କୂଳ ଖାଉଛି ଦୁଇମୁହାଣୀ

କୁଆମରା,୧୧।୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ନାହ୍ଲୁଆ ଓ ଗଙ୍ଗାହାର ନାମରେ ଦୁଇଟି ନଦୀ ପ୍ରବାହିତ ହୋଇଛି। ଉକ୍ତ ଦୁଇ ନଦୀ ଖଡ଼ିକାପଦାଠାରେ ମିଶ୍ରଣ ହୋଇ ଗୋଟିଏ ନଦୀରେ ପରିଣତ ହୋଇଥିବାରୁ ତାହା ଦୁଇମୁହାଣୀ ନାମରେ ନାମିତ ହୋଇଛି। ଉକ୍ତ ନଦୀର ୫ଶହ ମିଟର ଦୂର ପଶ୍ଚିମକୁ ଦୁଇଟି ଗ୍ରାମ ରହିଛି। ଦକ୍ଷିଣ ପାର୍ଶ୍ୱରେ କୁଆମରା ପଞ୍ଚାୟତର କସିବଣୀ ଗାଁ ଓ ଉତ୍ତର ପାର୍ଶ୍ୱରେ ପଶୁଦା ପଞ୍ଚାୟତର ଭୋଳପଦା ଗ୍ରାମ। ବାରମ୍ବାର ଏଠାରେ ନଦୀକୂଳ ଖାଉଥିବାରୁ ଆଖପାଖରେ ଥିବା ଗ୍ର୍ରାମ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଦୀର୍ଘ ବର୍ଷ ଧରି ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ।
ଗତ ଫାଇଲିନ୍‌ ସମୟରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ପାଖାପାଖି ୨ଶହ ମିଟର ନଦୀକୂଳ ଅତଡ଼ା ଧସି କସିବଣି ଗ୍ରାମର ୩ଟି ଓ ଭୋଳପଦା ଗ୍ରାମର ୫ଟି ପରିବାରର ଘର ନଦୀଗର୍ଭରେ ଲୀନ ହୋଇଯାଇଥିଲା। ନଦୀକୁ ଲାଗିଥିବା ଚାଷଜମିଗୁଡିକ ନଦୀଗର୍ଭକୁ ଯିବା ସହ ତଳ ପାର୍ଶ୍ୱ ଜମି ବାଲିଚର ହୋଇ ପଡ଼ିଛି। ଫଳରେ ସେହି ସ୍ଥାନ ଆଉ ଚାଷ ଉପଯୋଗୀ ହୋଇପାରୁନାହିଁ। ବନ୍ୟା କଥା ଶୁଣିଲେ ଲୋକେ ଭୟରେ କାଳାତିପାତ କରୁଛନ୍ତି। ବନ୍ୟା ଆସିଲେ ପ୍ରତି ବର୍ଷ କିଛି ନା କିଛି କ୍ଷୟକ୍ଷତି ଘଟିବା ସହ ଚାଷ ଜମି ଓ ଘର ସମ୍ପୂର୍ଣ୍ଣ ନଦୀଗର୍ଭକୁ ଚାଲିଯାଉଛି। ଫାଇଲିନ୍‌ ପରଠାରୁ ବଡ଼ ବର୍ଷା କିମ୍ବା ବନ୍ୟା ହେଲେ ଲୋକେ ଗାଁଗଣ୍ଡା ଛାଡ଼ି ଉପରମୁଣ୍ଡକୁ ପଳାଇଯାଆନ୍ତି। ନଦୀକୂଳ କ୍ଷୟ ହେବାର ମୁଖ୍ୟ କାରଣ ହେଉଛି ନଦୀ ଦୁଇ ପାର୍ଶ୍ୱରେ ବେଆଇନ ଇଟାଭାଟି। ପ୍ରତିବର୍ଷ ଇଟାଭାଟି ମାଲିକମାନେ ନଦୀ କୂଳରେ ମାଟି ତାଡ଼ି ଇଟା ଭାଟି କରିବା ଫଳରେ ମୃତ୍ତିକା କ୍ଷୟ ହେବା ସହ ସହଜରେ ନଦୀକୂଳ ଖାଉଛି। ଗ୍ରାମ ଓ ଚାଷ ଜମିର ସୁରକ୍ଷା ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ନଦୀର ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ଓ ଆଡ଼ିବନ୍ଧ ନିର୍ମାଣ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନାହିଁ। ପ୍ରତିବର୍ଷ ବନ୍ୟାରେ ଯେପରି କ୍ଷତି ଘଟୁଛି, ତାହାକୁ ଲକ୍ଷ୍ୟ କଲେ ଆଗାମୀ ୧୦ବର୍ଷ ମଧ୍ୟରେ ଦୁଇଟି ଯାକ ଗ୍ରାମ ସମ୍ପୂର୍ଣ୍ଣ ନଦୀଗର୍ଭରେ ଲୀନ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଦୁଇଟି ଗାଁର ମୋଟ ୪୬ ପରିବାର ଆଦିବାସୀ ସମ୍ପ୍ରଦାୟର ଓ ଗରିବ ଶ୍ରେଣୀର ହୋଇଥିବାରୁ ନବେ ପ୍ରତିଶତ ବାସଗୃହ ଝାଟିମାଟିରେ ତିଆରି। ତେଣୁ ଧନଜୀବନ ସୁରକ୍ଷା ନିମନ୍ତେ ସମସ୍ତ ପରିବାରକୁ ସରକାରଙ୍କ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବି ହେଉଛି। ଏହାସହିତ ନଦୀର ଦୁଇ ପାର୍ଶ୍ୱ ପଥର ପ୍ୟାକିଂ ପାଇଁ ମଧ୍ୟ ଦାବି କରାଯାଇଛି। ଏନେଇ ସ୍ଥାନୀୟ କୁଆମରା ସରପଞ୍ଚ କୁହନ୍ତି ପଥର ପ୍ୟାକିଂ ଓ ଆଡ଼ିବନ୍ଧ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗକୁ ଚିଠି ଲେଖାଯାଇଛି। ପଞ୍ଚାୟତ ସମିତି ବୈଠକରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଜଳସମ୍ପଦ ବିଭାଗ ବାରିପଦା ସେକ୍ସନର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ସିଂଙ୍କୁ ଏସଂକ୍ରାନ୍ତରେ ପଚାରିବାରୁ ପଥର ପ୍ୟାକିଂ ପାଇଁ ଟେଣ୍ଡର ହୋଇସାରିଛି। ବର୍ତ୍ତମାନ ବର୍ଷା ଦିନ ଯୋଗୁ ରାସ୍ତା ଖରାପ ପାଇଁ ସେଠାକୁ ଗାଡ଼ି ଯାଇ ପାରୁନାହିଁ। ଖୁବ୍‌ ଶୀଘ୍ର ଏହି କାମ ଆରମ୍ଭ ହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri