଆଉ ୨ଟି ମୋଡିଫିକେଶନ ପିଟିସନ ଦାୟର ହୋଇଛି। ଅନ୍ୟ ସବୁଠି ରଥଯାତ୍ରା ବନ୍ଦକରି କେବଳ ପୁରୀ…

୨୨ ବର୍ଷ ହେବ ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲେ ମା’

ଖୋର୍ଦ୍ଧା ଅଫିସ,୨୦।୬: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୨ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରିପାଇଛନ୍ତି ମା’। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଡ଼କୁଳ ଗ୍ରାମରେ। ପ୍ରକାଶ ଯେ, ଗ୍ରାମର ପୂର୍ଣଚନ୍ଦ୍ର…

ରଥଯାତ୍ରା ଅନୁମତି ପାଇଁ ସିଂହଦାର ସମ୍ମୁଖରେ ସେବାୟତଙ୍କ ନୀରବ ପ୍ରତିବାଦ

ପୁରୀ ଅଫିସ, ୨୦।୬: ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିପାରିବନି ରଥ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏହି ରାୟ ଦେବା ପରେ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟର ପୁନର୍ବିଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?