ସ୍ବାଭାବିକ ହେଲା ବଜେଟ ଆଲୋଚନା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ କରାଯାଇଥିବା ବଜେଟ ଉପରେ ମଙ୍ଗଳବାର ଆଲୋଚନା ହୋଇଛି। ସୋମବାର ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ଯୋଗୁ ଆଲୋଚନା ସମ୍ଭବ ହୋଇପାରି ନ ଥିଲା। ମଙ୍ଗଳବାର ଆଲୋଚନା ଅସମାପ୍ତ ରହିଛି, ବୁଧବାର ପୁନର୍ବାର ଏହା ଜାରି ରହିବ ବୋଲି ଜଣାପଡ଼ିଛି।
ଦ୍ୱିତୀୟାର୍ଦ୍ଧରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବଜେଟ ଆଲୋଚନା ଆରମ୍ଭ କରିଥିଲେ। ବିଷ୍ଣୁ କହିଥିଲେ ଯେ, ଗ୍ରାମୀଣ ଅର୍ଥନୀତିକୁ ବଜେଟରେ ଗୁରୁତ୍ୱ ଦିଆଯାଇନାହିଁ। ଏବେ ବି ମାଛ ପାଇଁ ଆନ୍ଧ୍ର, ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ କେନ୍ଦ୍ର ଅବହେଳାର ସ୍ଳୋଗାନ ଦିଆଯାଉଛି। କେନ୍ଦ୍ର ପକ୍ଷରୁ ରାଜ୍ୟକୁ ୨୦୧୫-୧୬ରେ ୩୬,୬୦୦ କୋଟି ଟଙ୍କା, ୨୦୧୬-୧୭ରେ ୪୩,୪୧୩.୦୮ କୋଟି, ୨୦୧୭-୧୮ରେ ୪୮.୮୯୨ କୋଟି, ୨୦୧୮-୧୯ରେ ୫୪,୯୫୧ କୋଟି, ୨୦୧୯-୨୦ରେ ୬୩, ୭୩୫ କୋଟି ଏବଂ ଚଳିତ ଆର୍ଥିକ ବର୍ଷରେ ୬୮,୩୦୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ରାଜ୍ୟର ନିଜସ୍ବ ଆୟ ୫୬ ହଜାର କୋଟି ଟଙ୍କା ରହିଛି। ଅପରପକ୍ଷରେ ରାଜ୍ୟ ପକ୍ଷରୁ ଦରମା ଏବଂ ପେନସନ୍‌ ବାବଦକୁ କେବଳ ୬୮ ହଜାର କୋଟି ଟଙ୍କା ଆବଶ୍ୟକ। ତେଣୁ ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା ଶିଶୁ, ପୋଷଣ ଏବଂ ଜଳବାୟୁ ବଜେଟ ଦ୍ୱାରା କେବଳ ଗୋଲାପୀ ଚିତ୍ର ଅଙ୍କାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜ ନାମରେ କରିବା ପାଇଁ ବାରମ୍ବାର ତା’ର ମୋଡାଲିଟିରେ ପରିବର୍ତ୍ତନ କରାଯାଉଥିବା ବିଷ୍ଣୁ ଅଭିଯୋଗ କରିଥିଲେ। ଏହା ପରେ ଶାସକ ଦଳ ପକ୍ଷରୁ ଅମର ଶତପଥୀ ବଜେଟ ଉପରେ ଆଲୋଚନା କରିଥିଲେ। ଅମର କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଜି ମଡେଲ ରାଜ୍ୟ। ବିଏସ୍‌କେୱାଇ, ଜାଗା ମିଶନ ପରି ଲୋକ କଲ୍ୟାଣକାରୀ ଯୋଜନା ସୁଦୂରପ୍ରସାରୀ ହୋଇପାରିଛି। ଚଳିତ ଥର ଆଗତ ହୋଇଥିବା ବଜେଟରେ ୫-ପି’କୁ ପ୍ରାଧାନ୍ୟ ଦିଆଯାଇଛି। ଏହା ହେଉଛି ପେପରଲେସ୍‌, ପାଟିସିପେକ୍ଟୋରି, ପିପୁଲ ଓରିଏଣ୍ଟେଡ୍‌, ପ୍ରସ୍‌ପେକ୍ଟଟିଭ୍‌ ଏବଂ ପ୍ରମିସିଭ୍‌। ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ ଯେଉଁ ହାରରେ ଅନୁଦାନ ପାଇବା କଥା, ତାହା ହ୍ରାସ ପାଇବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ୩୨୮୬ କୋଟି ଟଙ୍କା ହରାଇବାକୁ ଯାଉଛି। କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରୁନାହାନ୍ତି। ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକ ପାଣ୍ଠି କେନ୍ଦ୍ର ଯୋଗାଇ ଦେଉ ନ ଥିବା ଅମର କହିଥିଲେ। ଏହା ପରେ ବିଧାୟକ ରମେଶ ବେହେରା ମଧ୍ୟ ବଜେଟ ସର୍ବାଙ୍ଗୀନ ବିକାଶର ଆଧାର ହେବ ବୋଲି କହିଥିଲେ।
ସେହିଭଳି କଂଗ୍ରେସ ନେତା ସୁରେଶ ରାଉତରାୟ କହିଥିଲେ ଯେ, କ୍ୟାପିଟାଲ ହସ୍ପିଟାଲକୁ ମେଡିକାଲ କଲେଜ କରାଯାଉ। ଫନୀ କ୍ଷତିଗ୍ରସ୍ତଙ୍କ ପୂର୍ଣ୍ଣାଙ୍ଗ ତାଲିକା ନାହିଁ, ସେମାନଙ୍କ ପାଖରେ ଠିକ୍‌ ସମୟରେ ସହାୟତା ପହଞ୍ଚତ୍ ନାହିଁ। ଶିଳ୍ପପତିଙ୍କ ଉପରେ ଥିବା ଜଳ ଏବଂ ବିଦ୍ୟୁତ୍‌ କର ଆଦାୟ କରାଯାଉ। ସବୁ ପ୍ରକାର ଠିକା ନିଯୁକ୍ତି ବ୍ୟବସ୍ଥା ବନ୍ଦ କରାଯାଉ। ଜିଲାସ୍ତରରେ ଆର୍‌ଆଇ କାର୍ଯ୍ୟାଳୟରୁ ଆରମ୍ଭ କରି ଜିଲାପାଳ ଅଫିସରେ ପଦବୀ ପୂରଣ କରାଯାଉ। କେନ୍ଦ୍ର ସରକାର ରାଜ୍ୟର ପ୍ରାୟ ୪୪,୦୦୦ କୋଟି ଟଙ୍କା ବାକି ରଖିଛନ୍ତି। ସେ ସବୁ କିପରି ମିଳିପାରିବ, ତାହାର ବ୍ୟବସ୍ଥା କରାଯାଉ। ରାଜଧାନୀରେ ୧୦,୦୦୦ ଲୋକ ଏକାଠି ବସିବା ଭଳି ଅଡିଟୋରିୟମ ନିର୍ମାଣ କରାଯାଉ। ସବ୍‌ଇନିସ୍‌ପେକ୍ଟର ପଦବୀ ପୂରଣ ସହ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ହେଉ। ବିଧାୟକମାନେ ନିଜ ନିଜ ଅଞ୍ଚଳରେ ମିନି ଷ୍ଟାଡିୟମ୍‌ କରି କ୍ରୀଡ଼ାର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରନ୍ତୁ ବୋଲି ସୁରେଶ କହିଥିଲେ। ଏହା ପରେ ସୁବାସ ବେହେରା, ବିଷ୍ଣୁବ୍ରତ ରାଉତରାୟ, ରାଜକିଶୋର ଦାସ ପ୍ରମୁଖ ବିଜେଡି ପକ୍ଷରୁ ବକ୍ତବ୍ୟ ରଖି ବଜେଟକୁ ବିଭିନ୍ନ ଦିଗରୁ ପ୍ରଶଂସା କରିଥିଲେ। ଅପରପକ୍ଷରେ ଭାଜପା ବିଧାୟକ ମୁକେଶ ମହାଲିଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ମୁକେଶ କହିଥିଲେ ଯେ, ସରକାର ଯେଉଁ ଯୋଜନା କରୁଛନ୍ତି, ସେଥିରେ ଦାରିଦ୍ର୍ୟ କମିବ ନାହିଁ। ତାହା ବଳବତ୍ତର ରହିବ ଏବଂ ତାହା ଭୋଟ ବ୍ୟାଙ୍କ୍‌ ଭାବେ ବ୍ୟବହୃତ ହେବ। ଆୟୁର୍ବେଦ, ହୋମିଓପାଥି ବ୍ୟବସ୍ଥାକୁ ଉପଯୁକ୍ତ ଧ୍ୟାନ ଦିଆଯାଉ ବୋଲି ମୁକେଶ କହିଥିଲେ। ବଜେଟ୍‌ ଆଲୋଚନା ବ୍ୟତୀତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅନ୍ୟ ଏକ ପ୍ରସଙ୍ଗ ଗୃହର ଦୃଷ୍ଟିକୁ ଆଣିଥିଲେ। ଓଡ଼ିଶା ପ୍ରଶାସନିକ ସେବା ପାଇଁ ହେଉଥିବା ପରୀକ୍ଷା ସମୟରେ ସର୍ବଭାରତୀୟ ସେବା ପରୀକ୍ଷା ରହୁଥିବାରୁ ଏହାର ତାରିଖ ପରିବର୍ତ୍ତନ ପାଇଁ ପ୍ରଦୀପ୍ତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?