ମହାପ୍ରଭୁଙ୍କ ଜମି ହିସାବ ବାଉଳା

ପୁରୀ ଅଫିସ,୨୬ା୨: ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମି ହିସାବକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ସମୁଦାୟ ଜମି କେତେ, କେଉଁ କେଉଁ ଜାଗାରେ ରହିଛି, ସବୁ ଜମିର ହିସାବ ଅଛି କି ନାହିଁ ଏ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ତେବେ ସବୁ ଜମିର ରେକର୍ଡ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନ ଥିବା ଏବଂ ବେଆଇନ ଭାବେ ମହାପ୍ରଭୁଙ୍କ ଜମି ଜବରଦଖଲ ହୋଇଥିବା ନେଇ ମନ୍ତ୍ରୀ ତଥ୍ୟ ରଖିବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ଯତ୍ନ ନେଇପାରୁ ନ ଥିବା ସରକାର କିପରି ସାଧାରଣ ଲୋକଙ୍କ ସମ୍ପତ୍ତିକୁ ସୁରକ୍ଷା ଦେଇପାରିବେ ସେ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ସେବାୟତ, ବୁଦ୍ଧିଜୀବୀ ଓ ଜଗନ୍ନାଥପ୍ରେମୀ।
ମଙ୍ଗଳବାର ବିଧାନସଭାରେ ଆଇନ ମନ୍ତ୍ରୀ ରଖିଥିବା ବିବୃତି ଅନୁଯାୟୀ, ଓଡ଼ିଶାର ୨୪ଟି ଜିଲାରେ ମହାପ୍ରଭୁଙ୍କର ୬୦୪୨୬.୯୪୩ ଏକର ଜମି ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୪୮୦୩.୦୧୩ ଏକର ଜମିର ଚୂଡ଼ାନ୍ତ ସ୍ବତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ତେବେ ମନ୍ତ୍ରୀଙ୍କ ଏହି ତଥ୍ୟ ପ୍ରଦାନ ପରେ ପ୍ରାୟ ୨୫ ହଜାର ଏକର ଜମିର ହିସାବ ସରକାରଙ୍କ ପାଖରେ ନ ଥିବା ସ୍ପଷ୍ଟ ହୋଇଛି। ଅପରପକ୍ଷେ ମହାପ୍ରଭୁଙ୍କ ଜମିକୁ ବେଆଇନ ଭାବେ ଜବରଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇଛି। ଏହି ଜବରଦଖଲକୁ ଉଚ୍ଛେଦ କରାଯିବା ନିମନ୍ତେ ୮୬୪ଟି ମାମଲା ସମ୍ପୃକ୍ତ ତହସିଲଦାରଙ୍କ ନିକଟରେ ମନ୍ଦିର ପ୍ରଶାସନ ପକ୍ଷରୁ ଦାଏର କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏଭଳି ତଥ୍ୟ ଜଣାପଡିବା ପରେ ଶ୍ରୀମନ୍ଦିର ସେବାୟତ, ଜଗନ୍ନାଥପ୍ରେମୀ ଏବଂ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ଜମି ପ୍ରତି ସରକାର କେତେ ଯତ୍ନଶୀଳ ତାହା ଏଥିରୁ ସ୍ପଷ୍ଟ ହେଉଛି। କଟକ, ପୁରୀ, ଖୋର୍ଦ୍ଧା ସମେତ ବିଭିନ୍ନ ଜିଲାରେ ମହାପ୍ରଭୁଙ୍କ ସମ୍ପତ୍ତି ବହୁ ବଡ଼ବଡ଼ିଆ ମାଡ଼ି ବସିଛନ୍ତି। ସେଥିରେ ଘରଦ୍ୱାର କରିବା ସହ କେହି କେହି ଅନ୍ୟମାନଙ୍କୁ ଭଡ଼ା ବି ଦେଇଛନ୍ତି। ହେଲେ ସରକାର ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ମହାପ୍ରଭୁଙ୍କ ଜମି ମୁକ୍ତ ହୋଇପାରୁ ନ ଥିବାବେଳେ ଶ୍ରୀମନ୍ଦିରକୁ ମଧ୍ୟ ଟଙ୍କାଟିଏ ରାଜସ୍ବ ଆସୁନାହିଁ। ପୁରୀ ସହରର ବୁଦ୍ଧିଜୀବୀ ସରୋଜ କୁମାର ବେହେରା କହିଛନ୍ତି, ମହାପ୍ରଭୁଙ୍କ ଜମିର ହିସାବ ଠିକ୍‌ ଭାବେ ନ ରଖିବା ନିଶ୍ଚିତ ଦୁର୍ଭାଗ୍ୟଜନକ ବିଷୟ। ପ୍ରଥମରୁ ଠାକୁରଙ୍କ ଜମିକୁ ସୁରକ୍ଷା କାହିଁକି ଦିଆଗଲା ନାହିଁ। ବର୍ତ୍ତମାନ ଲୋକେ ଘରଦ୍ୱାର କରି ରହିଲା ପରେ ମହାପ୍ରଭୁଙ୍କ ଜମି କହି ସେମାନଙ୍କୁ ହଇରାଣ କରାଯାଉଛି। ସରକାରଙ୍କ ଅବହେଳାରୁ ଆଜି ଜମି ହିସାବ ବାଉଳା ରହିଛି ବୋଲି ସେ କହିଛନ୍ତି। ସରକାରଙ୍କ ପାଖରେ ଯଦି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସବୁ ଜମିର ହିସାବ ରହିଛି ତେବେ ଏହାର ରେକର୍ଡପତ୍ର କରାଯାଉ ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମହେଶ୍ୱର ପ୍ରଧାନ। ସେ କହିଛନ୍ତି ଏହା ଅବହେଳାକୁ ଦର୍ଶାଉଛି। ତେଣୁ ତୁରନ୍ତ ସମ୍ପୃକ୍ତ ଜିଲାପାଳମାନଙ୍କ ସହ ଯୋଗାଯୋଗ କରି ମହାପ୍ରଭୁଙ୍କ ସମ୍ପତ୍ତି ଉଦ୍ଧାର କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ଉତ୍ତମ ରାଷ୍ଟ୍ର ଗଠନ ପାଇଁ ଉତ୍ତମ ସାହିତ୍ୟ ଚେତନା ଜରୁରୀ

ଭଞ୍ଜନଗର,୨୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଦୋଡଙ୍ଗା ଗ୍ରାମରେ ବୁଧବାର ଏକ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri