ଆମ ଜିଲା ଖବର

ଭିଜିଲାନ୍ସ ଜାଲରେ ବଡ଼ବିଲ ସହକାରୀ ରାଜସ୍ବ ନିରୀକ୍ଷକ: ଜମି ଚିହ୍ନଟ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ବଡ଼ବିଲ,୨୫।୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କାରାକୋହ୍ଲ ଅଞ୍ଚଳର ଜାକ୍ରିଏସ କିସପଟା ନାମକ ବ୍ୟକ୍ତିଙ୍କ ଜମି ଚିହ୍ନଟ ପାଇଁ ଏଆର୍‌ଆଇ(ସହକାରୀ ରାଜସ୍ବ ନିରୀକ୍ଷକ) ରାମେଶ୍ୱର ମାରାଣ୍ଡି ୩ ହଜାର...

ପୁରୁଷୋତ୍ତମପୁର କୋର୍ଟରେ ନୂତନ ବିଚାରପତିଙ୍କ ଯୋଗଦାନ

ପୁରୁଷୋତ୍ତମପୁର, ୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ନୂତନ ବିଚାରପତି ଭାବେ ଦିଲ୍ଲୀପ କୁମାର ବାରିକ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବଲାଙ୍ଗୀର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ...

ଫୁଲବାଣୀରେ ପ୍ରବଳ ବର୍ଷା: ଗଛପଡ଼ି ରାସ୍ତା ଅବରୋଧ, ଛିଡିଲା ବିଦ୍ୟୁତ୍‌ ତାର

ଫୁଲବାଣୀ ଅଫିସ,୨୫।୨: କନ୍ଧମାଳ ଜିଲାରେ ମଙ୍ଗଳବାରରୁ ବର୍ଷା, ପବନ ଲାଗି ରହିଛି। ଏହାର ପ୍ରଭାବରେ ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗଛପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ ତାର ଛିଡିଛି। ଫଳରେ ସହରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ...

କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲରେ କପିକରି ଧରାପଡ଼ିଲେ ୨୭ ଛାତ୍ରୀଛାତ୍ର

ଭବାନୀପାଟଣା,୨୫।୨(ଡି.ଏନ୍‌.ଏ.): ସୋମବାର ଦଶମ ବୋର୍ଡ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତ ବିଷୟ ପରୀକ୍ଷା ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲର ୨୭ ଜଣଙ୍କୁ ମାଲପ୍ରାକ୍ଟିସ କରାଯାଇଛି। ଏଥିରେ ବୀଜମରା ସ୍ବାମୀ ବିବେକାନନ୍ଦ ହାଇସ୍କୁଲରେ ୪ ଜଣ, ଖଲିଆଭଟା...

ଲାଞ୍ଚନେବା ପଡ଼ିଲା ମହଙ୍ଗା: ବାଧ୍ୟତାମୂଳକ ଅବସର ଗ୍ରହଣ କଲେ କୋକସରା ତହସିଲର ରେଭିନ୍ୟୁ ଇନ୍ସପେକ୍ଟର

ଭବାନୀପାଟଣା,୨୫।୨(ଡି.ଏନ୍‌.ଏ.): ଲାଞ୍ଚନେବା କଳାହାଣ୍ଡି ଜିଲା କୋକସରା ତହସିଲର ରେ୍‌ଭିନ୍ୟୁ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଚାକିରି ଶେଷ ହୋଇ ନ ଥିଲେ ମଧ୍ୟ ବାଧ୍ୟତାମୂଳକ ଭାବେ ରେଭିନ୍ୟୁ ଇନ୍ସପେକ୍ଟର ଈଶ୍ୱରୀ ପ୍ରସାଦ ପୁରୋହିତଙ୍କୁ ଚାକିରିରୁ ଅବସର ଦିଆଯାଇଛି। ସେ ବହୁବାର ଲାଞ୍ଚ...

ଅଦିନିଆ ବର୍ଷା: ଚାଷୀ ଆତଙ୍କିତ

ସରଣ୍ଡା,୨୫।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡାରେ ମଙ୍ଗଳବାର ସକାଳୁ ବର୍ଷା ଲାଗି ରହିଛି। ସୋମବାର ମଧ୍ୟ ଦିନତମାମ ବର୍ଷା ଲାଗି ରହିଥିବା ଯୋଗୁ ସାଧାରଣ ଜୀବନ ଯାପନ ବାଧାପ୍ରାପ୍ତ ହୋଇଛି। ଅଦିନିଆ ବର୍ଷା ଲାଗି ବିଲାତି ବାଇଗଣ, ଫୁଲକୋବି,...

ଭୀମଟାଙ୍ଗର ଫେକର ଗେଟ୍‌ ସମ୍ମୁଖରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

କାଳିଆପାଣି,୨୫।୨(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଭୀମଟାଙ୍ଗର ଫେକର ଗେଟ୍‌ ସମ୍ମୁଖରେ ମଙ୍ଗଳବାର ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଧାରଣାରେ ବସିଛନ୍ତି। କାଳିଆପାଣି ଖଣି ଅଞ୍ଚଳରେ ଟାଟା ଷ୍ଟିଲ ପରିସରରେ ରହିଥିବା ଇଂଲିଶ ମିଡିୟମ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ...

ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ: ପୋଲିସ ଇନଫର୍ମର ଦର୍ଶାଇ ଜଣଙ୍କୁ ହତ୍ୟା

ଚିତ୍ରକୋଣ୍ଡା,୨୫।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ଦର୍ଶାଇ ଚିତ୍ରକୋଣ୍ଡା ବ୍ଲକ ଯୋଡ଼ାମ୍ବ ଗ୍ରାମ ନିକଟବର୍ତ୍ତୀ ଖଜୁରିଗୁଡ଼ା ଜଙ୍ଗଲର ବିହନଗୁଡ଼ା ଛକ ନିକଟରେ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି।...

ବିଦ୍ୟୁତ୍‌ ସର୍ଟଶର୍କିଟ୍‌ରୁ ଅଗ୍ନିକାଣ୍ଡ: ୫ ପରିବାରଙ୍କ ୭ ଘର ଜଳିଗଲା

କୃଷ୍ଣପ୍ରସାଦ, ୨୫।୨(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବାଲିନାସୀ ଗାଁରେ ମଙ୍ଗଳବାର ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ପରିବାରଙ୍କ ୭ଟି ଘର ଜଳାଯାଇଛି। ସୁଦର୍ଶନ ବେହେରା, ସୁମନ ବେହେରା, ରାଜକୁମାରୀ ବେହେରା, ବିନୋଦିନୀ ବେହେରା ଏବଂ ଅନୀଳ ବେହେରାଙ୍କ...

ବିଧାନସଭାରେ ପୁଣି ଧାନ ତାତି, ଗୃହ ମୁଲତବୀ, ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଚାଷୀଙ୍କଠାରୁ ଧାନ ସଂଗ୍ରହକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା ହୋଇଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ସୋମବାର ଗୃହକୁ ଅଚଳ କରିଥିବା ବେଳେ ମଙ୍ଗଳବାର ମଧ୍ୟ ହେ-ହଲ୍ଲା କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଦଳ...

ରାଜ୍ୟରେ ଲଗାଣ ବର୍ଷା: ଆଉ ୩୬ ଘଣ୍ଟା ବର୍ଷିବ, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ମେଘୁଆ ପାଗ ସହିତ ଝିପି ଝିପି ବର୍ଷା ଲାଗିରହିଛି। କେତେକ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବାରୁ ସାଧାରଣ...

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ,୨୫ା୨: ଫାଲ୍‌ଗୁନ ଶୁକ୍ଳ ପ୍ରତିପଦାରେ ସୋମବାର ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସରିବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଆଜ୍ଞାମାଳ ପାଇ ବେଣ୍ଟ (ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ। ବିମାନବଡୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri