ଆମ ଜିଲା ଖବର

୧୦୭ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି। ଚିହ୍ନଟ ୨ ଜଣ ଘଷିପୁରା ବ୍ଲକ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଜଣଙ୍କ…

ଗଞ୍ଜାମରେ କରୋନା ଯୋଦ୍ଧାଙ୍କ ପାଇଁ ଚିନ୍ତା: ୯ ଦିନରେ ସଂକ୍ରମିତ ହେଲେଣି ୯୪ ଜଣ

ଛତ୍ରପୁର, ୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୮୨୦ ଜଣ ପ୍ରବାସୀ ଫେରିଛନ୍ତି। ଏ ନେଇ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ କେବଳ ପ୍ରବାସୀମାନେ ସଂକ୍ରମିତ ଚି଼ହ୍ନଟ…

ଆସନ୍ତା ୨୮ରୁ ୩୦ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି, ୩ ବ୍ଲକ ଶଟ୍‌ଡାଉନ

ଗଜପତି, ୨୬।୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହର ସମେତ ଜିଲାର ଗୁମ୍ମା, ଗୋଷାଣୀ ଏବଂ କାଶୀନଗର ବ୍ଲକ୍‌କୁ ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ଦିନ ଶଟ୍‌ଡାଉନ ଘୋଷଣା କରାଯାଇଛି। ଜରୁରୀ ସ୍ବାସ୍ଥ୍ୟ ସେବା ଓ ଖିର ଯୋଗାଣକୁ ବାଦ୍‌ ଦେଲେ…

ଟ୍ରକ୍‌କୁ ପଛରୁ ଧକ୍କା ଦେଇ ତଳକୁ ଖସିଲା ଟ୍ରକ୍‌: ଲାଗିଲା ନିଆଁ

ଛତ୍ରପୁର,୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ୍‌ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇଛି। ପଶ୍ଚିମବଙ୍ଗରୁ ଆନ୍ଧ୍ର ଯାଉଥିବା ଟ୍ରକ୍‌କୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ ଟ୍ରକ୍‌ ପଛରୁ…

ତ୍ୱରାନ୍ବିତ ହେବ ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ

କଟକ ଅଫିସ,୨୬।୬: କଟକ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମେଡିକାଲ କ୍ୟାମ୍ପସ ପରିସରରେ ରହିଥିବା ଆଉକିଛି ସରକାରୀ କ୍ବାର୍ଟର୍ସ ଖୁବଶୀଘ୍ର ଖାଲି କରାଯିବ। ଏଥିସହିତ ସମ୍ପ୍ରସାରଣ ପାଇଁ…

ଖୋର୍ଦ୍ଧାରେ ଯାଞ୍ଚ ହେଲା ନର୍ସିଂ ହୋମ

ଖୋର୍ଦ୍ଧା ଅଫିସ, ୨୬।୬: ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟର ସମସ୍ତ ଜିଲାରେ ଥିବା ନର୍ସିଂହୋମ, ହସ୍ପିଟାଲରେ କୋଭିଡ୍‌-୧୯ ଯାଞ୍ଚ ଲାଗି ସରକାର ନିର୍ଦ୍ଦେଶ…

ଚାକିରି ଜୀବନ ଆରମ୍ଭ ନ ହେଉଣୁ ଜେଲ୍‌ ଗଲେ ଲାଞ୍ଚୁଆ ପୋଲିସ

ବ୍ରହ୍ମପୁର ଅଫିସ,୨୬।୬: ଚାକିରି ଜୀବନ ଆରମ୍ଭ ନ ହେଉଣୁ ଲାଞ୍ଚ ନେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନାରେ ତାଲିମ ନେଉଥିବା ଏସ୍‌ଆଇ ସିଦ୍ଧାର୍ଥ କୁମାର ଗୌଡ଼। ତେବେ ଶୁକ୍ରବାର ଜାମିନ ଆବେଦନ ଖାରଜ…

ଉଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୬।୬- ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଶୁକ୍ରବାର ହାଇକୋର୍ଟରୁ ଜାମିନ ମିଳିଛି। ତାଙ୍କ ଆବେଦନର ଶୁଣାଣି କରି ବିଚାରପତି ସଙ୍ଗମ କୁମାର ସାହୁ ଏକ ମାସ ପାଇଁ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ…

ବ୍ରହ୍ମପୁରରେ ୪ ଦିନିଆ ଶଟ୍‌ଡାଉନ୍‌ ଘୋଷଣା: ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବାକୁ ବଜାରରେ ଅସମ୍ଭାଳ ଭିଡ଼

ବ୍ରହ୍ମପୁର ଅଫିସ,୨୬ା୬: କରୋନା ସଂକ୍ରମଣ ରୋକିବା ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ଶନିବାରଠାରୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶୁକ୍ରବାର ସକାଳୁ ସହରର ପରିବା ମାର୍କେଟ,ଭେଣ୍ଡିଂ ଜୋନ୍‌ଗୁଡ଼ିକରେ ଲୋକମାନଙ୍କ ପ୍ରବଳ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି…

କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା କରି ସିଆର୍‌ସିସି ନିଲମ୍ବିତ

ବନ୍ତ,୨୬ା୬(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବନମାଳୀ ନାୟକଙ୍କୁ ଗୁରୁବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା ଓ ରାଜନୈତିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ରହି କାର୍ଯ୍ୟରେ ବିଘ୍ନ ସୃଷ୍ଟି କରୁଥିବା ଅଭିଯୋଗରେ…

ବାହାର ଜିଲା ପୋଲିସଙ୍କୁ ପୁରୀ ମନା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ପୁରୀ ଯାଇପାରିବେ ନାହିଁ ଜିଲା ବାହାରର ପୋଲିସ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭକ୍ତଶୂନ୍ୟ ରଥଯାତ୍ରା କରାଯାଉଛି। ଶ୍ରୀଜିଉଙ୍କୁ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ପୋଲିସ ଡିଜି ଅଭୟ ନୂଆ ଏସ୍‌ଓପି ଜାରି କରିଛନ୍ତି। ତଦନୁଯାୟୀ ଅଫିସିଆଲ ବାହାନା କରି ବାହାର…

ଘର ବାରଣ୍ଡାରୁ ମିଳିଲା ଶିଶୁକନ୍ୟାର ମୃତଦେହ

କେନ୍ଦୁଝର,୨୬ା୬(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ରାଙ୍କି ଗ୍ରାମରେ ଜଣେ ପାଞ୍ଚ ବର୍ଷ ଶିଶୁକନ୍ୟାର ମୃତଦେହ ଘର ବାରଣ୍ଡାରୁ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଶିଶୁକନ୍ୟା ଜଣକ ହେଲେ ସୋନୁ ମୁଣ୍ଡାଙ୍କ ଝିଅ। ପାଟିରୁ ରକ୍ତ ବାହାରୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?