ବାଲୁଗାଁ ଡିଏଫ୍‌ଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଖୋର୍ଦ୍ଧା ଅଫିସ, ୧୧।୮: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ବାଲୁଗାଁ ଚିଲିକା ବନ୍ୟପ୍ରାଣୀ ଡିଭିଜନର ବାଲୁଗଁା ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କ କାର୍ଯ୍ୟାଳୟ ସମେତ ଭୁବନେଶ୍ୱରସ୍ଥ ବାସଭବନ, ଜଗତ୍‌ସିଂହପୁର ଚାଷୀଖଣ୍ଡସ୍ଥିତ ଘର ଏବଂ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି। ହୋତାଙ୍କ ସମ୍ପତ୍ତି ବାବଦକୁ ୧କୋଟି ୩୨ହଜାର ୫୫୧ଟଙ୍କା ଠାବ ହୋଇଛି। ସେଥିରୁ ଚନ୍ଦ୍ରଶେଖପୁରସ୍ଥିତ ତିନି ମହଲା କୋଠା, ଯାହାର ମୂଲ୍ୟ ୫୦ଲକ୍ଷ ୭୩ହଜାର ୮୮୪ଟଙ୍କା, ଡୁମୁଡୁମାସ୍ଥିତ ଏକ ମହଲା କୋଠା ୭ଲକ୍ଷ ୫୦ହଜାର, ଜମିଜମା ମୂଲ୍ୟ ୯୧ହଜାର ୮୧୯, ଚାରିଚକିଆ ଯାନ ୬ଲକ୍ଷ ୫୨ହଜାର ୫୭୦, ବିଭିନ୍ନ ବ୍ୟାଙ୍କରେ ଥିବା ୫ଲକ୍ଷ ୫୪ହଜାର ୨୧୦, ବୀମା୧୧ଲକ୍ଷ ୭୮ହଜାର ୪୯୯, ମ୍ୟୁଚୁଆଲ ଫଣ୍ଡ ୪ଲକ୍ଷ ୧୩ହଜାର, ୨ଟି ବାଇକ୍‌ ୯୫ହଜାର, ଅଳଙ୍କାର୧ଲକ୍ଷ ୮୦ହଜାର ୫ଶହ, ୧ଲକ୍ଷ ୭ହଜାର ୩ଶହ ଟଙ୍କା ଓ ଘରୋଇ ସାମଗ୍ରୀ ୯ଲକ୍ଷ ୩୫ହଜାର ୭୬୯ଟଙ୍କା ଭିଜିଲାନ୍ସ ଠାବ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ୫୪,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୯୭୭

ଭୁବନେଶ୍ୱର,୧୪ା୮(ବ୍ୟୁରୋ) : ଶୁକ୍ରବାର ୩୦ ଜିଲାରୁ ୧୯୭୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଥିବା ରାଜ୍ୟ...

‘ଅଦ୍ୱିକା ଆପ୍‌’ ମାଧ୍ୟମରେ ଜୀବନକୌଶଳ ଶିକ୍ଷା

ଭୁବନେଶ୍ୱର, ୨୧।୪(ବ୍ୟୁରୋ):ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟ ସରକାରଙ୍କ ‘ଅଦ୍ୱିକା’ କାର୍ଯ୍ୟକ୍ରମକୁ ଅଧିକ ସୁଗମ ଓ ସାର୍ବଜନୀନ କରିବା ଲାଗି ପ୍ରସ୍ତୁତ ହୋଇଛି ‘ଅଦ୍ୱିକା ଆପ୍‌’।...

କଳିଙ୍ଗନଗର ଶିଳ୍ପାଞ୍ଚଳ: ଲାଭ ପଛରେ ଶିଳ୍ପସଂସ୍ଥା, ସ୍ଥାନୀୟ ନିଯୁକ୍ତି ଗୌଣ

ଯାଜପୁର ଅଫିସ,୯।୧୦: ସ୍ଥାନୀୟ ନିଯୁକ୍ତି ଆଶାରେ ଯାଜପୁର ଜିଲାର କଳିଙ୍ଗନଗରବାସୀ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ସ୍ବାଗତ କରିଥିଲେ। ଏପରି କି ଶିଳ୍ପାୟନ ଦ୍ୱାରା ପରିବେଶ ପ୍ରଦୂଷଣ ସମେତ...

ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୋମବାର ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ ଆସିଛି। ରାଜ୍ୟ ସ୍ବାସ୍ଥ୍ୟ...

ଆଜିଠୁ ହାଇକୋର୍ଟର ପୂଜା ଅବକାଶ

କଟକ ଅଫିସ,୧।୧୦: ଅକ୍ଟୋବର ପହିଲାରୁ ହାଇକୋର୍ଟର ପୂଜା ଅବକାଶ ଆରମ୍ଭ ହେଉଛି । ଏଥିପାଇଁ ଅକ୍ଟୋବର ୯ ପର୍ଯ୍ୟନ୍ତ ଅଦାଲତ ବନ୍ଦ ରହିବ । ୧୦...

୫ ଦିନ ହେଲା ମାଣ୍ଡିବିଶି ୟୁପି ସ୍କୁଲରେ ଝୁଲୁଛି ତାଲା

ଟିକିରି,୨୬।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ମାଣ୍ଡିବିଶି ୟୁପି ସ୍କୁଲ ଫାଟକରେ ୫ ଦିନ ହେଲା ତାଲା ଝୁଲୁଛି। ଶିକ୍ଷକ ଅଭାବ ପ୍ରତିବାଦରେ ଅଭିଭାବକ ଏବଂ ଗ୍ରାମବାସୀ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଦିଗପହଣ୍ଡି,୨୧ା୧(ଡି.ଏନ.ଏ.):  ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗଁାରେ ଘରେପଶି ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ନେଇ ମହିଳା ଜଣକ ଗୁରୁବାର ଥାନାରେ ଏତଲା ଦେଇଛନ୍ତି। ଏତଲାକୁ...

ବରଗଡ଼ରେ ୭୬ ବର୍ଷୀୟ ବୃଦ୍ଧଙ୍କୁ କରୋନା: ସ୍ବାସ୍ଥ୍ୟାବସ୍ଥା ଗୁରୁତର; କଟାପାଲି ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା

ବରଗଡ଼ ଅଫିସ, ୧୬।୬: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ଜଣେ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି...

Advertisement
Archives

Model This Week