ପରିବା ବିକୁଛନ୍ତି ପାଲାଗାୟକ

ଖୋର୍ଦ୍ଧା ଅଫିସ,୧୧।୮: କରୋନା ମହାମାରୀ ଲୋକଙ୍କ ଜୀବନ ନେବା ସହ ଜୀବିକା ବଦଳାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗଁପୁର ଗ୍ରାମର ପ୍ରସିଦ୍ଧ ପାଲା ଗାୟକ ଗଗନ ବିହାରୀ ମହାପାତ୍ର। ସୂଚନା ମୁତାବକ, ଓଡ଼ିଶାର ପ୍ରସିଦ୍ଧ ପାଲା ଗାୟକଭାବେ ଗଗନଙ୍କ ନଁା ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାରପ୍ରସାର ତଥା ଭାଷା ସାହିତ୍ୟ ସଂସ୍କୃତିକୁ ଗାନ କରି ଲୋକଙ୍କୁ ସେ ବିମୁଗ୍ଧ କରିଥାନ୍ତି। ଭୁବନେଶ୍ୱର, କଟକ, ସମେତ ବିଭିନ୍ନ ଜିଲାରେ ନିଜ କଳା ପ୍ରଦର୍ଶନ କରି ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି। କରୋନା ଯୋଗୁ ମାର୍ଚ୍ଚ ୨୨ରୁ ତାଙ୍କ ପାଖରେ କୌଣସି କାମ ନାହିଁ। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡିଲା। ଘରେ ବସିବା ଅପେକ୍ଷା ବେପାର କରି ଘର ଚଳାଇବା ପାଇଁ ଗଗନ ମନସ୍ଥ କଲେ। ଏହା ପରେ ସେ ରାସ୍ତା ପାର୍ଶ୍ୱରେ ଆଳୁ, ପିଆଜ, ପରିବା ବିକ୍ରି କରିଥିଲେ। ଅଧିକ ରୋଜଗାର ନ ଥିଲେ ମଧ୍ୟ ଆତ୍ମସନ୍ତୋଷ ମିଳୁଛି ବୋଲି ଗଗନ କହିଛନ୍ତି।
ଏ ସମ୍ପର୍କରେ ଐତିହ୍ୟ ବିଷାରଦ ଡ.ସୁରେନ୍ଦ୍ର ମିଶ୍ର କହିଛନ୍ତି, ପାଲା ହେଉଛି ଓଡ଼ିଆ ଜାତିର ଅସ୍ମିତା। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାର ଝଲକ ଦେଖିବାକୁ ମିଳେ। ଏହାକୁ ଉଜ୍ଜୀବିତ କରିବା ଲାଗି ସରକାରୀ ସ୍ତରରେ ଉଦ୍ୟମ ହେବା ଦରକାର। ବୁଦ୍ଧିଜୀବୀ ନବ କିଶୋର ଖୁଣ୍ଟିଆ କହିଛନ୍ତି, ଗଗନ ଜଣେ ଉଚ୍ଚକୋଟୀର ପାଲା ଗାୟକ। ସରପଞ୍ଚ ସରୋଜିନୀ ଖଣ୍ଟିଆ କହିଛନ୍ତି, କଳା ଓ ସଂସ୍କୃତି ଆମ ପରିଚୟ। ଗଗନ ଜଣେ ପ୍ରସିଦ୍ଧ ପାଲା ଗାୟକ। ଲକ୍‌ଡାଉନ ସମୟରେ ସେ ଘରେ ବସି ରହିବା ଅପେକ୍ଷା ଆଳୁ, ପିଆଜ ବିକ୍ରି କରି ପରିବାର ପୋଷଣ କରୁଛନ୍ତି। ସରକାର କଳାକାରଙ୍କ ଜୀବନ ଜୀବିକା ପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩୧ ପର୍ଯ୍ୟନ୍ତ କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ବାତିଲ

କେନ୍ଦୁଝର,୨୫।୫(ସ୍ବ.ପ୍ର.): ରେଳପଥ ଦୋହରିକରଣ ଲାଗି କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ୍‌କୁ ଶନିବାରଠାରୁ ବାତିଲ କରାଯାଇଛି। ଏଥିସହ ଭୁବନେଶ୍ୱରରୁ କେନ୍ଦୁଝର ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ମଧ୍ୟ ବାତିଲ...

ବାଘୁଆ ଜଳଭଣ୍ଡାରୁ ୨ କେନାଲ ଦେଇ ଛଡାଗଲା ଜଳ

ବୁଗୁଡ଼ା,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମତାଝରୀ ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ୨ କେନାଲ ଦେଇ ଜଳ ଛଡ଼ା ହୋଇଛି। ଖରିଫ ଚାଷ ପାଇଁ...

ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର,୨୭।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ହେବ। ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା...

କୁଟରା ମାଂସ ଜବତ: ୩ ଶିକାରୀ ଗିରଫ

ଠାକୁରମୁଣ୍ଡା,୨୫ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ. ୧୨ ତଳବନ୍ଧ ନାଳ ନିକଟରୁ ଗୁରବାର ରାତିରେ...

୨୩ରୁ ଭିତରକନିକାରେ ପକ୍ଷୀଗଣନା ଆରମ୍ଭ

ରାଜନଗର,୧୬।୮(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ସମାଗମ ହୋଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ। ୭ ଦିନ ଧରି ଏହି...

ପାଣିଘେରରେ ବସ୍ତା ଥାନା,କୋର୍ଟ

ରୂପ୍‌ସା/ବସ୍ତା,୨୩ା୯(ଡି.ଏନ.ଏ.):  ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲା ଜଳକା ନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବସ୍ତା ବ୍ଲକର ୧୩ ଓ ସଦର ବ୍ଲକର ୨ଟି...

ନିଶ୍ଚିନ୍ତକୋଇଲିରେ ଅମ୍ଫନ୍‌ ରଚିଲା ତାଣ୍ଡବ

ନିଶ୍ଚିନ୍ତକୋଇଲି,୨୦।୫(ସ୍ବ.ପ୍ର.): ମହାବାତ୍ୟା ଅମ୍ଫନ୍‌ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବୁଧବାର ତାଣ୍ଡବ ରଚିଛି। ଏହି ବ୍ଲକରେ ଥିବା ୪୧ଟି ପଞ୍ଚାୟତ ମଧ୍ୟରୁ ୩୦ଟିରେ ଗମନାଗମନ ଠପ୍‌...

ତିନିରଥର ବେଦି ନିର୍ମାଣ ଆରମ୍ଭ

ପୁରୀ ଅଫିସ, ୧୩ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ୭ଦିନ ଥିବାବେଳେ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ...

Advertisement
Archives

Model This Week