ପୁରୀ ସ୍ଥିତି ଅସମ୍ଭାଳ: କଡ଼ା ପଦକ୍ଷେପ ନାହିଁ

ପୁରୀ ଅଫିସ,୧୯। ୯: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ଲକ୍‌ଡାଉନ ହଟିଯିବା ପରେ କଟକଣାକୁ ଅଧିକାଂଶ ମାନୁନାହାନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବେଗ ପରେ ଏବେ ଡିଜିପି ଅଭୟ ଟୁଇନ୍‌ ସିଟି (କଟକ ଓ ଭୁବନେଶ୍ୱର) ଉପରେ ଅଧିକ ଫୋକସ ରଖିଛନ୍ତି। ଅମାନିଆଙ୍କୁ ସାବାଡ୍‌ କରିବା ଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପଟେ କିନ୍ତୁ ପର୍ଯ୍ୟଟନ ସହର ପୁରୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଭୁବନେଶ୍ୱର ଓ କଟକ ପରେ ସଂକ୍ରମିତ ଏବଂ ସକ୍ରିୟ କ୍ଷେତ୍ରରେ ପୁରୀ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ଦିଆଯାଉ ନାହିଁ। ଫଳରେ ସେପ୍ଟେମ୍ବର ମାସ ଆରମ୍ଭରୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି।
ପୁରୀ ଜିଲାରୁ ଶୁକ୍ରବାର ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୭,୫୮୭ ଛୁଇଁଛି। ଏପ୍ରିଲ ୩ରେ ଜିଲାରୁ ପ୍ରଥମ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୩୬ ଦିନ ପରେ ମେ ୧୦ରେ ପୁରୀ ସହରରୁ ୨ଜଣ ପଜିଟିଭ ଚିହ୍ନଟ ହେଲେ। ଏହାପରେ ଧୀରେ ଧୀରେ ଜିଲାରେ ସ୍ଥିତି ଜାହିର କରିଥିଲା କରୋନା। ଏବେ ସ୍ଥିତି ଉଦ୍‌ବେଗଜନକ ରହିଛି। ଅଗଷ୍ଟ ୩୧ ସୁଦ୍ଧା ଜିଲାର ପଜିଟିଭ ସଂଖ୍ୟା ଥିଲା ୩,୭୮୮। ମାତ୍ର ସେପ୍ଟେମ୍ବରର ୧୮ଦିନରେ ଏହା ଦୁଇଗୁଣା ବୃଦ୍ଧି ପାଇଛି। ଅର୍ଥାତ୍‌ ପଜିଟିଭ ସଂଖ୍ୟା ୭,୫୮୭ରେ ପହଞ୍ଚତ୍ଛି। ଜିଲା ପ୍ରଶାସନ ତଥ୍ୟ ଅନୁଯାୟୀ, ସକ୍ରିୟ ରୋଗୀଙ୍କ ମଧ୍ୟରେ ପୁରୀ ଏବେ ଖୋର୍ଦ୍ଧା ଓ କଟକ ପରେ ତୃତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ଜିଲାର ୧,୭୮୮ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସେହିପରି ମୋଟ ସଂକ୍ରମିତ ଏବଂ ମୃତକଙ୍କ ତାଲିକାରେ ପୁରୀ ଜିଲା ଚତୁର୍ଥ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ୩୪ଜଣଙ୍କ ମୃତ୍ୟୁ ହେଲାଣି। ଜୀବନ ଓ ଜୀବିକାକୁ ଏକାସାଙ୍ଗରେ ଆଗକୁ ବଢାଇବା ପାଇଁ ପୂର୍ବର ପ୍ରାୟ ସବୁ କଟକଣା ଏବେ ଉଠିଯାଇଛି। ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିବାବେଳେ ବେଳାଭୂମି, ଦୋକାନ ବଜାର, ହୋଟେଲ ଆଦି ଖୋଲିଗଲାଣି। ଏହି ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସଂକ୍ରମଣର ମାତ୍ରାକୁ ହ୍ରାସ କରାଯାଇ ପାରିବ। ମାତ୍ର ଅନେକ ଅମାନିଆ କଟକଣା ମାନୁନାହାନ୍ତି। ବର୍ତ୍ତମାନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବନ୍ଦ ରହିଛି। ଶ୍ରୀମନ୍ଦିର ଖୋଲିବା ମାତ୍ରେ ପୁରୀକୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢିଯିବ। ତେଣୁ ସମସ୍ତେ ଅଧିକ ସତର୍କ ହେବା ଦରକାର। କଟକ ଓ ଭୁବନେଶ୍ୱର ଭଳି ପୁରୀରେ ମଧ୍ୟ ଅମାନିଆଙ୍କ ପ୍ରତି ପୋଲିସ କଠୋର ହେବା ଦରକାର ବୋଲି ସାମାଜିକ କର୍ମୀ ଲାଲା ଅନନ୍ତ କୁମାର ସିଂହଙ୍କ ସମେତ ଅନେକ ବ୍ୟକ୍ତି ମତ ରଖିଛନ୍ତି। ଏ ସମ୍ପର୍କରେ ଏସ୍‌ପି ଅଖିଳେଶ୍ୱର ସିଂ କହିଛନ୍ତି, କୋଭିଡ୍‌ କଟକଣା କଡ଼ାକଡ଼ି ଉପରେ ପୋଲିସ ଗୁରୁତ୍ୱ ଦେଇ କାମ କରୁଛି। ଏବେ ଜିଲାରେ ଏନଫୋର୍ସମେଣ୍ଟ ଏବଂ ଚେକିଂକୁ ଆହୁରି କଡ଼ାକଡ଼ି କରାଯାଇଛି। ମାସ୍କ ଓ ସାମାଜିକ ଦୂରତା ନିୟମ ଯେଉଁମାନେ ମାନୁନାହାନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। କେବଳ ପୁରୀ ସହରରୁ ଗତ ୧୫ ତାରିଖରେ ୩୮,୫୦୦, ୧୬ରେ ୧୮,୪୦୦ ଏବଂ ୧୭ ତାରିଖରେ ୧୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?