Posted inଭଦ୍ରକ

ରାତି ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ

ଭଦ୍ରକ ଅଫିସ,୩ା୮- ଅଗଷ୍ଟ ୧ ତାରିଖଠାରୁ ଅନ୍‌ଲକ୍‌-୩ ଆରମ୍ଭ ହୋଇଛି। ଏଥିରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣାକୁ କୋହଳ କରାଯାଇଥିବା ବେଳେ ଆଉ କେତେକ କଟକଣା ଅନ୍‌ଲକ-୨ ଭଳି ବଳବତ୍ତର ରହିଛି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲାକୁ ଲକ୍‌ ଡାଉନ ଘୋଷଣା କରିଛନ୍ତି। ପ୍ରତି ସପ୍ତାହର ଶନିବାର ଓ ରବିବାର ଶଟ୍‌ ଡାଉନକୁ ବଳବତ୍ତର ରଖାଯାଇଛି। ରାତ୍ରିକାଳୀନ କର୍ଫ୍ୟୁ ରାତି ୭ରୁ ସକାଳ ୫ ପର୍ଯ୍ୟନ୍ତ ଜାରି ରହିବ। ଲକ୍‌ ଡାଉନ ବେଳେ ସୋମବାରରୁ ଶୁକ୍ରବାର ଦୋକାନ ବଜାର, ସରକାରୀ ବେସରକାରୀ ସଂସ୍ଥା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିପାରିବ। ଏହା ବ୍ୟତୀତ ପୂର୍ବରୁ କଣ୍ଟେନ୍‌ମେଣ୍ଟ ଜୋନ ଗୁଡିକ ପାଇଁ ଯେଉଁ କଟକଣା ରହିଥିଲା ଅଗଷ୍ଟ ମାସରେ ତାହା ବଳବତ୍ତର ରହିବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କଠାରୁ ପ୍ରଥମ ଥର ପାଇଁ ୧ ହଜାର ଓ ପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ। ଦୋକାନୀମାନେ ସେମାନଙ୍କ ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟତା ମୂଳକ। ରେଷ୍ଟୁରାଣ୍ଟମାନଙ୍କରେ ୫୦ ପ୍ରତିଶତ ଆସନ ସଂଖ୍ୟାରେ ଲୋକଙ୍କୁ ଖାଇବାକୁ ଦିଆଯାଇ ପାରିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ଏହା ବ୍ୟତୀତ ଲକ୍‌ ଡାଉନ ଓ ଶଟ୍‌ ଡାଉନ ବେଳେ ପେଟ୍ରୋଲ ପମ୍ପ, ରାଜପଥ ପାର୍ଶ୍ୱ ଢାବା, ଟାୟାର ମରାମତି ଦୋକାନ ଖୋଲା ରହି ପାରିବ ବୋଲି କୁହାଯାଇଛି। ଜିଲାର ଦ୍ରୁତ ସଂକ୍ରମଣକୁ ଲକ୍ଷ୍ୟ ରଖି ଜିଲାପାଳ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରବିବାର ନୂଆ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୯ ଜଣ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଇଛି। ଏହି ନୂଆ ସଂକ୍ରମଣକୁ ମିଶାଇ ଜିଲାରେ ୬୫୨ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏମାନଙ୍କ ମଧ୍ୟରୁ ୫୪୯ ସୁସ୍ଥ ହୋଇସାରିଥିବା ବେଳେ ୧୦୧ ଚିକତ୍ସାଧିନ ଥିବା ଓ ୨ ଜଣ ମୃତ୍ୟୁବରଣ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୯,୧୪୯ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ଅବହେଳା, ଭତ୍ତା ପାଇଁ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହିଲେ ପୁଅ

ବନ୍ତ,୨୫।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ଗଣଧାରଣାର ତୃତୀୟ ଦିନରେ ଏକ ଚକିତ ଘଟଣା ଦେଖିବାକୁ ମିଳିଛି…

ବାପାଙ୍କ ମୁଣ୍ଡରେ ବନ୍ଧୁକ, ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଲେ ନଗଦ ଟଙ୍କା ସହ ସୁନାଅଳଙ୍କାର

ଭଦ୍ରକ,୨୩ା୫(ସନାତନ ରାଉତ): ବାପାଙ୍କ ମୁଣ୍ଡରେ ବନ୍ଧୁକ ଓ ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଇଛନ୍ତି ନଗଦ ୨୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର। ଶୁକ୍ରବାର…

ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ, ୩ ଜଣଙ୍କୁ ବାନ୍ଧି ପୋଲିସ କହିଲା…

ତିହିଡ଼ି,୨୩ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନୂଆନନ୍ଦ -ହାଟୁଆରୀ ଗ୍ରାମ ରାସ୍ତାରେ ଶନିବାର ପୋଲିସ ୨୦. ୫୮ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହ ପୋଲିସ…

ସକାଳୁ ସକାଳୁ ପାଇଖାନାରୁ ମିଳିଲା ଛାତ୍ରଙ୍କ ହାତବନ୍ଧା ମୃତଦେହ: ହତ୍ୟା ସନ୍ଦେହ

ଭଦ୍ରକ, ୨୧।୫(ସନାତନ ରାଉତ):ଭଦ୍ରକ ଟାଉନ ଥାନା ଚରମ୍ପାର ଏକ ପାଇଖାନାରୁ ଜଣେ ଛାତ୍ରଙ୍କ ହାତବନ୍ଧା ମୃତଦେହ ଉଦ୍ଧାର l ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରାଯାଉଛି l…

ଏହି ଜିଲାରେ କାଲିଠୁ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କ ଘରକୁ ଶୁଖିଲା ଖାଦ୍ୟ….

ଭଦ୍ରକ,୨୦ା୫: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ…

ଅଙ୍ଗନୱାଡ଼ିରୁ ମିଳୁଥିବା ବାଦାମ ଚିକି ଖାଇ ଗର୍ଭବତୀ ଗୁରୁତର, ସିଡିପିଓ ଅଫିସରେ ଧାରଣା ଦେଲେ ଲୋକେ

ବନ୍ତ,୧୯।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ବନ୍ତ ପଞ୍ଚାୟତର ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ବାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୬ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri