ନୀଳଗିରି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସିଲ୍‌

ସଜନାଗଡ଼,୩।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ନୀଳଗିରିରେ ଥିବା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ କାର୍ଯ୍ୟରତ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରବିବାର ନୀଳଗିରି ପ୍ରଶାସନ ପକ୍ଷରୁ ନୀଳଗିରି ଜେଲ ରୋଡ ନିକଟରେ ଥିବା ଗୋଷ୍ଠୀ କୃଷି ଅଧିକାରୀ ଓ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ନୀଳଗିରି ଅଗ୍ନିଶମ ବିଭାଗ ପକ୍ଷରୁ ବିଶୁଦ୍ଧିକରଣ କରାଯିବା ସହିତ ଉକ୍ତ କାର୍ଯ୍ୟାଳୟକୁ ରବିବାର ଠାରୁ ୭ଦିନ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି ବୋଲି ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ସୂଚନା ଦେଇଛନ୍ତି। ଏଥିସହିତ ଅଫିସ୍‌ର ସମସ୍ତ କର୍ମଚାରୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟକ୍ରମରେ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ ଉପସ୍ଥିତ ରହି ତଦାରଖ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ଭୋଜିରେ ମଟନ ଦେଲେନି ବୋଲି କ୍ୟାଟରିଂ ପିଲାର ବେକ କାଟିଦେଲେ, ୪ ଜଣଙ୍କୁ ଅଟକ ରଖି…

ବାଲେଶ୍ୱର,୨୮ା୬(ବାଞ୍ଛାନିଧି ଦେ): ଜଣେ ନାବାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ୪ ନାବାଳକ। ରେମୁଣା ଥାନା ମନ୍ଦିର ଛକରେ ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏକ ବିବାହ…

ବୋହୂର ପନିକି ଆକ୍ରମଣରେ ଶାଶୁ ଲହୁଲୁହାଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଭୋଗରାଇ, ୨୮।୬ (ପ୍ରଦୀପ ଦାସ): ପାରିବାରିକ କଳହକୁ କେନ୍ଦ୍ର କରି ବୋହୂର ପନିକି ଆକ୍ରମଣରେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ଜଳେଶ୍ୱର…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଶୋଭାଯାତ୍ରାବେଳେ ଟେକାପଥର ମାଡ଼

ବାଲେଶ୍ୱର, ୨୭।୬( ବାଞ୍ଛାନିଧି ଦେ): ବାଲେଶ୍ୱର ସହରର ଦରଘା ମଇଦାନରେ ଗୋଷ୍ଠୀ ସଂଘର୍ଷ ଘଟିଛି l ଏହି ସଂଘର୍ଷରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri