ଡିଜିଟାଲ ପେମେଣ୍ଟରେ ବାହାରୁଛି ପେଟ୍ରୋଲ: ମେଶିନ ତିଆରି କରି ଚର୍ଚ୍ଚାରେ ଯୁବକ

କେନ୍ଦୁଝର, ୨୦ା୯(ଡି.ଏନ.ଏ.)-ଟଙ୍କା ଭର୍ତ୍ତି କଲେ ପେଟ୍ରୋଲ ବାହାରୁଥିବା ମେଶିନ ତିଆରି କରି ଲୋକଙ୍କୁ ଚକିତ କରିଦେଇଥିବା ଆଦିବାସୀ ଯୁବକ ଏବେ ଆଉ ପାଦେ ଆଗକୁ ବଢିଛନ୍ତି। ସେ ଦୃଢ ଇଛାଶକ୍ତି ବଳରେ ନିଜର ଉଦ୍ଭାବନକୁ ଅତ୍ୟାଧୁନିକ ରୂପ ଦେବାରେ ସଫଳ ହୋଇଛନ୍ତି। ଏବେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ପେଟ୍ରୋଲ ବାହାରିବା ମେଶିନ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳର ଜିତେନ୍ଦ୍ର ହେମ୍ବ୍ରମ୍‌।
କାହ୍ନୁଚରଣ ହେମ୍ବ୍ରମଙ୍କ ପୁଅ ଜିତେନ୍ଦ୍ରଙ୍କର ପାଠ ପଢିବାକୁ ଅନେକ ଇଛା ଥିଲେ ବି ଆର୍ଥିକ ସମସ୍ୟା ତାଙ୍କ ବାଟ ଓଗାଳିଥିଲା। କଷ୍ଟେମଷ୍ଟେ ସେ ଦଶମ ଶ୍ରେଣୀ ଯାଏ ପାଠ ପଢିଛନ୍ତି। ବ୍ରାହ୍ମଣୀପାଳ ଓ ଆଖପାଖ ଅଞ୍ଚଳରେ ପେଟ୍ରୋଲ ପମ୍ପ ନ ଥିବା କାରଣରୁ ଏଠାକାର ଅଞ୍ଚଳବାସୀ ଦୀର୍ଘ ୨୦ କି.ମି. ଦୂର ଯାଜପୁର ଜିଲା ଡୁବୁରୀ ପେଟ୍ରୋଲ ପମ୍ପ ଉପରେ ନିର୍ଭର କରୁଥିଲେ। ବ୍ରାହ୍ମଣୀପାଳ ଅଞ୍ଚଳରେ ଖୁଚୁରା ପେଟ୍ରୋଲ ବିକ୍ରି ହେଉଥିଲେ ମଧ୍ୟରାତ୍ରରେ ଆବଶ୍ୟକ ବେଳେ ପେଟ୍ରୋଲ ପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ଏହାର ସମାଧାନ ପାଇଁ ନିଜସ୍ବ ଜ୍ଞାନ କୌଶଳରେ ସେ ପ୍ରଥମେ ଏକ ମିନି ପେଟ୍ରୋଲ ପମ୍ପ ତିଆରି କରି ଚର୍ଚ୍ଚାକୁ ଆସିଥିଲେ। ନିଜର ଏହି ଉଦ୍ଭାବନକୁ ଅତ୍ୟାଧୁନିକ ରୂପ ଦେଇ ଏବେ ଡିଜିଟାଲ ପେମେଣ୍ଟରେ ପେଟ୍ରୋଲ ବାହାରିବା ବ୍ୟବସ୍ଥା କରିବାରେ ସଫଳ ହୋଇଛନ୍ତି। ଏହି ମେଶିନ ନିର୍ମାଣ ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି। ପାଖରେ ଆବଶ୍ୟକ ଟଙ୍କା ନ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରୁ ପୁରୁଣା ଯନ୍ତ୍ରାଂଶ ସଂଗ୍ରହ କରି ଦୀର୍ଘ ୬/୭ ମାସ ଅକ୍ଳାନ୍ତ ପରିଶ୍ରମ କରି ଲୋକଙ୍କୁ ୨୪ଘଣ୍ଟା ସେବା ଯୋଗାଉଥିବା ମିନି ପେଟ୍ରୋଲ ପମ୍ପ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ଏହି ମିନି ପେଟ୍ରୋଲ ପମ୍ପରେ ୧୦୦ଟଙ୍କିଆ ଓ ୫୦ଟଙ୍କିଆ ନୋଟ ଭର୍ତ୍ତି କଲେ ସେହି ଅନୁଯାୟୀ ଠିକ୍‌ ପରିମାଣର ପେଟ୍ରୋଲ ପାଇପାରୁଥିବା ଗ୍ରାହକ ଏବେ ଡିଜିଟାଲ ପେମେଣ୍ଟର ସୁବିଧା ନେଉଛନ୍ତି। ତେବେ ଦିନ ରାତି ସେବା ପାଇପାରୁଥିବାରୁ ଗ୍ରାହକମାନେ ଖୁସି ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ ସେ ଆଗକୁ ଅନ୍ୟ ମେଶିନ ତିଆରି କରି ସମାଜର ମଙ୍ଗଳ ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି। ତେବେ ନିରନ୍ତର ପ୍ରୟାସ ଜାରି କରି ଆସୁଥିବା ଏହି ଯୁବକଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ନିଜର ପେଟ୍ରୋଲ ପମ୍ପକୁ ଅଧିକ ଉନ୍ନତମାନର କରିବା ଲକ୍ଷ୍ୟ ରଖିଛନ୍ତି ବୋଲି କୁହନ୍ତି ଜିତେନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri