ସିପିଙ୍କ ଜବାବପତ୍ରକୁ ନେଇ ବିବାଦ

କଟକ ଅଫିସ,୧୯। ୯: ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ନିକଟରେ ପୋଲିସ କମିଶନର(ସିପି) ଡ. ସୁଧାଂଶୁ ଷଡଙ୍ଗୀ ଦାଖଲ କରିଥିବା ଜବାବପତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି। କଟକଚଣ୍ଡୀ ମନ୍ଦିର ପୂଜକ ମନୋଜ କୁମାର ପଣ୍ଡା ଓ ଅନ୍ୟ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା ପରେ ଏହି ଜବାବପତ୍ର ପ୍ରସ୍ତୁତ ହୋଇଥିଲା ବୋଲି ଉଲ୍ଲେଖ କରାଯାଇଛି। ମାତ୍ର ମନୋଜ ଏହାକୁ ଅସ୍ବୀକାର କରିବା ସହ କୌଣସି ଆଲୋଚନା ହୋଇ ନ ଥିବା ସେ କହିଛନ୍ତି। କମିଶନର ଡ. ଷଡ଼ଙ୍ଗୀ ଶୁକ୍ରବାର ସନ୍ଧ୍ୟାରେ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜବାବପତ୍ରକୁ ସ୍ପଷ୍ଟ କରିଥିଲେ। ଅତିରିକ୍ତ ଡିସିପି ପ୍ରମୋଦ ରଥ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବା ପରେ ଆଡଭୋକେଟ୍‌ ଜେନେରାଲଙ୍କ ନିକଟରେ ଦାଖଲ ହୋଇଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଉକ୍ତ ଜବାବପତ୍ର ବିବାଦୀୟ ହୋଇଛି। ପ୍ରସଙ୍ଗଟି ହେଲା, ଚଳିତମାସ ୧୮ ତାରିଖରୁ ମଳମାସ ପ୍ରବେଶ କରୁଛି। ୧୭ ତାରିଖରେ ‘ଖଡ଼ିଧରା’ ଶେଷ କରିବା ଆବଶ୍ୟକ ବୋଲି କୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା। ହେଲେ ଏଭଳି କୌଣସି ନିର୍ଦ୍ଦିଷ୍ଟ ରୀତିନୀତି ନାହିଁ ବୋଲି ପୋଲିସ କମିଶନରଙ୍କ ଜବାବରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଚହଟାନଗରର ପୂଜକ ରାଜକିଶୋର ଶତପଥୀ, ଚଣ୍ଡୀ ମନ୍ଦିର ପୂଜକ ମନୋଜ କୁମାର ପଣ୍ଡା ଓ ବିଶ୍ୱକର୍ମା ପ୍ରଦୀପ ବେହେରାଙ୍କ ମତ ଉପସ୍ଥାପନ କରିଛନ୍ତି। ବିଲ୍ବବରଣ ତଥା ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ମୂର୍ତ୍ତିର ଆକାରରେ ପରିବର୍ତ୍ତନ ସମ୍ଭବ ବୋଲି କମିଶନରଙ୍କ ଜବାବ ପତ୍ରରେ ଉଲ୍ଲେଖ ରହିଛି। ହେଲେ ପୂଜକ ମନୋଜ ଏଭଳି କୌଣସି ମତାମତ ଦେଇନାହାନ୍ତି ବୋଲି କହିବା ପରେ ଏହି ପ୍ରସଙ୍ଗ ବିବାଦ ଘେରକୁ ଆସିଛି।
ପୋଲିସ କମିଶନର ଡ. ଷଡଙ୍ଗୀ ଜବାବ ରଖିଥିଲେ ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ ଡିସିପି ପ୍ରମୋଦ ରଥଙ୍କୁ ଉକ୍ତ ଦାୟିତ୍ୱ ଦିଆଯାଇଥିଲା। ସେ ଯେଉଁ ରିପୋର୍ଟ ମୋ ନିକଟରେ ଉପସ୍ଥାପନ କରିଥିଲେ, ତାହା ଆମେ ଦାଖଲ କରିଛୁ।
ଅତିରିକ୍ତ ଡିସିପି ପ୍ରମୋଦ କହିଛନ୍ତି, ପୂଜକ ମନୋଜ ଆମ ନିକଟରେ ଯାହା ମତ ଦେଇଛନ୍ତି ତାହାର ରେକର୍ଡ ଆମେ ରଖିଛୁ। ଏହା ମିଥ୍ୟା ନୁହେଁ। ଆବଶ୍ୟକ ପଡ଼ିଲେ ତାହାକୁ ଆମେ କୋର୍ଟରେ ଉପସ୍ଥାପନ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ହସାଇ ହସାଇ ବେଦମ କରୁଛି ବିକ୍ଷୋଭ ସମୟରେ ଆରଏଏଫ (RAF) ଯବାନ ଗୋଡ଼ାଇ ଗୋଡ଼ାଇ ଧରିଥିବା ସବୁଠାରୁ ଛୋଟ ‘କକରୋଚ’ର Video

ନୂଆଦିଲ୍ଲୀ,୧୧।୧୦: ଅକ୍ଟୋବର ୧୦ ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକରୋଚ ଜନତା ପାର୍ଟି’ (CJP)ର ଏକ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?