ସିପିଙ୍କ ଜବାବପତ୍ରକୁ ନେଇ ବିବାଦ

କଟକ ଅଫିସ,୧୯। ୯: ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ନିକଟରେ ପୋଲିସ କମିଶନର(ସିପି) ଡ. ସୁଧାଂଶୁ ଷଡଙ୍ଗୀ ଦାଖଲ କରିଥିବା ଜବାବପତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି। କଟକଚଣ୍ଡୀ ମନ୍ଦିର ପୂଜକ ମନୋଜ କୁମାର ପଣ୍ଡା ଓ ଅନ୍ୟ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା ପରେ ଏହି ଜବାବପତ୍ର ପ୍ରସ୍ତୁତ ହୋଇଥିଲା ବୋଲି ଉଲ୍ଲେଖ କରାଯାଇଛି। ମାତ୍ର ମନୋଜ ଏହାକୁ ଅସ୍ବୀକାର କରିବା ସହ କୌଣସି ଆଲୋଚନା ହୋଇ ନ ଥିବା ସେ କହିଛନ୍ତି। କମିଶନର ଡ. ଷଡ଼ଙ୍ଗୀ ଶୁକ୍ରବାର ସନ୍ଧ୍ୟାରେ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜବାବପତ୍ରକୁ ସ୍ପଷ୍ଟ କରିଥିଲେ। ଅତିରିକ୍ତ ଡିସିପି ପ୍ରମୋଦ ରଥ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବା ପରେ ଆଡଭୋକେଟ୍‌ ଜେନେରାଲଙ୍କ ନିକଟରେ ଦାଖଲ ହୋଇଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଉକ୍ତ ଜବାବପତ୍ର ବିବାଦୀୟ ହୋଇଛି। ପ୍ରସଙ୍ଗଟି ହେଲା, ଚଳିତମାସ ୧୮ ତାରିଖରୁ ମଳମାସ ପ୍ରବେଶ କରୁଛି। ୧୭ ତାରିଖରେ ‘ଖଡ଼ିଧରା’ ଶେଷ କରିବା ଆବଶ୍ୟକ ବୋଲି କୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା। ହେଲେ ଏଭଳି କୌଣସି ନିର୍ଦ୍ଦିଷ୍ଟ ରୀତିନୀତି ନାହିଁ ବୋଲି ପୋଲିସ କମିଶନରଙ୍କ ଜବାବରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଚହଟାନଗରର ପୂଜକ ରାଜକିଶୋର ଶତପଥୀ, ଚଣ୍ଡୀ ମନ୍ଦିର ପୂଜକ ମନୋଜ କୁମାର ପଣ୍ଡା ଓ ବିଶ୍ୱକର୍ମା ପ୍ରଦୀପ ବେହେରାଙ୍କ ମତ ଉପସ୍ଥାପନ କରିଛନ୍ତି। ବିଲ୍ବବରଣ ତଥା ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ମୂର୍ତ୍ତିର ଆକାରରେ ପରିବର୍ତ୍ତନ ସମ୍ଭବ ବୋଲି କମିଶନରଙ୍କ ଜବାବ ପତ୍ରରେ ଉଲ୍ଲେଖ ରହିଛି। ହେଲେ ପୂଜକ ମନୋଜ ଏଭଳି କୌଣସି ମତାମତ ଦେଇନାହାନ୍ତି ବୋଲି କହିବା ପରେ ଏହି ପ୍ରସଙ୍ଗ ବିବାଦ ଘେରକୁ ଆସିଛି।
ପୋଲିସ କମିଶନର ଡ. ଷଡଙ୍ଗୀ ଜବାବ ରଖିଥିଲେ ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ ଡିସିପି ପ୍ରମୋଦ ରଥଙ୍କୁ ଉକ୍ତ ଦାୟିତ୍ୱ ଦିଆଯାଇଥିଲା। ସେ ଯେଉଁ ରିପୋର୍ଟ ମୋ ନିକଟରେ ଉପସ୍ଥାପନ କରିଥିଲେ, ତାହା ଆମେ ଦାଖଲ କରିଛୁ।
ଅତିରିକ୍ତ ଡିସିପି ପ୍ରମୋଦ କହିଛନ୍ତି, ପୂଜକ ମନୋଜ ଆମ ନିକଟରେ ଯାହା ମତ ଦେଇଛନ୍ତି ତାହାର ରେକର୍ଡ ଆମେ ରଖିଛୁ। ଏହା ମିଥ୍ୟା ନୁହେଁ। ଆବଶ୍ୟକ ପଡ଼ିଲେ ତାହାକୁ ଆମେ କୋର୍ଟରେ ଉପସ୍ଥାପନ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

‘ମା’ କ୍ଷୀର ଅମୃତ ତୁଲ୍ୟ, ଏହାର ବିକଳ୍ପ ନାହିଁ’

କଟକ,୮ା୮(ସୁପ୍ରିୟା ପ୍ରିୟଦର୍ଶିନୀ): ଡ୍ରିମ୍‌ସ ସ୍କୁଲ ଆଣ୍ଡ୍‌ କଲେଜ ଅଫ୍‌ ନର୍ସିଂରେ ସୋମବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ପଦ୍ମିନୀ ଅଡିଟୋରିୟମ୍‌ରେ ‘କର୍ମଜୀବୀ...

ନିର୍ବାଚନ ହେବ,ଫଳ ଘୋଷଣା ହେବନି: ହାଇକୋର୍ଟ

ହାଟଡିହୀ,୩।୪(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ ପଞ୍ଚାୟତରେ ୧୧ା୩ା୨୨ରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥି ମଧ୍ୟରୁ ୨୮ ପଞ୍ଚାୟତରେ...

ବଦଳିବ ଭୁବନେଶ୍ୱର ରେଳଷ୍ଟେଶନ ରୂପ

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ):ଭୁବନେଶ୍ୱର ରେଳ ଷ୍ଟେଶନ ବିଶ୍ୱସ୍ତରୀୟ ହେବ । ଏ ନେଇ ଟେଣ୍ଡର ହୋଇଛି। କାମ ଖୁବଶୀଘ୍ର ଆରମ୍ଭ ହେବ ଓ ୨୪ ମାସ ଭିତରେ ପ୍ରକଳ୍ପ...

୨୦୫୦ ସୁଦ୍ଧା ନିଶ୍ଚିହ୍ନ ହେବ ଭିତରକନିକା ହେନ୍ତାଳବଣ

କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୧୭।୧୨ (ଡି.ଏନ୍‌.ଏ.):ବ୍ରାହ୍ମଣୀ ଓ ଖରସ୍ରୋତାର ମଧୁର ଜଳ ପରିମାଣ କମୁଛି। ମୌସୁମୀ ସମୟରେ ଭିତରକନିକାର ହେନ୍ତାଳ ବଣ ପାଇଁ ୭୦ ପ୍ରତିଶତ ଜଳ...

ଉପକୂଳରେ ୨ ଦିନିଆ ମିଳିତ ସମରାଭ୍ୟାସ

ପାରାଦୀପ,୬।୧୧(ସ୍ବ.ପ୍ର.): ଓଡ଼ିଶା ଓ ପଶ୍ଚିମବଙ୍ଗର ପୂର୍ବଉପକୂଳରେ ୨ ଦିନିଆ ମିଳିତ ସମରାଭ୍ୟାସ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି କ୍ରମରେ ପାରାଦୀପ ସାମୁଦ୍ରିକ ଥାନା ଓ ଆଖପାଖ...

ଗାଁ ଦାଣ୍ଡରେ ନୂଆଁଖାଇଲେ ୧୬୩ ପରିବାର

ସୁନ୍ଦରଗଡ,୨୧ା୯(ଜୟ ନାରାୟଣ ମେଣ୍ଡୁଳି): ଖରା, ବର୍ଷା, ଶୀତ, କାକରରେ ହାଡ଼ଭଙ୍ଗା ପରିଶ୍ରମ କରି ମାଟି ମା’ରୁ ଉତ୍ପାଦିତ ପ୍ରଥମ ଶସ୍ୟକୁ ସମ୍ମାନ ଦେବାର ପର୍ବ ହେଉଛି...

ସାର ପାଇଁ ଆଧାର: ଚାଷୀଙ୍କ ଆକାଉଣ୍ଟକୁ ଯିବ ସବ୍‌ସିଡି ଟଙ୍କା; ଆସନ୍ତାବର୍ଷରୁ କାର୍ଯ୍ୟକାରୀ ହେବ ଡିବିଟି

ଭୁବନେଶ୍ୱର,୨୨। ୯(ବ୍ୟୁରୋ): ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ନେବା ଏବଂ ଧାନ ବିକିବା ପାଇଁ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ...

ଜିଲାର ଏକମାତ୍ର ରକ୍ତଭଣ୍ଡାର ହୀନିମାନରେ ଚାଲିଛି

କେନ୍ଦ୍ରାପଡ଼ା ଅଫିସ, ୨୨ା୫: କେନ୍ଦ୍ରାପଡ଼ା ଜିଲାର ଏକମାତ୍ର ବ୍ଲଡ୍‌ ବ୍ୟାଙ୍କରେ ଘୋର ରକ୍ତସଙ୍କଟ ଦେଖାଦେଇଛି। ମାସକୁ ଅନୂ୍ୟନ ୬୦୦ରୁ ୭୦୦ ୟୁନିଟ ରକ୍ତ ଆବଶ୍ୟ୍ୟକ ଥିବାବେଳେ...

Advertisement
Archives

Model This Week