ଲଗାଣ ବର୍ଷାରେ ନିରାକାରପୁର ଅଞ୍ଚଳ ଜଳାର୍ଣ୍ଣବ: ରାସ୍ତା ଉପରେ ଚାଲିଛି ୩ ଫୁଟରୁ ଅଧିକ ପାଣି, ବୁଡ଼ିଲା ଚାଷଜମି
ନିରାକାରପୁର,୨୫।୧୦(ଡି.ଏନ୍.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା ଜିଲା ନିରାକାରପୁର ଲେଣ୍ଡୁ ଏବଂ ରାମେଶ୍ୱର ପଞ୍ଚାୟତର ଅନେକ ଗ୍ରାମ ଏବେ ପାଣି ଘେରରେ। ଭୋଗତିପଡ଼ା ଗ୍ରାମରେ ଥିବା ୧୦୦ ପରିବାର ପାଣି ଭିତରେ ଫସି ରହିଥିବା…
ଖିରିସାହି ସମୁଦ୍ର କୂଳରେ ଆଣ୍ଡାମାନ ବୋଟ
କୃଷ୍ଣପ୍ରସାଦ, ୨୫।୧୦(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଖିରିସାହି ସମୁଦ୍ର କୂଳରେ ଆଣ୍ଡାମାନର ଏକ ବୋଟ ଲାଗିଛି। ବୋଟରେ ଥିବା ଜଣେ କର୍ମଚାରୀଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ସେ ହେଲେ ଅମ୍ରିତ କୁଦୁରୁ। ଉଦ୍ଧାର ହେବା ପରେ ଅମ୍ରିତ ଗ୍ରାମବାସୀଙ୍କ…
ଗଛ ପଡ଼ି ଭାଙ୍ଗିଲା ୫ ଦୋକାନ: ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଖଇରା,୨୫।୧୦(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ବର୍ତ୍ତନା ବଜାରରେ ଗୁରୁବାର ରାତିରେ ୨ଟି ଗଛ ଉପୁଡ଼ିବା ଯୋଗୁ ୫ ଦୋକାନ ଭାଙ୍ଗି ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଦୋକାନୀମାନେ ହେଲେ ବାବୁରାମ ସାହୁ, ଭାସ୍କର ବେହେରା, ଦିବାକର ବେହେରା, ସୁଶୀଲ ସାହୁ…
ପାରିବାରିକ ଅଶାନ୍ତିରୁ ଆର୍ବିଆଇ ଜିଏମ୍ଙ୍କ ଆତ୍ମହତ୍ୟା
ଚଣ୍ଡିଖୋଲ,୨୫।୧୧(ଡ.ଏନ୍.ଏ.): ଯାଜପୁର ଜିଲା ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲରେ ଜଣେ ବ୍ୟାଙ୍କ ଅଧିକାରୀ ବେକରେ ବେଡସିଟ୍ ଗୁଡ଼ାଇ ଗୁରୁବାର ରାତିିରେ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଯାଜପୁର ଥାାନା ଅନ୍ତର୍ଗତ ନରହରିପୁର ଗ୍ରାମର ଆଶିଷ ରଞ୍ଜନ ସାମଲ। ସେ ଗୌହାଟିରେ ରିଜର୍ଭ…
ହୋମଗାର୍ଡଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର
ଖୋର୍ଦ୍ଧା ଅଫିସ, ୨୫।୧୦: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ବେଗୁନିଆ ବ୍ଲକ ସିମୋର ଅଞ୍ଚଳର ପ୍ରମୋଦ ଭୋଳ ନାମକ ହୋମଗାର୍ଡଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବାବେଳେ…
ଏମିତି ବି ଆସେ ମୃତ୍ୟୁ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶାଶୁ, ୨ ବୋହୁଙ୍କ ଜୀବନ ଗଲା
ସାଲେପୁର,୨୫।୧୦(ଡି.ଏନ୍.ଏ.): କଟକ ଜିଲା ସାଲେପୁର ଥାନା ଅଧୀନ ବାରିଗୋଳ ପଞ୍ଚାୟତ ବେତେଇ ଗ୍ରାମ ଦଳିତ ସାହିରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶାଶୁ ସୀତା ମଲ୍ଲିକ(୭୦), ମଝିଆ…
ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର,ଅଭିଭାବକ
ଭେଡ଼େନ,୨୫।୧୦(ଡି.ଏନ୍.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ବଡ଼ପିପିଲିପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଶୁକ୍ରବାର ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନ ଥିବା, ବିଜ୍ଞାନ ଆଦି ପାଠ ଠିକ୍…
ମାଓବାଦୀଙ୍କ ଗଛ ପକାଇ ରାସ୍ତା ଅବରୋଧ ଘଟଣା: ପୋଲିସ ଦମନ ବିରୋଧରେ ୨୪ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା
ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରୁ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥରେ ଗୁରୁବାର ସନ୍ଧ୍ୟାରେ ମାଓବାଦୀଙ୍କ ପକ୍ଷରୁ ଗଛ କାଟି ରାସ୍ତା ଅବରୋଧ କରିବା ସହ ଲାଲ୍ ବ୍ୟାନର ଲଗାଇଥିଲେ। ଉକ୍ତ ବ୍ୟାନରରେ ସେମାନେ ବିଭିନ୍ନ ଦାବିନେଇ ଶୁକ୍ରବାର…
ଲୁହାବୋଝେଇ ଟ୍ରକ୍ ଧକ୍କାରେ ୨ଭାଇ ମୃତ, କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ
ଝାରସୁଗୁଡା ଅଫିସ୍/ଲଖନପୁର,୨୫।୧୦(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ବଡମାଲ ଥାନା ଅଧୀନ ୧୦ ନଂ. ରାଜ୍ୟ ରାଜପଥ ଏସ୍ଏମ୍ସି ରାସ୍ତା ନିକଟରେ ଶୁକ୍ରବାର ଏକ ଲୁହାବୋଝେଇ ଟ୍ରକ୍ ଧକ୍କାରେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ତୁମ୍ଭେକେଲା ଗ୍ରାମର ବଡ଼ଭାଇ ସାନ୍ତନୁ…
ରାଇଘର ଅଞ୍ଚଳରେ ମାଓବାଦୀ ପୋଷ୍ଟର, ଦିନିକିଆ ବନ୍ଦ ଡାକରା ସଫଳ କରିବାକୁ ଆହ୍ବାନ
ରାଇଘର, ୨୫।୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋଣା ଅଞ୍ଚଳରେ ମାଓବାଦୀ ପୋଷ୍ଟର ଏବଂ ବ୍ୟାନର୍ ଦେଖିବାକୁ ମିଳିଛି। ଅକ୍ଟୋବର ୨୫, ଶୁକ୍ରବାର ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବା ଲାଗି ଛତିଶଗଡ଼ ମୈନପୁର ଓ ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ…
ବଢ଼ୁଛି ବୈତରଣୀ
ଭଣ୍ଡାରିପୋଖରୀ, ୨୫।୧୦(ଡି.ଏନ୍.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବୈତରଣୀ ନଦୀର ଜଳସ୍ତର ବଢିବା ଆରମ୍ଭ କରିଛି। ଆଖୁଆପଦାଠାରେ ନଦୀର ଜଳସ୍ତର ଶୁକ୍ରବାର ସକାଳ ୮ ଟାରୁ ବୃଦ୍ଧି ପାଇବା ଆରମ୍ଭ କରିଥିଲା। ଜଳସ୍ତର…
ବଡ଼ସାହିରେ ସର୍ବାଧିକ,ବିଜାତଳାରେ ସର୍ବନିମ୍ନ ବର୍ଷା: ବିଦ୍ୟାଳୟ ଛୁଟି
ବାରିପଦା ଅଫିସ,୨୫।୧୦: ମୟୂରଭଞ୍ଜ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ୁଛି। ଜିଲାର ବଡ଼ସାହିରେ ଶୁକ୍ରବାର ସୁଦ୍ଧା ସର୍ବାଧିକ ୧୦୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବିଜାତଳାରେ ସର୍ବନିମ୍ନ ୨୫…

