ଫିଟିଲାନି ରତ୍ନଭଣ୍ଡାର ଚାବି ଗୁମର

ପୁରୀ ଅଫିସ,୩।୮: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର। ଶେଷଥର ପାଇଁ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଇତିମଧ୍ୟରେ ୩୫ ବର୍ଷ ବିତିଲାଣି। ସେବେଠାରୁ ରତ୍ନଭଣ୍ଡାର ଖୋଲାଯାଇ ନାହିଁ କି ମହାପ୍ରଭୁଙ୍କ ରତ୍ନଅଳଙ୍କାର ଯାଞ୍ଚ ମଧ୍ୟ ହୋଇପାରିନି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରତ୍ନଭଣ୍ଡାର ଚାବି ମିଳୁ ନାହିଁ। ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିବା ପରେ ଏଥିପାଇଁ ୨୦୧୮ରେ ତଦନ୍ତ କମିଶନ ଗଠନ ହୋଇଥିଲା। ଜଷ୍ଟିସ ରଘୁବୀର ଦାସ କମିଶନ ଉକ୍ତ ଘଟଣାର ତଦନ୍ତ ସାରି ରିପୋର୍ଟ ଦେବାର ଇତିମଧ୍ୟରେ ୨୦ମାସ ବିତିଗଲାଣି। ମାତ୍ର ଏ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଚାବିର ଗୁମର ମଧ୍ୟ ଫିଟିନାହିଁ। ଦିନ ଯେତେ ଗଡ଼ୁଛି ମହାପ୍ରଭୁଙ୍କ ରତ୍ନଅଳଙ୍କାରର ସୁରକ୍ଷାକୁ ନେଇ ଭକ୍ତଙ୍କ ମନରେ ସନ୍ଦେହ ସେତେ ବଢିବାରେ ଲାଗିଛି।
୨୦୧୮ରେ ଜଗମୋହନ ମରାମତି କାମ ସରିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଘାରିଥିଲା ରତ୍ନଭଣ୍ଡାର ସୁରକ୍ଷା ଚିନ୍ତା। ସେହିବର୍ଷ ମାର୍ଚ୍ଚ ୨୦ରେ ପରିଚାଳନା କମିଟି ବୈଠକ ବସି ରତ୍ନଭଣ୍ଡାର ଗୃହର ସ୍ଥିତି ଓ ମରାମତି ଉପରେ ଆଲୋଚନା ହୋଇଥିଲା। ରତ୍ନଭଣ୍ଡାର ଛାତର ସ୍ଥିତି ଓ ମରାମତି ନେଇ ହାଇକୋର୍ଟ ମାର୍ଚ୍ଚ ୨୨ରେ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୨୮ରେ ରାଜ୍ୟ ସରକାର ମଧ୍ୟ ଏଥିଲାଗି ଅନୁମତି ଦେଇଥିଲେ। ସମସ୍ତ ଆଇନଗତ ବ୍ୟବସ୍ଥା ସରିବା ପରେ ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଥିଲା। ୧୬ଜଣିଆ ସଦସ୍ୟ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ। ମାତ୍ର ଏହାର ଚାବି ନ ଥିବାରୁ ବାହାର ଭଣ୍ଡାରରୁ ଭିତର ଭଣ୍ଡାର ସ୍ଥିତି ଦେଖି ଫେରି ଆସିଥିଲେ। ଏହାପରେ ବିବାଦ ଘେରକୁ ଆସିଥିଲା ରତ୍ନଭଣ୍ଡାର ପ୍ରସଙ୍ଗ। ସେହିବର୍ଷ ମେ ୨୮ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବିବରଣୀରେ ଚାବି ହଜିଥିବା ଦର୍ଶାଯାଇଥିବାବେଳେ ଏହାକୁ ନେଇ ହଟଚମଟ ଆରମ୍ଭ ହୋଇଥିଲା। ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସରକାରଙ୍କୁ ଘେରିଥିଲେ ବିରୋଧୀ। ଜୁନ୍‌ ୬ରେ ରାଜ୍ୟ ସରକାର ଚାବି ହଜିବା ଘଟଣାର ତଦନ୍ତ ପାଇଁ କମିଶନ ବସାଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ ନିଯୁକ୍ତ କରାଯାଇଥିଲା। ୩ ମାସ ମଧ୍ୟରେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ଏହାପରେ କମିଶନ କଟକ ଓ ପୁରୀରେ ଏକାଧିକ ବୈଠକ କରି ବିଭିନ୍ନ ପକ୍ଷଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଏଭଳି ସ୍ଥିତିରେ ସେହିବର୍ଷ ଜୁନ୍‌ ୧୩ରେ ଜିଲା ଟ୍ରେଜେରିରେ ଏକ ଲଫାପା ମଧ୍ୟରେ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ରହିଥିବା ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଚାବି ହଜିବା ଓ ମିଳିବା ଘଟଣାକୁ ନେଇ ବିବାଦ ଜୋର୍‌ ଧରିଥିଲା। ଅନ୍ୟପକ୍ଷରେ ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ସରିପାରି ନ ଥିଲା। ତେଣୁ ସରକାର କମିଶନଙ୍କ କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିଥିଲେ। ତଦନ୍ତ ବେଳେ ଜନସାଧାରଣଙ୍କଠାରୁ ୧୦ଟି ସତ୍ୟପାଠ ଆସିଥିଲା। କେତେଜଣ ବ୍ୟକ୍ତିଙ୍କଠାରୁ ସାକ୍ଷ୍ୟ ଗ୍ରହଣ ମଧ୍ୟ କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ସତ୍ୟପାଠ ମାଧ୍ୟମରେ ଚାବି ହଜିବା ନେଇ କମିଶନଙ୍କ ନିକଟରେ ତଥ୍ୟ ରଖିଥିଲେ। କମିଶନଙ୍କ କାର୍ଯ୍ୟକାଳ ୨୦୧୮ ଡିସେମ୍ବର  ୭ରେ ସରିବାକୁ ଥିବାରୁ ନଭେମ୍ବର ୩୦ରେ ୩୨୪ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଗୃହ ବିଭାଗ ଉପସଚିବଙ୍କ ନିକଟରେ ଦାଖଲ କରାଯାଇଥିଲା।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ବାବଦରେ ୨୨ଲକ୍ଷ ୨୭ହଜାର ୯୧୮ଟଙ୍କା ଖର୍ଚ୍ଚ ହୋଇଛି। ଇତିମଧ୍ୟରେ କମିଶନ ରିପୋର୍ଟ ଦାଖଲର ୨୦ମାସ ପୁରିବାକୁ ଯାଉଥିବାବେଳେ ଏପର୍ଯ୍ୟନ୍ତ ଚାବିର ଗୁମର ଫିଟିପାରି ନାହିଁ। ସରକାର ମହାପ୍ରଭୁଙ୍କ ରତ୍ନଅଳଙ୍କାର ପ୍ରତି ଅଣଦେଖା କରୁଥିବାରୁ ଭକ୍ତ ମହଲ୍‌ରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ସରକାର କିଛି ସ୍ପଷ୍ଟ କରୁ ନ ଥିବାରୁ ଭକ୍ତଙ୍କ ମନରେ ସନ୍ଦେହ ବଢୁଛି। ତେଣୁ ଏହାକୁ ଦୂର କରିବା ଲାଗି ସରକାର ରତ୍ନଭଣ୍ଡାର ଖୋଲି ପୂର୍ବ ତାଲିକା ସହ ମହାପ୍ରଭୁଙ୍କ ରତ୍ନଅଳଙ୍କାର ମିଳାଇବା ଦରକାର ବୋଲି ଦିଲୀପ ବରାଳଙ୍କ ସମେତ ଅନେକ ଭକ୍ତ ମତ ଦେଇଛନ୍ତି।
ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବା ଆବଶ୍ୟକ। ସରକାର ବିଧାନସଭାରେ ଏହାକୁ ଉପସ୍ଥାପନ କରି ଶ୍ରୀମନ୍ଦିର ପରିଚାଳନା କମିଟି ନିକଟକୁ ପଠାଇବା କଥା। ଶ୍ରୀମନ୍ଦିର ସତ୍ୱ ଲିପି ଅନୁସାରେ ପ୍ରତି ୩ବର୍ଷରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ହେବା କଥା। ତେଣୁ ସରକାର ଯଥାଶ୍ରୀଘ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri