ଫିଟିଲାନି ରତ୍ନଭଣ୍ଡାର ଚାବି ଗୁମର

ପୁରୀ ଅଫିସ,୩।୮: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର। ଶେଷଥର ପାଇଁ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଇତିମଧ୍ୟରେ ୩୫ ବର୍ଷ ବିତିଲାଣି। ସେବେଠାରୁ ରତ୍ନଭଣ୍ଡାର ଖୋଲାଯାଇ ନାହିଁ କି ମହାପ୍ରଭୁଙ୍କ ରତ୍ନଅଳଙ୍କାର ଯାଞ୍ଚ ମଧ୍ୟ ହୋଇପାରିନି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରତ୍ନଭଣ୍ଡାର ଚାବି ମିଳୁ ନାହିଁ। ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିବା ପରେ ଏଥିପାଇଁ ୨୦୧୮ରେ ତଦନ୍ତ କମିଶନ ଗଠନ ହୋଇଥିଲା। ଜଷ୍ଟିସ ରଘୁବୀର ଦାସ କମିଶନ ଉକ୍ତ ଘଟଣାର ତଦନ୍ତ ସାରି ରିପୋର୍ଟ ଦେବାର ଇତିମଧ୍ୟରେ ୨୦ମାସ ବିତିଗଲାଣି। ମାତ୍ର ଏ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଚାବିର ଗୁମର ମଧ୍ୟ ଫିଟିନାହିଁ। ଦିନ ଯେତେ ଗଡ଼ୁଛି ମହାପ୍ରଭୁଙ୍କ ରତ୍ନଅଳଙ୍କାରର ସୁରକ୍ଷାକୁ ନେଇ ଭକ୍ତଙ୍କ ମନରେ ସନ୍ଦେହ ସେତେ ବଢିବାରେ ଲାଗିଛି।
୨୦୧୮ରେ ଜଗମୋହନ ମରାମତି କାମ ସରିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଘାରିଥିଲା ରତ୍ନଭଣ୍ଡାର ସୁରକ୍ଷା ଚିନ୍ତା। ସେହିବର୍ଷ ମାର୍ଚ୍ଚ ୨୦ରେ ପରିଚାଳନା କମିଟି ବୈଠକ ବସି ରତ୍ନଭଣ୍ଡାର ଗୃହର ସ୍ଥିତି ଓ ମରାମତି ଉପରେ ଆଲୋଚନା ହୋଇଥିଲା। ରତ୍ନଭଣ୍ଡାର ଛାତର ସ୍ଥିତି ଓ ମରାମତି ନେଇ ହାଇକୋର୍ଟ ମାର୍ଚ୍ଚ ୨୨ରେ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୨୮ରେ ରାଜ୍ୟ ସରକାର ମଧ୍ୟ ଏଥିଲାଗି ଅନୁମତି ଦେଇଥିଲେ। ସମସ୍ତ ଆଇନଗତ ବ୍ୟବସ୍ଥା ସରିବା ପରେ ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଥିଲା। ୧୬ଜଣିଆ ସଦସ୍ୟ ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ। ମାତ୍ର ଏହାର ଚାବି ନ ଥିବାରୁ ବାହାର ଭଣ୍ଡାରରୁ ଭିତର ଭଣ୍ଡାର ସ୍ଥିତି ଦେଖି ଫେରି ଆସିଥିଲେ। ଏହାପରେ ବିବାଦ ଘେରକୁ ଆସିଥିଲା ରତ୍ନଭଣ୍ଡାର ପ୍ରସଙ୍ଗ। ସେହିବର୍ଷ ମେ ୨୮ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବିବରଣୀରେ ଚାବି ହଜିଥିବା ଦର୍ଶାଯାଇଥିବାବେଳେ ଏହାକୁ ନେଇ ହଟଚମଟ ଆରମ୍ଭ ହୋଇଥିଲା। ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସରକାରଙ୍କୁ ଘେରିଥିଲେ ବିରୋଧୀ। ଜୁନ୍‌ ୬ରେ ରାଜ୍ୟ ସରକାର ଚାବି ହଜିବା ଘଟଣାର ତଦନ୍ତ ପାଇଁ କମିଶନ ବସାଇଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ କମିଶନ ଭାବେ ନିଯୁକ୍ତ କରାଯାଇଥିଲା। ୩ ମାସ ମଧ୍ୟରେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ଏହାପରେ କମିଶନ କଟକ ଓ ପୁରୀରେ ଏକାଧିକ ବୈଠକ କରି ବିଭିନ୍ନ ପକ୍ଷଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ଏଭଳି ସ୍ଥିତିରେ ସେହିବର୍ଷ ଜୁନ୍‌ ୧୩ରେ ଜିଲା ଟ୍ରେଜେରିରେ ଏକ ଲଫାପା ମଧ୍ୟରେ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ରହିଥିବା ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଚାବି ହଜିବା ଓ ମିଳିବା ଘଟଣାକୁ ନେଇ ବିବାଦ ଜୋର୍‌ ଧରିଥିଲା। ଅନ୍ୟପକ୍ଷରେ ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ସରିପାରି ନ ଥିଲା। ତେଣୁ ସରକାର କମିଶନଙ୍କ କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିଥିଲେ। ତଦନ୍ତ ବେଳେ ଜନସାଧାରଣଙ୍କଠାରୁ ୧୦ଟି ସତ୍ୟପାଠ ଆସିଥିଲା। କେତେଜଣ ବ୍ୟକ୍ତିଙ୍କଠାରୁ ସାକ୍ଷ୍ୟ ଗ୍ରହଣ ମଧ୍ୟ କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ସତ୍ୟପାଠ ମାଧ୍ୟମରେ ଚାବି ହଜିବା ନେଇ କମିଶନଙ୍କ ନିକଟରେ ତଥ୍ୟ ରଖିଥିଲେ। କମିଶନଙ୍କ କାର୍ଯ୍ୟକାଳ ୨୦୧୮ ଡିସେମ୍ବର  ୭ରେ ସରିବାକୁ ଥିବାରୁ ନଭେମ୍ବର ୩୦ରେ ୩୨୪ପୃଷ୍ଠା ସମ୍ବଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଗୃହ ବିଭାଗ ଉପସଚିବଙ୍କ ନିକଟରେ ଦାଖଲ କରାଯାଇଥିଲା।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ବାବଦରେ ୨୨ଲକ୍ଷ ୨୭ହଜାର ୯୧୮ଟଙ୍କା ଖର୍ଚ୍ଚ ହୋଇଛି। ଇତିମଧ୍ୟରେ କମିଶନ ରିପୋର୍ଟ ଦାଖଲର ୨୦ମାସ ପୁରିବାକୁ ଯାଉଥିବାବେଳେ ଏପର୍ଯ୍ୟନ୍ତ ଚାବିର ଗୁମର ଫିଟିପାରି ନାହିଁ। ସରକାର ମହାପ୍ରଭୁଙ୍କ ରତ୍ନଅଳଙ୍କାର ପ୍ରତି ଅଣଦେଖା କରୁଥିବାରୁ ଭକ୍ତ ମହଲ୍‌ରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ସରକାର କିଛି ସ୍ପଷ୍ଟ କରୁ ନ ଥିବାରୁ ଭକ୍ତଙ୍କ ମନରେ ସନ୍ଦେହ ବଢୁଛି। ତେଣୁ ଏହାକୁ ଦୂର କରିବା ଲାଗି ସରକାର ରତ୍ନଭଣ୍ଡାର ଖୋଲି ପୂର୍ବ ତାଲିକା ସହ ମହାପ୍ରଭୁଙ୍କ ରତ୍ନଅଳଙ୍କାର ମିଳାଇବା ଦରକାର ବୋଲି ଦିଲୀପ ବରାଳଙ୍କ ସମେତ ଅନେକ ଭକ୍ତ ମତ ଦେଇଛନ୍ତି।
ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବା ଆବଶ୍ୟକ। ସରକାର ବିଧାନସଭାରେ ଏହାକୁ ଉପସ୍ଥାପନ କରି ଶ୍ରୀମନ୍ଦିର ପରିଚାଳନା କମିଟି ନିକଟକୁ ପଠାଇବା କଥା। ଶ୍ରୀମନ୍ଦିର ସତ୍ୱ ଲିପି ଅନୁସାରେ ପ୍ରତି ୩ବର୍ଷରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ହେବା କଥା। ତେଣୁ ସରକାର ଯଥାଶ୍ରୀଘ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?