ସ୍ବାଭାବିକ ହେଲା ବଜେଟ ଆଲୋଚନା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ କରାଯାଇଥିବା ବଜେଟ ଉପରେ ମଙ୍ଗଳବାର ଆଲୋଚନା ହୋଇଛି। ସୋମବାର ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ଯୋଗୁ ଆଲୋଚନା ସମ୍ଭବ ହୋଇପାରି ନ ଥିଲା। ମଙ୍ଗଳବାର ଆଲୋଚନା ଅସମାପ୍ତ ରହିଛି, ବୁଧବାର ପୁନର୍ବାର ଏହା ଜାରି ରହିବ ବୋଲି ଜଣାପଡ଼ିଛି।
ଦ୍ୱିତୀୟାର୍ଦ୍ଧରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବଜେଟ ଆଲୋଚନା ଆରମ୍ଭ କରିଥିଲେ। ବିଷ୍ଣୁ କହିଥିଲେ ଯେ, ଗ୍ରାମୀଣ ଅର୍ଥନୀତିକୁ ବଜେଟରେ ଗୁରୁତ୍ୱ ଦିଆଯାଇନାହିଁ। ଏବେ ବି ମାଛ ପାଇଁ ଆନ୍ଧ୍ର, ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ କେନ୍ଦ୍ର ଅବହେଳାର ସ୍ଳୋଗାନ ଦିଆଯାଉଛି। କେନ୍ଦ୍ର ପକ୍ଷରୁ ରାଜ୍ୟକୁ ୨୦୧୫-୧୬ରେ ୩୬,୬୦୦ କୋଟି ଟଙ୍କା, ୨୦୧୬-୧୭ରେ ୪୩,୪୧୩.୦୮ କୋଟି, ୨୦୧୭-୧୮ରେ ୪୮.୮୯୨ କୋଟି, ୨୦୧୮-୧୯ରେ ୫୪,୯୫୧ କୋଟି, ୨୦୧୯-୨୦ରେ ୬୩, ୭୩୫ କୋଟି ଏବଂ ଚଳିତ ଆର୍ଥିକ ବର୍ଷରେ ୬୮,୩୦୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ରାଜ୍ୟର ନିଜସ୍ବ ଆୟ ୫୬ ହଜାର କୋଟି ଟଙ୍କା ରହିଛି। ଅପରପକ୍ଷରେ ରାଜ୍ୟ ପକ୍ଷରୁ ଦରମା ଏବଂ ପେନସନ୍‌ ବାବଦକୁ କେବଳ ୬୮ ହଜାର କୋଟି ଟଙ୍କା ଆବଶ୍ୟକ। ତେଣୁ ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା ଶିଶୁ, ପୋଷଣ ଏବଂ ଜଳବାୟୁ ବଜେଟ ଦ୍ୱାରା କେବଳ ଗୋଲାପୀ ଚିତ୍ର ଅଙ୍କାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜ ନାମରେ କରିବା ପାଇଁ ବାରମ୍ବାର ତା’ର ମୋଡାଲିଟିରେ ପରିବର୍ତ୍ତନ କରାଯାଉଥିବା ବିଷ୍ଣୁ ଅଭିଯୋଗ କରିଥିଲେ। ଏହା ପରେ ଶାସକ ଦଳ ପକ୍ଷରୁ ଅମର ଶତପଥୀ ବଜେଟ ଉପରେ ଆଲୋଚନା କରିଥିଲେ। ଅମର କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଜି ମଡେଲ ରାଜ୍ୟ। ବିଏସ୍‌କେୱାଇ, ଜାଗା ମିଶନ ପରି ଲୋକ କଲ୍ୟାଣକାରୀ ଯୋଜନା ସୁଦୂରପ୍ରସାରୀ ହୋଇପାରିଛି। ଚଳିତ ଥର ଆଗତ ହୋଇଥିବା ବଜେଟରେ ୫-ପି’କୁ ପ୍ରାଧାନ୍ୟ ଦିଆଯାଇଛି। ଏହା ହେଉଛି ପେପରଲେସ୍‌, ପାଟିସିପେକ୍ଟୋରି, ପିପୁଲ ଓରିଏଣ୍ଟେଡ୍‌, ପ୍ରସ୍‌ପେକ୍ଟଟିଭ୍‌ ଏବଂ ପ୍ରମିସିଭ୍‌। ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ ଯେଉଁ ହାରରେ ଅନୁଦାନ ପାଇବା କଥା, ତାହା ହ୍ରାସ ପାଇବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ୩୨୮୬ କୋଟି ଟଙ୍କା ହରାଇବାକୁ ଯାଉଛି। କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରୁନାହାନ୍ତି। ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକ ପାଣ୍ଠି କେନ୍ଦ୍ର ଯୋଗାଇ ଦେଉ ନ ଥିବା ଅମର କହିଥିଲେ। ଏହା ପରେ ବିଧାୟକ ରମେଶ ବେହେରା ମଧ୍ୟ ବଜେଟ ସର୍ବାଙ୍ଗୀନ ବିକାଶର ଆଧାର ହେବ ବୋଲି କହିଥିଲେ।
ସେହିଭଳି କଂଗ୍ରେସ ନେତା ସୁରେଶ ରାଉତରାୟ କହିଥିଲେ ଯେ, କ୍ୟାପିଟାଲ ହସ୍ପିଟାଲକୁ ମେଡିକାଲ କଲେଜ କରାଯାଉ। ଫନୀ କ୍ଷତିଗ୍ରସ୍ତଙ୍କ ପୂର୍ଣ୍ଣାଙ୍ଗ ତାଲିକା ନାହିଁ, ସେମାନଙ୍କ ପାଖରେ ଠିକ୍‌ ସମୟରେ ସହାୟତା ପହଞ୍ଚତ୍ ନାହିଁ। ଶିଳ୍ପପତିଙ୍କ ଉପରେ ଥିବା ଜଳ ଏବଂ ବିଦ୍ୟୁତ୍‌ କର ଆଦାୟ କରାଯାଉ। ସବୁ ପ୍ରକାର ଠିକା ନିଯୁକ୍ତି ବ୍ୟବସ୍ଥା ବନ୍ଦ କରାଯାଉ। ଜିଲାସ୍ତରରେ ଆର୍‌ଆଇ କାର୍ଯ୍ୟାଳୟରୁ ଆରମ୍ଭ କରି ଜିଲାପାଳ ଅଫିସରେ ପଦବୀ ପୂରଣ କରାଯାଉ। କେନ୍ଦ୍ର ସରକାର ରାଜ୍ୟର ପ୍ରାୟ ୪୪,୦୦୦ କୋଟି ଟଙ୍କା ବାକି ରଖିଛନ୍ତି। ସେ ସବୁ କିପରି ମିଳିପାରିବ, ତାହାର ବ୍ୟବସ୍ଥା କରାଯାଉ। ରାଜଧାନୀରେ ୧୦,୦୦୦ ଲୋକ ଏକାଠି ବସିବା ଭଳି ଅଡିଟୋରିୟମ ନିର୍ମାଣ କରାଯାଉ। ସବ୍‌ଇନିସ୍‌ପେକ୍ଟର ପଦବୀ ପୂରଣ ସହ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ହେଉ। ବିଧାୟକମାନେ ନିଜ ନିଜ ଅଞ୍ଚଳରେ ମିନି ଷ୍ଟାଡିୟମ୍‌ କରି କ୍ରୀଡ଼ାର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରନ୍ତୁ ବୋଲି ସୁରେଶ କହିଥିଲେ। ଏହା ପରେ ସୁବାସ ବେହେରା, ବିଷ୍ଣୁବ୍ରତ ରାଉତରାୟ, ରାଜକିଶୋର ଦାସ ପ୍ରମୁଖ ବିଜେଡି ପକ୍ଷରୁ ବକ୍ତବ୍ୟ ରଖି ବଜେଟକୁ ବିଭିନ୍ନ ଦିଗରୁ ପ୍ରଶଂସା କରିଥିଲେ। ଅପରପକ୍ଷରେ ଭାଜପା ବିଧାୟକ ମୁକେଶ ମହାଲିଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ମୁକେଶ କହିଥିଲେ ଯେ, ସରକାର ଯେଉଁ ଯୋଜନା କରୁଛନ୍ତି, ସେଥିରେ ଦାରିଦ୍ର୍ୟ କମିବ ନାହିଁ। ତାହା ବଳବତ୍ତର ରହିବ ଏବଂ ତାହା ଭୋଟ ବ୍ୟାଙ୍କ୍‌ ଭାବେ ବ୍ୟବହୃତ ହେବ। ଆୟୁର୍ବେଦ, ହୋମିଓପାଥି ବ୍ୟବସ୍ଥାକୁ ଉପଯୁକ୍ତ ଧ୍ୟାନ ଦିଆଯାଉ ବୋଲି ମୁକେଶ କହିଥିଲେ। ବଜେଟ୍‌ ଆଲୋଚନା ବ୍ୟତୀତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅନ୍ୟ ଏକ ପ୍ରସଙ୍ଗ ଗୃହର ଦୃଷ୍ଟିକୁ ଆଣିଥିଲେ। ଓଡ଼ିଶା ପ୍ରଶାସନିକ ସେବା ପାଇଁ ହେଉଥିବା ପରୀକ୍ଷା ସମୟରେ ସର୍ବଭାରତୀୟ ସେବା ପରୀକ୍ଷା ରହୁଥିବାରୁ ଏହାର ତାରିଖ ପରିବର୍ତ୍ତନ ପାଇଁ ପ୍ରଦୀପ୍ତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri