Posted inଭଦ୍ରକ

ଘରେ ପୂରାଇଲେନି ପୁଅ, ମା’ବାରଦୁଆର

ଧାମନଗର,୧୧।୮(ଡି.ଏନ.ଏ.)-ପୁଅଟିଏ ଜନ୍ମ ହେଲେ ସବୁଠୁ ବେଶୀ ଖୁସି ହୋଇଥାନ୍ତିି ମା’ବାପା। ବୃଦ୍ଧକାଳେ ସାହାରା ହେବା ଆଶାରେ ସେମାନେ ଦୁନିଆର ସବୁ ଖୁସି ପୁଅ ପାଇଁ ଅଜାଡି ଦେଇଥାନ୍ତି। ହେଲେ କେତେକ କ୍ଷେତ୍ରରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବୃଦ୍ଧ ମା’ ବାପାଙ୍କୁ ଅସହାୟ ସମୟରେ ସାହାରା ହେବା ବଦଳରେ ଘରୁ ତଡି ଦେଉଥିବା ଭଳି ଘଟଣା ନଜରକୁ ଆସୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳରେ। ବଉଳ ସାହୁ ନାମ୍ନୀ ୭୦ ବର୍ଷୀୟା ବିଧବାଙ୍କୁ ତାଙ୍କ ପୁଅ ଘରୁ ବାହାର କରିଦେବା ପରେ ସେ ଆଶ୍ରୟ ପାଇଁ ବାର ଦୁଆର ହେଉଛନ୍ତି। ବୃଦ୍ଧାଜଣକ ଗତ ୧୬ତାରିଖରେ ଧୂଷୁରୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହ ଘରେ ରଖିବାକୁ ପୁଅଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ସେ ତାହାକୁ ମାନି ନ ଥିଲେ। ବଉଳ ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ବି ଫଳ ଶୂନ। ବାରମ୍ବାର ସେ ଥାନାକୁ ଦୌଡି ନୟାନ୍ତ ହୋଇପଡିଲେଣି। ସେ ଜଣେ ଶ୍ୱାସରୋଗୀ। ବାହାରେ ବୁଲି ବୁଲି ତାଙ୍କର ଶ୍ୱାସ ରୋଗ ବଢିଯାଇଛି। ସ୍ଥାନୀୟ ଲୋକେ ପୁଅକୁ ବୁଝାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ଏହାପରେ ସେ ଜିଲା ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri