ପ୍ରଶାସନ-ପଥର ମାଫିଆ ଛକାପଞ୍ଝା

ଢେଙ୍କାନାଳ ଅଫିସ, ୨୦।୯ – ପ୍ରଶାସନ ଆଖିରେ ଧୂଳିଦେଇ ସୁରକ୍ଷିତ ଭାବେ ପଥର ଚୋରା ଚାଲାଣ କରିବାକୁ କରାଯାଇଛି ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌। ତହସିଲ କର୍ମଚାରୀଙ୍କ ଉପରେ ନଜର ରଖୁଛନ୍ତି ପଥର ମାଫିଆ। ଚଢ଼ାଉ ପାଇଁ ଯାଉଥିବା ଗାଡ଼ିର ନମ୍ବର କ’ଣ, ଏହା କେଉଁ ରାସ୍ତାରେ ଯାଉଛି, ପଥର ଖାଦାନଠାରୁ କେତେ ଦୂରରେ ରହିଛି ସେ ସମ୍ପର୍କିତ ସବିଶେଷ ସୂଚନା ତତ୍‌କ୍ଷଣାତ୍‌ ଗ୍ରୁପ୍‌ରେ ଦିଆଯାଉଛି। ଟେକ୍ନୋଲୋଜିର ଅପବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏପରି କାର୍ଯ୍ୟ କରୁଥିବା ଢେଙ୍କାନାଳ ଜିଲା ପ୍ରଶାସନକୁ ତଥ୍ୟ ମିଳିଛି। ଏହାପରେ ପ୍ରଶାସନ ଏବଂ ପଥର ଚାଲାଣକାରୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଆହୁରି ତୀବ୍ର ହୋଇଛି। ତହସିଲ ପକ୍ଷରୁ ଧରପଗଡ଼ ଅଭିଯାନ ଜୋରଦାର କରାଯାଇଥିବାବେଳେ ପଥର ମାଫିଆଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି।
ବେଆଇନ ପଥର ଖାଦାନରୁ ଚୋରା ଚାଲାଣ ରୋକିବା ପାଇଁ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ପ୍ରଶାସନ, ରାଜସ୍ବ ବିଭାଗ, ପୋଲିସର ଘନଘନ ଚଢ଼ାଉ ପଥର ଚାଲାଣକାରୀଙ୍କ ମୁଣ୍ଡବ୍ୟଥା ବଢ଼ାଇଛି। ଏଥିରୁ ବର୍ତ୍ତିବାକୁ ଓଡ଼ାପଡ଼ା ତହସିଲ ଅଞ୍ଚଳର ଚୋରା ପଥର ବ୍ୟବସାୟୀ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରିଥିବା ଜଣାପଡ଼ିଛି। ଗତ ୮ ତାରିଖରେ ଉକ୍ତ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ର ଜଣେ ସଦସ୍ୟଙ୍କ ମୋବାଇଲ ଜବତ କରାଯିବା ପରେ ଚୋରାପଥର ଚାଲାଣ ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିଛି। ମୋବାଇଲ ଯାଞ୍ଚରୁ ଚଢ଼ାଉରେ ସାମିଲ ହୋଇଥିବା ଅଧିକାରୀମାନେ ବ୍ୟବହାର କରୁଥିବା ବୋଲେରୋ (ନଂ. ଓଡ଼ି ୦୬ ସି ୩୧୦୯) କୁଆଡ଼େ ଯାଉଛି ସେ ସମ୍ପର୍କରେ ଭଏସ୍‌ ରେକର୍ଡିଂ ଏବଂ ଚାଟ୍‌ ମାଧ୍ୟମରେ ସୂଚନା ଦିଆଯାଉଥିବା ଜଣାପଡ଼ିଛି। ଏ ନେଇ ତହସିଲଦାର ସାଗରିକା ସାହୁ ମୋଟଙ୍ଗା ଥାନାରେ ବିଧିବଦ୍ଧ ଅଭିଯୋଗ କରିବା ସହିତ ଜବତ ମୋବାଇଲକୁ ପୋଲିସ ଜିମାରେ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଓ ଏସ୍‌ପିଙ୍କୁ ଲିଖିତ ଭାବେ ଅବଗତ ମଧ୍ୟ କରାଯାଇଛି ା ଥାନାରେ ନଂ. ୧୯୦/୨୦ରେ ମାମଲା ରୁଜୁ ହୋଇଛି। ସେହିପରି ଗଁଦିଆ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଥାନା ଅସନବାହାଳି ଏବଂ ଟୋଲରପଶି ଅଞ୍ଚଳର ଜଙ୍ଗଲ ଜମିକୁ ଦୈନିକ ୬୦ରୁ ୭୦ ଗାଡିରେ ବ୍ୟାପକ ପଥର ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଛି। ଅପରପକ୍ଷେ ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଚଢ଼ାଉକୁ ଜୋର୍‌ଦାର କରାଯାଇଛି। ଶନିବାର ସକାଳେ ଓଡ଼ାପଡ଼ା ତହସିଲ ଅଧୀନ ରାଣୀବଣିଆ ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖାଦାନରେ ଚଢ଼ାଉ କରି ୫ ପଥର ବୋଝେଇ ଟିପ୍ପର ଜବତ କରାଯାଇଛି। ଜବତ ଟିପ୍ପରକୁ ଗୁଡିଆକାଟେଣୀସ୍ଥିତ ପୋଲିସ ବିଟ୍‌ ହାଉସ ଜିମା ଦିଆଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନେତୃତ୍ୱରେ ତହସିଲଦାର ସାଗରିକା ସାହୁ, ରାଜସ୍ବ ବିଭାଗ ଅଧିକାରୀ ଏବଂ ପୋଲିସ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା।
ଏ ନେଇ ଉପଜିଲାପାଳ କୁହନ୍ତି, ଓଡାପଡା ତହସିଲ ଅଞ୍ଚଳରେ ପଥର ମାଫିଆମାନେ ମୋବାଇଲ ଫୋନ୍‌ରେ ମା’ ରାମଚଣ୍ଡୀ ଗ୍ରୁପ୍‌ ନାମକ ଏକ ଗ୍ରୁପ୍‌ କରିଛନ୍ତି। ସେମାନେ ପ୍ରଶାସନିକ ଅଧିକାରୀଙ୍କ ଉପରେ ନଜର ରଖୁଛନ୍ତି। ତଥାପି ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି। ମୋଟଙ୍ଗା ଥାନାଧିକାରୀ ସରୋଜିନୀ ସାମ୍ବାଡ୍‌ କୁହନ୍ତି, ତହସିଲଦାରଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri