କରୋନାରୁ ସୁସ୍ଥ ହେବା ପରେ ହୃଦଘାତ: ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦଙ୍କ ପରଲୋକ

ପୁରୀ ଅଫିସ,୨୦।୯: ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର(୬୫)ଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ସେ କରୋନାରୁ ସୁସ୍ଥ ହୋଇ ହୋମ୍‌ ଆଇସୋଲେଶନରେ ରହିଥିଲେ। ରବିବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାରଲୋକେ ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ହୃଦଘାତରେ ପରଲୋକ ଘଟିଥିବା କୁହାଯାଉଛି। ସ୍ବର୍ଗତ ଦାସ ମହାପାତ୍ର ଶୁଦ୍ଧସୁଆର ନିଯୋଗର ସମ୍ପାଦକ ରହିଥିଲେ। ଏହାପୂର୍ବରୁ ୨୦ ବର୍ଷ ଧରି ଦଇତାପତି ନିଯୋଗର ସମ୍ପାଦକ ମଧ୍ୟ ରହିଥିଲେ। ଏହାଛଡ଼ା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ସେବାୟତଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଗଭୀର ଶୋକ ପ୍ରକାଶ କରିବା ସହ ଏହା ଅପୂରଣୀୟ କ୍ଷତି ବୋଲି ଅବିହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣାକୁ ବେଖାତିର: ନିତିଦିନିଆ ହେଲାଣି ଶ୍ରୀମନ୍ଦିରରେ ନୀତି ବିଳମ୍ବ

ପୁରୀ ଅଫିସ, ୮।୩: କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ କିମ୍ବା ବିଭ୍ରାଟକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ପାଳିଆସେବକ ୩ଥର ନୀତିରେ ବିଳମ୍ବ କରିବେ...

ଆଜି ଆସୁଛନ୍ତି ଭାଜପା ପ୍ରଭାରୀ ବଂଶଲ

ଭୁବନେଶ୍ବର,୫ା୯(ବ୍ୟୁରୋ):ଓଡ଼ିଶାର ନବନିଯୁକ୍ତ ଭାଜପା ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଲାଗି ସୋମବାର ରାଜ୍ୟ ଗସ୍ତରେ ଆସୁଛନ୍ତି। ଦିନ ଗୋଟାଏରେ...

ଅନୁପ୍ରବେଶକାରୀଙ୍କୁ ସୁହାଉଛି ଜଳପଥ

ବାଲେଶ୍ୱର ଅଫିସ, ୩୦।୪- ବାଲେଶ୍ୱର ଜିଲାରେ ୮୪ କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପାଇଁ ୩ଟି ସାମୁଦ୍ରିକ ଥାନା ରହିଛି। ସଦର ବ୍ଲକ ଅନ୍ତର୍ଗତ ବଳରାମଗଡ଼ି...

ରାଜ୍ୟରେ ସୁସ୍ଥ ହେଲେ ୩୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୧- ରାଜ୍ୟରେ ଶୁକ୍ରବାର ୩୦୧ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।  ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୭୩୩ରେ ପହଞ୍ଚିଛି।ସୁନ୍ଦରଗଡ଼...

୫ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ବର,୨୯ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୫ରେ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ...

କରୋନା ଲଢ଼େଇରେ ଆଉ ଜଣେ ଯୋଦ୍ଧା

ଝାରସୁଗୁଡ଼ା ଅଫିସ,୧୮ା୪- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସରକାର ସମଗ୍ର ଦେଶବାସୀଙ୍କ ସହଯୋଗ ଲୋଡୁଥିବା ବେଳେ...

୬ ମାସ ହେଲା ଡାକ୍ତରଖାନାରେ ସାମୁଏଲ

ବରଗଡ଼ ଅଫିସ୍‌,୨୫।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବେହେରାଡୁବୁରୀ ଗ୍ରାମର ମା’ ଉପାସୀ ଓ ବାପା ଜିତେସିଂ ସୁନାଙ୍କ ଏକମାତ୍ର ପୁଅ...

ଚିଟ୍‌ଫଣ୍ଡ ଠକେଇ ମାମଲା: କମ୍ପାନୀ ଏମ୍‌ଡି, ମ୍ୟାନେଜରଙ୍କୁ ୭ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସ୍ବତନ୍ତ୍ର ଚିଟଫଣ୍ଡ୍‌ କୋର୍ଟ ଜଜ୍‌ ଏକ ଟଙ୍କା ଠକେଇ ମାମଲାର ଶୁଣାଣି କରି ରାମକ୍ରିଷ୍ଣା ଇଲେକ୍ଟ୍ରୋ କଣ୍ଟ୍ରୋଲ୍‌ ଲିମିଟେଡ୍‌ ନାମକ ଅର୍ଥଲଗାଣକାରୀ...

Advertisement
Archives

Model This Week